• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଶୋଇବା କିମ୍ବା ବିଶ୍ରାମ ନେବା ପାଇଁ ସମସ୍ତେ ବେଡ୍‌ ବା ଖଟ ବ୍ୟବହାର କରନ୍ତି । ଶୋଇବା ଜୀବନ ପାଇଁ ନିତାନ୍ତ ଆବଶ୍ୟକ । ତେଣୁ ରାତିରେ ଶୋଇବା ପୂର୍ବରୁ ବେଡ୍‌କୁ ଭଲ ଭାବରେ ସଫା କରିବା ମଧ୍ୟ ଦରକାର । ଯାହାଦ୍ୱାରା ରାତିରେ ଭଲ ନିଦ ହେବା ସହ ପର ଦିନ ଉର୍ଜାବାନ ଲାଗେ । ରାତିରେ ଭଲ ନିଦ ନହୋଇଥିଲେ, ପରଦିନ ସମ୍ପୃକ୍ତ ବ୍ୟକ୍ତି ନିସ୍ତେଜ ବା ମାନ୍ଦା ଅନୁଭବ କରିଥାଆନ୍ତି । ନିଦକୁ ଅର୍ଦ୍ଧମୃତ୍ୟୁ ଭାବରେ ମଧ୍ୟ ବିବେଚନା କରାଯାଏ ।

ତେବେ ବର୍ତ୍ତମାନ ବେଡ୍‌କୁ ଲୋକେ ବିଭିନ୍ନ କାମରେ ବ୍ୟବହାର କରୁଛନ୍ତି । କେହି ବେଡ୍‌ରେ ପାଠ ପଢ଼ୁଛନ୍ତି ତ ପୁଣି କେହିକେହି ବେଡ୍‌ ଉପରେ ଲାପ୍‌ଟପ୍‌ ଖୋଲି ଅଫିସ ଭଳି ବ୍ୟବହାର କରୁଛନ୍ତି । ପୁଣି କେହିକେହି ଏହା ଉପରେ ବସି ଖାଇବା ମଧ୍ୟ ଖାଉଛନ୍ତି । କେବଳ ପିଲା ନୁହେଁ ବୃଦ୍ଧ ମାନେ ମଧ୍ୟ ଏଭଳି କରିବାକୁ ପଛାଉ ନାହିଁନ୍ତି ।

ଅଧିକ ପଢ଼ନ୍ତୁ: ସାଲାରୀ ଆକାଉଣ୍ଟରୁ କରୁଛନ୍ତି କି ଡେଲି ଟ୍ରାଞ୍ଜାକ୍ସନ ? ବର୍ତ୍ତମାନ କରନ୍ତୁ ବନ୍ଦ, ପଡ଼ିପାରନ୍ତି ବିପଦରେ...

ଏଥିରୁ ଆପଣ ନିଶ୍ଚିତ ଭାବରେ ବୁଝି ଯାଇଥିବେ ଯେ, ଏକ ଶଯ୍ୟା କେବଳ ଶୋଇବା ପାଇଁ ଏବଂ ଅନ୍ୟ କୌଣସି କାମ ପାଇଁ ନୁହେଁ । ଆପଣ ନିଶ୍ଚୟ ଦେଖିଥିବେ ଯେ ଲୋକମାନେ ବିଛଣାରେ ସେମାନଙ୍କର ସମସ୍ତ କାର୍ଯ୍ୟ କରନ୍ତି । ତେବେ ଆସନ୍ତୁ ଜାଣିବା ବେଡ୍‌ରେ ବସି ଖାଇଲେ କଣ ହୁଏ...


ବେଡ୍‌ରେ ବସି ଖାଇଲେ କଣ ସମସ୍ୟା ହୁଏ...

୧. ବେଡ୍‌ରେ ଦାଗ ଲାଗିବା: ଶଯ୍ୟାରେ ଖାଇବା ଦ୍ୱାରା ଆପଣଙ୍କ ଶଯ୍ୟା ଅଳିଆ ହେବାରେ ଅଧିକ ସମ୍ଭାବନା ରହିଥାଏ । ଖାଦ୍ୟ ବେଡ୍‌ରେ ପଡ଼େ, ଯାହା ଫଳରେ ବେଡ୍‌ରେ ଦାଗ ଲାଗେ ଓ ଏହାକୁ ଛଡ଼ାଇବା ମଧ୍ୟ କଷ୍ଟ ସାଧ୍ୟ ହୋଇଥାଏ । ପରେ ପିମ୍ପୁଡ଼ି ଓ ପୋକ ମଧ୍ୟ ବେଡ୍‌ରେ ଚାଲନ୍ତି ।

୨. ଖାଦ୍ୟ ହଜମ ହେବାରେ ସମସ୍ୟା:  ଖାଇବା ସମୟରେ ଅଧା ଶୋଇବା ଦ୍ୱାରା ହଜମ ରସର ପ୍ରାକୃତିକ ପ୍ରବାହରେ ବାଧା ସୃଷ୍ଟି ହୋଇ ଅସ୍ୱାଭାବିକତା ଓ ଏସିଡ୍ ରିଫ୍ଲକ୍ସ ମଧ୍ୟ ହୋଇପାରେ । ସାଧାରଣତଃ, ବସିକି ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ଭଲ ହୋଇଥାଏ ଓ ସ୍ୱାସ୍ଥ୍ୟକର ହୋଇଥାଏ ।

୩. ସ୍ୱାସ୍ଥ୍ୟରେ ସମସ୍ୟା: ଯଦି ଆପଣ ମଧ୍ୟ ବିଛଣା ବସି ଖାଉଛନ୍ତି, ତେବେ ଏହାକୁ ତୁରନ୍ତ ବନ୍ଦ କରନ୍ତୁ । ଖାଦ୍ୟ ଖାଇବାର ଉଦ୍ଦେଶ୍ୟ କେବଳ ପେଟ ଭରିବା ନୁହେଁ ବରଂ ପୁଷ୍ଟିକର ଉପାଦାନରୁ ଶରୀରରୁ ଶକ୍ତି ମିଳିଥାଏ । ଯଦି ଆପଣ ଖଟ ଉପରେ ବସି ଖାଦ୍ୟ ଖାଉଛନ୍ତି, ତେବେ ସେହି ଖାଦ୍ୟ ପୁଷ୍ଟିକର ନୁହେଁ। ଜଣେ ଅସୁସ୍ଥ ଥିବାବେଳେ ବିଛଣାରେ ବସି ଖାଦ୍ୟ ଖାଆନ୍ତି । ଜଣେ ସୁସ୍ଥ ବ୍ୟକ୍ତି ବିଛଣାରେ ବସିଥିବା ସମୟରେ ଚା କିମ୍ବା ପାଣି ପିଇବା ଉଚିତ୍ ନୁହେଁ ।

୪. ସ୍ୱଚ୍ଛତା ନ ରହିବା: ସମୟ ସମୟରେ ବିଛଣାରେ ଖାଇବା ସମୟରେ ଲୋକେ କିଛି ଖାଦ ଛାଡ଼ି ଦିଅନ୍ତି ଯାହା ଫଳରେ ପୋକ ବିଛଣାରେ ଚାଲନ୍ତି । ଯାହାଦ୍ୱାରା ଶୋଇବା ପରିବେଶ ଅପରିଷ୍କାର ଓ ସମ୍ଭବତଃ ଅସ୍ୱାସ୍ଥ୍ୟକର ହୋଇପାରେ । ସଠିକ୍ ସ୍ୱଚ୍ଛତା ଅଭ୍ୟାସକୁ ବଜାୟ ରଖି ଶଯ୍ୟାକୁ ପରିଷ୍କାର ରଖିବା ସହ କେବଳ ଶୋଇବା ପାଇଁ ବ୍ୟବହାର କରାଯିବା ଉଚିତ୍ । 

୫. ଶୋଇବାରେ ସମସ୍ୟା: ଶଯ୍ୟାକୁ ଶୋଇବା ବ୍ୟତୀତ ଅନ୍ୟ କାର୍ଯ୍ୟକଳାପ ସହିତ ଯୋଡ଼ିବା ଦ୍ୱାରା ଶୋଇବା ସମୟରେ ବାଧା ସୃଷ୍ଟି କରିପାରେ ।  ଯେତେବେଳେ ଆପଣ ପ୍ରକୃତରେ ଚାହାଁନ୍ତି ଆରାମ କରିବା ପାଇଁ, ସେତେବେଳ ଶୋଇବା ଅଧିକ କଷ୍ଟସାଧ୍ୟ ହୋଇଥାଏ ।