Advertisment

କେବେ ଖାଇନଥିବେ ଛତୁର ଏହି ସୁଆଦିଆ ରେସିପି

ଆପଣ କେବେ ‘ବାମ୍ଫ ଦହି ଛତୁ’ର ରେସିପି ଖାଇଛନ୍ତି କି । ଯଦି ଖାଇନାହାଁନ୍ତି । ଆଜି ହି ଘରେ ବନାନ୍ତୁ ‘ ବାମ୍ଫ ଦହି ଛତୁ’ ରେସିପି । ଏହି ରେସିପିକୁ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ ।

ଅଦ୍ୟତନ ହୋଇଛି
steam mushroom recipe

steam mushroom recipe

Advertisment

ଆପଣ ଛତୁରେ ତିଆରି ବିଭିନ୍ନ ରେସିପି ଖାଇଥିବେ । ଯେମିତିକି ଛତୁ ତରକାରୀ,ଚିଲ୍ଲି ଛତୁ ଇତ୍ୟାଦି । କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ଏକ ଦେଶୀ ଓ ନିଆରା ଶୈଳୀରେ ଛତୁର ଏହି ରେସିପି ତିଆରି କରିବୁ । ଏହି ରେସିପିର ନାଁ ହେଉଛି ‘ବାମ୍ଫ ଦହି ଛତୁ’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

Advertisment

‘ବାମ୍ଫ ଦହି ଛତୁ’ ବନେଇବା ପାଇଁ ସାମଗ୍ରୀ:

ପାଳ ଛତୁ,କଟା ପିଆଜ,ବେସର(ଜୀରା,ସୋରିଷ,ଅଦା,ରସୁଣ ବଟା),କଞ୍ଚା ଲଙ୍କା,ଲୁଣ,ରିଫାଇନ୍ ତେଲ,ହଳଦୀ ଗୁଣ୍ଡ ,ଲଙ୍କା ଗୁଣ୍ଡ ,କଟାନ ଧନିଆ ପତ୍ର,ବସା ଦହି ଓ ଆମ୍ବୁଲ ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ପାଳ ଛତୁକୁ ଧୋଇ ଛୋଟ ଛୋଟ ଖଣ୍ଟ କରି କାଟନ୍ତୁ ।
  • ଏହାପରେ କଟା ଛତୁକୁ ପାଣିରେ ହଳଦୀ ପକାଇ ଭିଜାଇ ରଖନ୍ତୁ ।
  • ଛତୁ ପାଣିରୁ ଚିପୁଡି ଏକ ପ୍ଲେଟ୍‌ରେ ରଖନ୍ତୁ ।
  • ଏହାପରେ କଡେଇରେ ତେଲ ଗରମ କରନ୍ତୁ ।
  • ତେଲ ଗରମ ହୋଇଗଲା ପରେ କଟା ପିଆଜକୁ ପକାନ୍ତୁ ।
  • ପିଆଜ ଅଳ୍ପ ଭାଜି ହୋଇ ଲାଲ୍ ହୋଇ ଆସିଲେ ସେଥିରେ ଛତୁକୁ ପକାଇ କଡେଇରେ ଭାଜନ୍ତୁ ।
  • ଛତୁ ଅଳ୍ପ ଭାଜି ହେବା ପରେ ସେଥିରେ ଲୁଣ ପକାଇ ଭଲଭାବେ ଭାଜି ଦିଅନ୍ତୁ ।
  • ଏହାପରେ ଛତୁ ଭଜାରେ ବସା ଦହି,ଲୁଣ,ଲଙ୍କା ଗୁଣ୍ଡ,ହଳଦୀ ଗୁଣ୍ଡ,ସୋରିଷ,ଜୀରା,ଅଦାରସୁଣ ବଟା ଓ ଆମ୍ବୁଲ ପକାଇଭଲ ଭାବେ ଗୋଳାଇ ଦିଅନ୍ତୁ ।
  • ଏହାପରେ ମସଲାଗୋଳା ଛତୁକୁ ଏକ ଟିଫିନରେ ରଖି ଇଟିଲି ଛାଞ୍ଚରେ ରଖି ବାମ୍ଫ ଦିଅନ୍ତୁ ।
  • ଏହାକୁ ୧୦ରୁ ୧୨ ମିନିଟ୍ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ ।
  • ଏହାପରେ ଚୁଲିକୁ ବନ୍ଦ କରି ଦିଅନ୍ତୁ
  • ଥଣ୍ଡା ହୋଇଗଲା ପରେ ଟିଫିନଟିକୁ ବାହାରକୁ କାଢି ଏକ ପ୍ଲେଟ୍‌ରେ ରଖନ୍ତୁ ।
  • ଏହାପରେ ସେଥିରେ କଟା କଞ୍ଚା ଲଙ୍କ ଓ ଧନିଆ ପତ୍ର ପକାଇ ସଜାଇ ଦିଅନ୍ତୁ ।
Advertisment

ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ବାମ୍ଫ ଦହି ଛତୁ’ । ଏହି ରେସିପିଟିକୁ ଗରମ ଭାତ ବା ରୁଟି ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଛତୁର ଏହି ଦେଶୀ ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

Odia Food And Recipes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ