Advertisment

କମ୍ ତେଲ ଓ ମସଲାରେ ପ୍ରସ୍ତୁତ କରନ୍ତୁ ଚିକେନର ଏହି ସୁଆଦିଆ ରେସିପି

ଆପଣ କେବେ ‘ଆଫଗାନୀ ଚିକେନ’ ରେସିପି ଖାଇଛନ୍ତି । ଯଦି ଖାଇ ନାହାଁନ୍ତି ତାହେଲେ ଆଜି ହିଁ ଘରେ ବନାନ୍ତୁ ‘ଚିକେନ ଆଫଗାନୀ’ । ତେବେ ଆସନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

afghani chicken recipe

afghani chicken recipe

Advertisment

ଆଗରୁ ଆପଣ ଚିକେନର ଅନେକ ରେସିପି ପ୍ରସ୍ତୁତ କରି ଖାଇଥିବେ । ଆଜି ଆମେ ଆପଣଙ୍କ ପାଇଁ ଚିକେନର ଏକ ନୂଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ଚିକେନ ଆଫଗାନୀ’ । ଏହି ରେସିପିକୁ ବନେଇବା ଅତି ସହଜ ଓ ସରଳ ।

Advertisment

ଆଫଗାନୀ ଚିକେନ’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

ଚିକେନ୍, ଦହି, ପିଆଜ, ଅଦା, ରସୁଣ, ଡାଳଚିନି, ଗୁଜରାତି, ଲବଙ୍ଗ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଗୋଲମରିଚ ଗୁଣ୍ଡ, କାଜୁ ପେଷ୍ଟ, ଗରମ ମସଲା ଗୁଣ୍ଡ, ତେଲ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଚିକେନକୁ ଭଲ ଭାବେ ଧୋଇ ଏଥିରେ ଲୁଣ, ହଳଦୀ ଓ ଦହି ଗୋଳାଇ ମ୍ୟାରିନେଟ୍ କରି କିଛି ସମୟ ରଖିଦିଅନ୍ତୁ।
  • ତା’ପରେ ଏକ ପ୍ୟାନ୍‌ରେ ତେଲ ଗରମ କରି ତେଜ ପତ୍ର, ଲବଙ୍ଗ, ଡାଳଚିନି ଓ ଗୁଜରାତି ପକାଇ ଭାଜନ୍ତୁ।
  • ଏବେ ଏଥିରେ କଟା ପିଆଜ ପକାଇ ହାଲକା ଲାଲ୍ ହେବା ଯାଏ ଛାଡିଦିଅନ୍ତୁ।
  • ପିଆଜ ରଙ୍ଗ ହୋଇ ଆସିଲେ, ଏଥିରୁ କିଛି କାଢ଼ି ରଖନ୍ତୁ ଓ କଡ଼େଇରେ ବଳକା ପିଆଜରେ ଅଦା-ରସୁଣ ପେଷ୍ଟ ପକାଇ କଷନ୍ତୁ।
  • ବର୍ତ୍ତମାନ କାଢ଼ି ରଖିଥିବା ଭଜା ପିଆଜକୁ ଗ୍ରାଇଣ୍ଡିଂ କରି ପକାନ୍ତୁ।
  • ଏହାପରେ ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ଗୋଲମରିଚ ଗୁଣ୍ଡ ଓ ଜିରା ଗୁଣ୍ଡ ପକାଇ ଗୋଳାଇ କିଛି ସମୟ କଷନ୍ତୁ।
  • ଏବେ ଏଥିରେ ଚିକେନ୍ ପକାଇ ଦିଅନ୍ତୁ।
  • ଚିକେନ୍ ଅଧା ସିଝିଗଲେ, ଏଥିରେ କାଜୁ ପେଷ୍ଟ, ଲୁଣ ଓ ଗରମ ମସଲା ଗୁଣ୍ଡ ପକାଇ ଚିକେନ୍ ଭଲ ଭାବେ ସିଝିବା ଯାଏ କଷନ୍ତୁ।
Advertisment

ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ଆଫଗାନୀ ଚିକେନ’’। ଏହି ରେସିପିଟିକୁ ରୁଟି କିମ୍ବା ପରଟା ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟି ଘରେ ବନେଇ ନିଜେ ଖାଆନ୍ତୁ ଘର ଲୋକଙ୍କୁ ପରଷନ୍ତୁ ।

Odia Food And Recipes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ