Advertisment

କମ୍ ଖର୍ଚ୍ଚ ଓ ଦେଶୀ ଶୈଳୀରେ ବନାନ୍ତୁ ଛତୁର ଏହି ସୁଆଦିଆ ରେସିପି

ଆପଣ ଛତୁରେ ବିଭିନ୍ନ ପ୍ରକାର ରେସିପି ପ୍ରସ୍ତୁତ କରି ଖାଇଥିବେ । ଆପଣ କେବେ ଛତୁ ପତ୍ର ପୋଡ଼ା ରେସିପି ଖାଇଛନ୍ତି କି । ଯଦି ଖାଇ ନାହାନ୍ତି ଆଜି ହିଁ ଘରେ ବନାନ୍ତୁ ସୁଆଦିଆ ‘ଛତୁ ପତ୍ର ପୋଡ଼ା’ ।

ଅଦ୍ୟତନ ହୋଇଛି
delicious recipe 'chhatu patra poda'

delicious recipe 'chhatu patra poda'

Advertisment

ଆପଣ ଛତୁରେ ତିଆରି ବିଭିନ୍ନ ରେସିପି ଖାଇଥିବେ । ଯେମିତିକି ଛତୁ ତରକାରୀ,ଚିଲ୍ଲି ଛତୁ ଇତ୍ୟାଦି । କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ଏକ ଦେଶୀ ଓ ନିଆରା ଶୈଳୀରେ ଛତୁର ଏହି ରେସିପି ତିଆରି କରିବୁ । ଏହି ରେସିପିର ନାଁ ହେଉଛି ‘ଛତୁ ପତ୍ର ପୋଡ଼ା’। ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

Advertisment

‘ଛତୁ ପତ୍ର ପୋଡ଼ା’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

ଛତୁ, କଖାରୁ ପତ୍ର, ସାରୁ ପତ୍ର, ଲୁଣ, ରସୁଣ ବଟା, ସୋରିଷ-ଜିରା ବଟା, ଅଦା ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ପତ୍ର, କଟା କଞ୍ଚା ଲଙ୍କା ଓ ସୋରିଷ ତେଲ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଛତୁକୁ କାଟି ପାଣି ଧୋଇ ଦିଅନ୍ତୁ।
  • ତା’ପରେ ଏଥିରେ ଲୁଣ, ରସୁଣ ବଟା, ସୋରିଷ-ଜିରା ବଟା, ଅଦା ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ପତ୍ର, କଟା କଞ୍ଚା ଲଙ୍କା ଓ ସୋରିଷ ତେଲ ପକାଇ ଗୋଳାଇ ଦିଅନ୍ତୁ।
  • ଏବେ ସାରୁ ପତ୍ର ଉପରେ ୩ ରୁ ୪ଟି କଖାରୁ ପତ୍ର ଦେଇ ମସଲା ଗୋଳା ଛତୁକୁ ରଖି ଭଲ ଭାବେ ବାନ୍ଧି ଦିଅନ୍ତୁ।
  • ଅଙ୍ଗାର ନିଆଁ ଥିବା ଚୁଲି ଭିତରେ ବନ୍ଧା ହୋଇଥିବା ଛତୁକୁ ରଖନ୍ତୁ।
  • ଏହା ଉପରେ ଆଉ କିଛି ଅଙ୍ଗାର ଦିଅନ୍ତୁ।
  • ୨୦ ମିନିଟ୍‌ ପରେ ପ୍ରସ୍ତୁତ ହୋଇଯିବ ‘ଛତୁ ପତ୍ର ପୋଡ଼ା’।
  • ଏହାକୁ ବାହାରକୁ କାଢି ଆଣି ଏକ ପ୍ଲେଟକୁ କାଢି ଦିଅନ୍ତୁ ।
  • ଏବେ ପ୍ରସ୍ତୁତ ହୋଇଗଲା ‘ଛତୁ ପତ୍ର ପୋଡ଼ା’।
Advertisment

ଏହି ରେସିପିଟିକୁ ଭାତ କିମ୍ବା ରୁଟି ଧରି ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟି ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

Odia Food And Recipes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ