Advertisment

Food and Recipe: କେବେ ଖାଇଛନ୍ତି କି ପନିରର ଏହି ରେସିପି, ଖାଇଲେ ପାଟିରୁ ଛାଡ଼ିବନି

ଭେଜ୍ ହେଉ କି ନନ୍ ଭେଜ୍ ,ଖାଦ୍ୟ ଯଦି ଚଟପଟା ଓ ସୁଆଦିଆ ହୁଏ ଖାଇବାର ମଜା ଦୁଇ ଗୁଣ ହୋଇଯାଏ । ଆଜି ଆମେ ଆପଣଙ୍କ ପାଇଁ ପନିରର ଏକ ଦେଶୀ ସୁଆଦିଆ ରେସିପି ବନେଇବୁ ଯାହା ବନେଇବା ଅତି ସହଜ ଓ ସରଳ ଅଟେ ।

ଅଦ୍ୟତନ ହୋଇଛି
paneer patrapoda

paneer patrapoda

Advertisment

ଯିଏ ଖାଇଛି ସେ ଜାଣିଛି। ଏ ଆଇଟମ ଆଗରେ ଫିକା ପଡିଯିବ ଚିକେନ ହେଉକି ମାଛ ଆଇଟମ୍। ଥରେ ତିଆରି କରି ଖାଇବା ପରେ ବାରମ୍ୱାର ଖାଇବାକୁ ମନ କହିବ...ଆଜି ଆମେ ଆପଣଙ୍କ ପାଇଁ ବନେଇବୁ ‘ପନିର ପତ୍ରପୋଡ଼ା’ ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

Advertisment

ଆବଶ୍ୟକ ସାମଗ୍ରୀ:

ପନିର, ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ଲୁଣ, ଅଦାରସୁଣ ପେଷ୍ଟ, ଟମାଟୋ ପେଷ୍ଟ, ସୋରିଷ ବଟା, କଞ୍ଚା ଲଙ୍କା ଓ ରିଫାଇନ ତେଲ, ଶାଳ ପତ୍ର।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ପନିରକୁ ଛୋଟ ଛୋଟ କାଟି ରଖନ୍ତୁ।
  • କଟା ପନିରରେ ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ଲୁଣ, ଅଦାରସୁଣ ପେଷ୍ଟ, ଟମାଟୋ ପେଷ୍ଟ, ସୋରିଷ ବଟା, କଞ୍ଚା ଲଙ୍କା ଓ ରିଫାଇନ ତେଲ, ଲୁଣ ପକାଇ ଗୋଳାଇ ଦିଅନ୍ତୁ।
  • ଶାଳପତ୍ରରେ ସୋରିଷ ମସଲା ଗୋଳା ପନିର ରଖି ଗୁଡ଼ାଇ ବାନ୍ଧି ଦିଅନ୍ତୁ।
  • ଏହାପରେ ନିଆଁ ଅଙ୍ଗାରରେ ପନିର ମସଲା ଗୁଡ଼ା ପତ୍ରକୁ ରଖି ତା’ ଉପରେ ଆଉ କିଛି ନିଆଁ ଅଙ୍ଗାର ରଖନ୍ତୁ।
  • ୧୫ରୁ ୨୦ ମିନିଟ୍‌ ପରେ ପ୍ରସ୍ତୁତ ହୋଇଯିବ ପନିର ପତ୍ରପୋଡ଼ା।
Advertisment

ଏବେ ପ୍ରସ୍ତୁତ ହୋଇଗଲା ‘ପନିର ପତ୍ରପୋଡ଼ା’ । ଏହାକୁ ଆପଣ ରୁଟି କିମ୍ବା ନାନ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହାକୁ ବନେଇ ଘର ଲୋକଙ୍କୁ ପରଷନ୍ତୁ ।

Odia Food And Recipes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ