Advertisment

କେବେ ଖାଇଛନ୍ତି ମାଛ ସାକରା, ଆଜି ହିଁ ଘରେ ବନାନ୍ତୁ...

ଆମ ଓଡିଆ ଘରେ ଦେଶୀ ରୋଷେଇ ଖାଇବାର ମଜା ଟିକେ ନିଆରା । ସେ ଆମ ପାଖାଳ ହେଉ କି ଶାଗ ଭଜା । ଏହି ଖାଦ୍ୟର ମଜା କେବଳ ଜଣେ ଓଡ଼ିଆ ହିଁ ଜାଣିପାରିବ। ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ଦେଶୀ ଆମିଷ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନା ହେଉଛି ‘ମାଛ ସାକରା’ ।

ଅଦ୍ୟତନ ହୋଇଛି
Food and Recipe

Food and Recipe

Advertisment

ଆଜି ଆମେ ମାଛର ଏକ ଦେଶୀ ଶୈଳୀରେ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘‘ମାଛ ସାକରା’ । ଏହି ରେସିପିଟିକୁ ଆମେ ଅତି ସହଜ ଓ ଦେଶୀ ଉପାୟରେ ବନେଇ ପାରିବା । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

Advertisment

ଆବଶ୍ୟକ ସାମଗ୍ରୀ:

ମାଛ, ହଳଦୀ ଗୁଣ୍ଡ, ଜିରା ଓ ଲଙ୍କା ଗୁଣ୍ଡ, ଲୁଣ, ଗୁଡ଼, ତେନ୍ତୁଳି ମଣ୍ଡ, ଭୃସୁଙ୍ଗ ପତ୍ର, ଶୁଖିଲା ଲଙ୍କା, ପଞ୍ଚ ଫୁଟଣ, ରସୁଣ ଛେଚା

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ମାଛକୁ ଧୋଇ ତେଲ ଓ ହଳଦୀ ଗୋଳାଇ ରଖି ଦିଅନ୍ତୁ।
  • ଏହାପରେ ଚୁଲିରେ କଡ଼େଇ ବସାଇ ତେଲ ପକାନ୍ତୁ। ତେଲଗରମ ହୋଇଯିବା ପରେ ସେଥିରେ ମାଛ ଭାଜନ୍ତୁ।
  • ମାଛକୁ ଅଧିକ କଡ଼ା କରି ଭାଜନ୍ତୁ ନାହିଁ। ମାଛ ଭାଜି ହୋଇଯିବା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।
  • ସାକରା ପ୍ରସ୍ତୁତ କରିବା ପାଇଁ କଡ଼େଇରେ ତେଲ ଗରମ କରି ସେଥିରେ ପଞ୍ଚ ଫୁଟଣ, ଶୁଖିଲା ଲଙ୍କା, ଆବଶ୍ୟକ ଅନୁଯାୟୀ ତେନ୍ତୁଳି ମଣ୍ଡ ଓ ପାଣି ଦିଅନ୍ତୁ।
  • ପାଣି ଫୁଟି ଆସିଲେ ସେଥିରେ ରସୁଣ ଛେଚା ଓ ଭୃସୁଙ୍ଗ ପତ୍ର ପକାନ୍ତୁ।
  • ତା’ପରେ ସେଥିରେ ଲଙ୍କା ଗୁଣ୍ଡ ଓ ଗୁଡ଼ ପକାଇ ଗୋଳାଇ ଦିଅନ୍ତୁ।
  • କିଛି ସମୟ ପରେ ମାଛ ପକାଇ ସେଥିରେ ସ୍ୱାଦ ଅନୁସାରେ ଲୁଣ ପକାଇ ଦିଅନ୍ତୁ।
  • ପାଣି ମରିଯିବା ପର୍ଯ୍ୟନ୍ତ ଚୁଲିରେ କଡ଼େଇ ରଖନ୍ତୁ। ପାଣି ପୂରା ମରିଯିବା ପରେ କଡ଼େଇକୁ ଚୁଲିରୁ ଓହ୍ଲାଇ ଆଣନ୍ତୁ।
Advertisment

ଏବେ ପ୍ରସ୍ତୁତ ହୋଇଗଲା ଖଟା ମିଠା ମାଛ ସାକରା। ଏବେ ଏହାକୁ ପ୍ଲେଟ୍‌କୁ କାଢ଼ି ନିଜେ ଖାଆନ୍ତୁ ଅନ୍ୟମାନଙ୍କୁ ଖାଇବାକୁ ଦିଅନ୍ତୁ।

Odia Food And Recipes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ