ଆପଣ କେବେ ‘ଆଳୁ ପୁରି’ କେବେ ଖାଇଛନ୍ତି କି ? ସୋମବାର ରାନ୍ଧଣାରେ ଘରେ ବନାନ୍ତୁ ‘ଆଳୁ ପୁରି’ । ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
Also Read
‘ଆଳୁ ପୁରି’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:
ଅଟା, ଆଳୁ, କଟାକଞ୍ଚାଲଙ୍କା, ଅଳ୍ପ ହଳଦୀ, ଲାଲ୍ ଲଙ୍କାଗୁଣ୍ଡ, ତେଲ, ଲୁଣ, ଜୁଆଣୀ ଓ କସ୍ତୁରୀ ମେଥି ।
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ ଅଟା ସହ ଲୁଣ ମିଶାଇ ଚାଲୁଣୀରେ ଚଲାଇ ନିଅନ୍ତୁ।
- ଏଥିରେ ଜୁଆଣୀ ଓ କସ୍ତୁରୀ ମେଥି ମିଶାଇ ଅଳ୍ପ ଅଳ୍ପ ପାଣି ଦେଇ ଭଲଭାବେ ଦଳିଦିଅନ୍ତୁ।
- ଏହାକୁ ଏକ ଓଦାକନାରେ ଅଧଘଣ୍ଟା ଘୋଡ଼ାଇ ରଖନ୍ତୁ। ଏବେ ଆଳୁକୁ ସିଝାଇ, ଚୋପା ଛଡ଼ାଇ କଟା ଲଙ୍କା, ତେଲ, ଲୁଣ, ହଳଦୀ ଓ ଲାଲ୍ ଲଙ୍କାଗୁଣ୍ଡ ମିଶାଇ ଭଲକରି ଚକଟି ଦିଅନ୍ତୁ।
- ଏବେ ଦଳା ହୋଇଥିବା ଅଟାରୁ ଛୋଟ ଛୋଟ ଗୁଳା ପ୍ରସ୍ତୁତ କରନ୍ତୁ ଓ ଏଗୁଡ଼ିକୁ ପୁରି ପରି ବେଲନ୍ତୁ।
- ଏବେ ପୁରି ମଝିରେ ଆଳୁପୁର ରଖି ଚାରିପଟୁ ବନ୍ଦ କରି ଏହାକୁ ପୁଣି ଗୁଳା କରି ଆଉଥରେ ବେଲି ଦିଅନ୍ତୁ।
- ବର୍ତ୍ତମାନ କଡ଼େଇରେ ତେଲ ଗରମ କରି ଏଗୁଡ଼ିକୁ ଛାଣିନ୍ତୁ।
- ଏହାପରେ ଚୁଲିକୁ ବନ୍ଦ କରି ପୁରୀ ଗୁଡିକ ପ୍ଲେଟକୁ କାଢି ଦିଅନ୍ତୁ ।
ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଗରମା ଗରମ ‘ଆଳୁ ପୁରି’ । ଏହି ରେସିପିଟିକୁ ସସ୍ କିମ୍ବା ଚଟଣୀ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ଘରେ ବନେଇ ନିଜେ ଖଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।