ଘରକୁ କୁଣିଆ ଆସିଲେ ଖାଇବା କଣ ପ୍ରସ୍ତୁତ କରିବେ ସେ ନେଇ ଚିନ୍ତିତ କି ? ତାହେଲେ ଆଜିର ରେସିପିକୁ ଘରେ ବନେଇ ଅତିଥି ଚର୍ଚ୍ଚା କରିପାରିବେ । ଆଜି ଆମେ ଆପଣଙ୍କ ପାଇଁ ଏକ ସୁଆଦିଆ ରେସିପି ପ୍ରସ୍ତୁତ କରିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ନବରତ୍ନ ପଲାଉ’ । ଏହି ରେସିପଟିକୁ ଆପଣ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରିବା ।
Also Read
‘ନବରତ୍ନ ପଲାଉ’ ବନେଇବା ପାଇଁ ସାମଗ୍ରୀ:
ବାସୁମତୀ ଅରୁଆ ଚାଉଳ, ପନିର୍, ପରିବା-ଆଳୁ, ଫୁଲକୋବି, ଗାଜର୍, ବିନ୍ସ୍, ମଟର ଛୁଇଁ ଦାନା, ପିଆଜ, ଅଦା, ରସୁଣ, କଞ୍ଚାଲଙ୍କା, ଜିରା, ଡାଲଚିନି, ଗୁଜୁରାତି, ଅଳେଇଚ, ତେଜପତ୍ର, ଗୋଟା ଗୋଲମରିଚ, ହଳଦୀଗୁଣ୍ଡ, ଘିଅ, ଚିନି ଓ ସ୍ୱାଦନୁସାରେ ଲୁଣ।
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ ପଲାଉ ପାଇଁ ପରିବା ଗୁଡିକୁ ପତଳା ଓ ଲମ୍ବା କରି କାଟିବା
- ଏହାପରେ ପରିବାକୁ ଭଲଭାବେ ଧୋଇ ଦିଅନ୍ତୁ । ଏହାପରେ ଚାଉଳକୁ ଭଲ ଭାବେ ଧୋଇ ଏକ ପାତ୍ରରେ ରଖନ୍ତୁ।
- ଏବେ ପିଆଜକୁ ବଡ଼ ବଡ଼ ଖଣ୍ଡ କରି କାଟି ରଖନ୍ତୁ,ଏହାପରେ ପନିରକୁ ଛୋଟ ଛୋଟ କରି କାଟି ରଖନ୍ତୁ।
- ଏହାପରେ ଚୁଲିରେ କଡ଼େଇ ବସାଇ ତେଲ ଗରମ କରନ୍ତୁ ।
- ତେଲ ଗରମ ହେଲାପରେ ସେଥିରେ ପନିର ଓ ପରିବାଗୁଡିକୁ ଭାଜି ରଖନ୍ତୁ ।
- ଏବେ ଆଉ ଏକ କଡେଇରେ ଘିଅ ଗରମ କରି ସେଥିରେ ତେଜପତ୍ର, ଗୋଲମରିଚ ଓ ଜିରା ପକାନ୍ତୁ।
- ଏହାପରେ ଡାଲଚିନି, ଗୁଜୁରାତି ଓ ଅଳେଇଚକୁ ଛେଚି ପକାନ୍ତୁ ।
- ଏହାପରେ କଟା ପିଆଜ ପକାନ୍ତୁ, ପିଆଜ ଅଳ୍ପ ଭାଜି ହୋଇଗଲେ ଅଦା, ରସୁଣ ଓ କଞ୍ଚାଲଙ୍କାକୁ ଛେଚି ସେଥିରେ ପକାନ୍ତୁ ।
- ଏହାକୁ ଅଳ୍ପ ସମୟ ଭାଜିବା ପରେ ସେଥିରେ ଚାଉଳ ଓ ଅଳ୍ପ ହଳଦୀ ଗୁଣ୍ଡ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । -ଏହା ପରେ ପନିର ଭଜାଗୁଡ଼ିକୁ ଏଥିରେ ପକାଇ ଦିଅନ୍ତୁ ।
- ଏହାପରେ ଚାଉଳର ପରିମାଣ ଅନୁସାରେ ଦୁଇଗୁଣା ପାଣି ଦେଇ ଅଳ୍ପ ଲୁଣ ଓ ଚିନି ପକାଇ ଘୋଡେଇ ଦିଅନ୍ତୁ ।
- ଏହାପରେ ଚୁଲିକୁ ମଧ୍ୟମ ଆଞ୍ଚରେ ରଖି ସିଝିବାକୁ ଛାଡ଼ି ଦିଅନ୍ତୁ ।
- ପଲାଉ ଭଲ ଭାବେ ହୋଇଗଲେ ଚୁଲିରୁ ଓହ୍ଲାଇ ଏହା ଉପରେ ଏକ ଚାମଚ ଘିଅ ଓ ୨ ଚାମଚ ଲେମ୍ବୁରସ ପକନ୍ତୁ ।