ଚିକେନ୍ର ସବୁ ଆଇଟମ୍ ପ୍ରାୟ ସମସ୍ତଙ୍କୁ ଭଲ ଲାଗେ। ତେବେ ଆଜିକାଲି ସମସ୍ତେ ସୁସ୍ଥ ରହିବା ପାଇଁ କମ୍ ତେଲ ମସଲାଯୁକ୍ତ ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି । ସେଥିପାଇ ଆଜି ଆମେ କମ୍ ମସଲା ଦେଇ ବନେଇବୁ ‘ଚିକେନ୍ ପିଆଜ କଷା’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
Also Read
ଆବଶ୍ୟକ ସାମଗ୍ରୀ:
ଚିକେନ୍, ପିଆଜ, ଟମାଟୋ, ତେଲ, ଲୁଣ, ହଳଦୀ, ଗରମ ମସଲା, କଞ୍ଚା ଲଙ୍କା, ଶୁଖିଲା ଲଙ୍କା ଗୁଣ୍ଡ ଓ ଧନିଆପତ୍ର
ଅଧିକ ପଢ଼ନ୍ତୁ: ଘରେ ତିଆରି କରନ୍ତୁ 'ଚିକେନ୍ ପୋସ୍ତ'
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ ଚୁଲିରେ କଡ଼େଇ ବସାଇ ସେଥିରେ ତେଲ ପକାନ୍ତୁ।
- ତେଲ ଗରମ ହୋଇଯିବା ପରେ ସେଥିରେ କଟା ଯାଇଥିବା ପିଆଜ ପକାନ୍ତୁ।
- ପିଆଜ ବାଦାମୀ ରଙ୍ଗ ହୋଇ ଆସିଲେ ସେଥିରେ କଞ୍ଚାଲଙ୍କା ପକାନ୍ତୁ।
- ତା’ପରେ ସେଥିରେ ଚିକେନ୍ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ।
- ଏହାପରେ ସେଥିରେ ହଳଦୀ ଗୁଣ୍ଡ,ଲଙ୍କା ଗୁଣ୍ଡ, କଟା ଟମାଟୋ ଓ ଆବଶ୍ୟକ ଅନୁଯାୟୀ ଲୁଣ ପକାନ୍ତୁ।
- ଏହାପରେ ୨୦ ମିନିଟ୍ ପର୍ଯ୍ୟନ୍ତ ଭଲ ଭାବେ କଷନ୍ତୁ।
- ଚିକେନ୍ କଷି ହୋଇଯିବା ପରେ ସେଥିରେ ଅଳ୍ପ ପାଣି ଦେଇ ଘୋଡ଼ଣି ଘୋଡେଇ ଦିଅନ୍ତୁ।
- ଚିକେନ୍ ସିଝିଯିବା ପରେ ସେଥିରେ ଗରମ ମସଲା ଓ ଧନିଆ ପତ୍ର ପକାଇ ଚୁଲିରୁ ଓହ୍ଲାଇ ଦିଅନ୍ତୁ।
ଏବେ ପ୍ରସ୍ତୁତ ହୋଇଗଲା 'ଚିକେନ୍ ପିଆଜ କଷା'। ଏହି ରେସିପିଟିକୁ ଗରମ ଗରମ ଚୁଟି କିମ୍ବା ନାନ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଘର ଲୋକଙ୍କୁ ପରଷନ୍ତୁ ।