Advertisment

କେବେ ଖାଇଛନ୍ତି କି ‘ଆଳୁ ଲଚ୍ଛା ପରଟା’ ?

ସଂଧ୍ୟା ବା ସକାଳ ଜଳଖିଆରେ ଆପଣ କଣ ବନେଇବେ ,ସେଥିପାଇଁ ଚିନ୍ତିତ କି ? ସେଥିପାଇଁ ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିବୁ ସୁଆଦିଆ ଜଳ ଖିଆ ରେସିପି ‘ଆଳୁ ଲଚ୍ଛା ପରଟା’ । ତାହେଲେ ଆପଣ ଆଜି ହିଁ ଘରେ ବନାନ୍ତୁ ‘ଆଳୁ ଲଚ୍ଛା ପରଟା’ ।

ଅଦ୍ୟତନ ହୋଇଛି
aloo lachha paratha

aloo lachha paratha

Advertisment

ଶୀତଦିନେ ଗରମ ଗରମ ପରଟା ଖାଇବାର ସୁଆଦ ନିଆରା । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ସୁଆଦିଆ ପରଟା । ଆଜି ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିବୁ ସୁଆଦିଆ ‘ଆଳୁ ଲଚ୍ଛା ପରଟା’ । ଏହି ରେସିପି ବନେଇବା ଅତି ସହଜ ଓ ସରଳ ଅଟେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

Advertisment

‘ଆଳୁ ଲଚ୍ଛା ପରଟା’ ବନେଇବା ପାଇଁ ସାମଗ୍ରୀ:

ଆଳୁ, ବେସନ, ଅଦା ଓ ରସୁଣ ପେଷ୍ଟ, ହଳଦୀ ଗୁଣ୍ଡ, କଟା ପରିବା (ଗାଜର, ଟମାଟୋ, ବିନ୍ସ, କ୍ୟାପସିକମ୍), କଟା କଞ୍ଚା ଲଙ୍କା, ଜୁଆଣି, ଲଙ୍କାଗୁଣ୍ଡ, କଟା ଧନିଆ ପତ୍ର ଏବଂ ଲୁଣ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଆଳୁକୁ ଭଲ ଭାବେ ଧୋଇ ଚୋପା ଛଡ଼େଇ ଦିଅନ୍ତୁ।
  • ଏବେ ଏହି ଆଳୁକୁ ଏକ ପାତ୍ରରେ ଗ୍ରେଟ୍‌ କରି ରଖନ୍ତୁ।
  • ଏହାପରେ ଏଥିରେ ବେସନ, ଅଦା ରସୁଣ ପେଷ୍ଟ ପକାନ୍ତୁ ।
  • ଏହାପରେ ସେଥିରେ ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, କଟା କଞ୍ଚା ଲଙ୍କା, ଜୁଆଣି, ଲୁଣ ଓ କଟା ଧନିଆ ପତ୍ର ପକାଇ ବିନା ପାଣିରେ ଭଲ ଭାବେ ଗୋଳାଇ ଦିଅନ୍ତୁ।
  • ଏହା ପରେ ଚୁଲିରେ ଏକ ତାୱା ଗରମ କରନ୍ତୁ।
  • ତାୱାରେ ଅଳ୍ପ ତେଲ ଦେଇ ଚାରିଆଡ଼କୁ ଖେଳାଇ ଦିଅନ୍ତୁ।
  • ତେଲ ଗରମ ହେବା ପରେ ଆଳୁ ମିଶ୍ରଣକୁ ମୋଟା ପିଠା ପରି ଖେଳାଇ ପକାନ୍ତୁ।
  • ଏହା ଉପରେ କଟା ପରିବକୁ ଖେଳାଇ ପକାନ୍ତୁ।
  • କିଛି ସମୟ ପରେ ଏହାକୁ ଓଲଟାଇ ଦିଅନ୍ତୁ।
  • ଦୁଇପାର୍ଶ୍ୱ ହାଲକା ଲାଲ୍‌ ହୋଇଗଲେ ଏହାକୁ ପ୍ଲେଟ୍‌କୁ କାଢ଼ି ଦିଅନ୍ତୁ।
Advertisment

ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ ‘ଆଳୁ ଲଚ୍ଛା ପରଟା’। ଏହି ‘ଆଳୁ ଲଚ୍ଛା ପରଟା’ ରେସିପିକୁ ଚଟଣି କିମ୍ବା ସସ୍‌ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟି ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

Aloo lachha parathaAloo lachha paratha
Odia Food And Recipes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ