Advertisment

Food and Recipe: ବୁଧବାର ଲଞ୍ଚ୍‌ରେ ଘରେ ବନାନ୍ତୁ ‘ମଟନ୍ ବେସର’

ଘରେ ମଟନର ବିଭିନ୍ନ ରେସିପି ତିଆରି କରିଥିବେ । ଆଜି ଆମେ ଆପଣଙ୍କ ପାଇଁ ମଟନର ଏକ ଦେଶୀ ସୁଆଦିଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ମଟନ୍ ବେସର । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

ଅଦ୍ୟତନ ହୋଇଛି
Mutton Curry Recipe

Mutton Curry Recipe

Advertisment
ଘରେ ମଟନର ବିଭିନ୍ନ ରେସିପି ତିଆରି କରିଥିବେ । ଆଜି ଆମେ ଆପଣଙ୍କ ପାଇଁ ମଟନର ଏକ ଦେଶୀ ସୁଆଦିଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ମଟନ୍ ବେସର । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
Advertisment

ଆବଶ୍ୟକ ସାମଗ୍ରୀ:

ଖାସି ମାଂସ, କଟା ପିଆଜ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, କଟା ଟମାଟୋ, ଲୁଣ, ତେଲ, ବେସର ବଟା(ଧଳା ସୋରିଷ, ଜିରା, ଲଙ୍କା ଓ ରସୁଣ) ଓ ଧନିଆ ପତ୍ର।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ମାଂସକୁ ଧୋଇ ଏକ ପାତ୍ରରେ ରଖନ୍ତୁ।
  • ସେଥିରେ ଲୁଣ, ବେସର ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ତେଲ ପକାଇ ଗୋଳାଇ ଦିଅନ୍ତୁ।
  • ଏହି ମିଶ୍ରଣକୁ ଭଲ ଭାବେ ଫେଣ୍ଟିବା ପରେ କିଛି ସମୟ ପାଇଁ ରଖି ଦିଅନ୍ତୁ।
  • ଏବେ ଚୁଲିରେ ଏକ କଡ଼େଇ ବସାଇ ସେଥିରେ ତେଲ ପକାନ୍ତୁ।
  • ତେଲ ଗରମ ହୋଇଯିବା ପରେ ସେଥିରେ କଟା ପିଆଜ ପକାଇ ଭଲ ଭାବେ ଭାଜନ୍ତୁ।
  • ପିଆଜ ବାଦାମୀ ରଙ୍ଗ ହୋଇ ଆସିଲେ, ସେଥିରେ ପୂର୍ବରୁ ଥିବା ମସଲାଯୁକ୍ତ ମାଂସର ମିଶ୍ରଣ ପକାନ୍ତୁ।
  • ଏବେ ଏହାକୁ ଭଲ ଭାବେ କଷନ୍ତୁ। ବେଶ୍ କିଛି ସମୟ କଷିବା ପରେ ଏଥିରେ ଅଳ୍ପ ପାଣି ଦେଇ ମାଂସ ସିଝିବା ପାଇଁ ଏହାକୁ ଘୋଡ଼ାଇ ଦିଅନ୍ତୁ।
  • କିଛି ସମୟ ପରେ ଢାଙ୍କୁଣି କାଢ଼ି ସେଥିରେ କଟା ଟମାଟୋ ପକାଇବେ।
  • ଏବେ ଟମାଟୋକୁ ଭଲ ଭାବେ ଗୋଳାଇ ଦେଇ ମାଂସ ସିଝିବା ଯାଏ ଢାଙ୍କୁଣିକୁ ପୁଣି ଘୋଡ଼ାଇ ଦିଅନ୍ତୁ।
  • ମାଂସ ସିଝିଯିବା ପରେ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ଏବେ ସେଥିରେ ଧନିଆ ପତ୍ର ପକାନ୍ତୁ।
Advertisment

ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ମଟନ୍ ବେସର’। ଏହି ରେସିପିଟିକୁ ଗରମ ଗରମ ଭାତ ବା ପଲଉ ସହ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟି ଘରେ ବନାଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

ରୋଷେଇ ଟିପ୍‌ସ: ମନେ ରଖିବେ, ଏଥିରେ ଅଧିକ ପାଣି ରଖିବେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ