World tourism day 2023 cheapest foreign countries for Indian trip
ପ୍ରତିବର୍ଷ ୨୭ ସେପ୍ଟେମ୍ବରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳନ କରାଯାଏ। ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଦିନ ସାରା ବିଶ୍ୱରେ ପାଳନ କରାଯାଏ। ଦୁନିଆରେ ଅନେକ ପର୍ଯ୍ୟଟନ ସ୍ଥଳ ଅଛି ଯାହା ଦେଶୀ ଏବଂ ବିଦେଶୀ ପର୍ଯ୍ୟଟକଙ୍କୁ ଖୁବ ଆକର୍ଷିତ କରିଥାଏ।
ଏମିତି ଅନେକ ଦେଶ ଅଛି ଯେଉଁଠାର ଦୃଶ୍ୟ ଖୁବ ଚମତ୍କାର ଅନୁଭୂତି ଦେଇଥାଏ। ଅଧିକାଂଶ ଭାରତୀୟ ଯେଉଁମାନେ ଭ୍ରମଣ କରିବାକୁ ପସନ୍ଦ କରନ୍ତି ସେମାନେ ପ୍ରାୟ ବିଦେଶ ଭ୍ରମଣ କରିବାର ସ୍ୱପ୍ନ ଦେଖନ୍ତି। ବିଦେଶ ଯିବା ପାଇଁ କିନ୍ତୁ ଅଧିକ ଖର୍ଚ୍ଚ, ଭିସା ଏବଂ ଅନ୍ୟାନ୍ୟ ଦଲିଲ ବିଷୟରେ ଦ୍ୱନ୍ଦ୍ୱ ହେତୁ ସେମାନେ ଏହି ସ୍ୱପ୍ନକୁ ସାକାର କରିବାକୁ ବଞ୍ଚିତ ହେଉଛନ୍ତି। କିନ୍ତୁ ଏପରି ଅନେକ ବିଦେଶୀ ସ୍ଥାନ ଅଛି ଯେଉଁଠାରେ ଭାରତୀୟମାନେ ଖୁବ କମ ଖର୍ଚ୍ଚରେ ଭ୍ରମଣର ଉପଭୋଗ କରିପାରିବେ। ଆସନ୍ତୁ ଜାଣିନେବା।
ନେପାଳ:
ଭାରତୀୟ ଯାତ୍ରୀମାନଙ୍କ ପାଇଁ ନେପାଳ ଭ୍ରମଣ ଏକ ଉତ୍ତମ ବଜେଟ୍ର ବିକଳ୍ପ ହୋଇପାରେ। ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ, ପର୍ବତ, ତୀର୍ଥସ୍ଥାନ ଏବଂ ଅନୁଭୂତି ପାଇଁ ପ୍ରସିଦ୍ଧ। ନେପାଳର ମୁଦ୍ରା ଭାରତୀୟ ଟଙ୍କାଠାରୁ କମ୍ ଅଟେ। ଏହା ବ୍ୟତୀତ ନେପାଳ ପାଇଁ ଭିସା ଆବଶ୍ୟକ ନାହିଁ।
ଶ୍ରୀଲଙ୍କା:
ଭାରତର ଅତି ନିକଟରେ ଶ୍ରୀଲଙ୍କା ରହିଛି। ପର୍ଯ୍ୟଟକମାନେ ଏଠାକୁ ଅତି ସହଜରେ ଭ୍ରମଣରେ ଯାଇପାରିବେ। ଭାରତୀୟ ଯାତ୍ରୀମାନଙ୍କ ପାଇଁ ଶ୍ରୀଲଙ୍କା ଅନ୍ୟ ଏକ ସୁଲଭ ବିକଳ୍ପ ହୋଇପାରେ। ପ୍ରାକୃତିକ ସୌନ୍ଦର୍ଯ୍ୟ, ଐତିହାସିକ ସ୍ଥାନ ଏବଂ ସ୍ୱାଦିଷ୍ଟ ଖାଦ୍ୟ ପାଇଁ ଏହା ପ୍ରସିଦ୍ଧ।
ଥାଇଲ୍ୟାଣ୍ଡ:
ପ୍ରତିବର୍ଷ ଅଧିକାଂଶ ଭାରତୀୟ ପର୍ଯ୍ୟଟକ ଥାଇଲ୍ୟାଣ୍ଡ ଭ୍ରମନା କରନ୍ତି। ଥାଇଲ୍ୟାଣ୍ଡ ଯାତ୍ରା କରିବା ପାଇଁ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ। ଏହାର ସୌନ୍ଦର୍ଯ୍ୟ, ଅସାଧାରଣ ଖାଦ୍ୟ ଏବଂ ଧାର୍ମିକ ସ୍ଥାନ ପାଇଁ ପର୍ଯ୍ୟଟକଙ୍କୁ ଆକର୍ଷିତ କରେ।
ଇଣ୍ଡୋନେସିଆ:
ଭାରତୀୟ ପର୍ଯ୍ୟଟକମାନେ କମ୍ ଟଙ୍କାରେ ଇଣ୍ଡୋନେସିଆର ଦ୍ୱୀପପୁଞ୍ଜ ବାଲି ଏବଂ ଲୋମ୍ବୋକ୍ ପରିଦର୍ଶନ କରିପାରିବେ। ଇଣ୍ଡୋନେସିଆର ବେଳାଭୂମି, ସୁନ୍ଦର ପର୍ବତ ଏବଂ ପ୍ରାକୃତିକ ଦୃଶ୍ୟ ଯାତ୍ରୀମାନଙ୍କୁ ଆକର୍ଷିତ କରିଥାଏ।
ଭିଏତନାମ:
ଶସ୍ତା ଭ୍ରମଣ ପାଇଁ ଭିଏତନାମ ମଧ୍ୟ ସ୍ୱୀକୃତି ଲାଭ କରୁଛି ଏବଂ ପର୍ଯ୍ୟଟକମାନେ ଐତିହାସିକ ସ୍ଥାନ ସହିତ ସ୍ୱତନ୍ତ୍ର ଖାଦ୍ୟ ଏବଂ ସୂର୍ଯ୍ୟାସ୍ତର ମଜ୍ଜା ନେଇପାରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695746841.jpg)