Advertisment

World Malaria Day 2024: ମ୍ୟାଲେରିଆ ଭଳି ସଂକ୍ରମଣକୁ ରୋକିବା ପାଇଁ ଦୈନିକ କରନ୍ତୁ ଏହିସବୁ ଯୋଗ

ମ୍ୟାଲେରିଆ ହେଉଛି ଏମିତି ଏକ ସଂକ୍ରମଣ ଯାହା ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପ୍ରତିବର୍ଷ ସମଗ୍ର ବିଶ୍ୱରେ କୋଟି କୋଟି ଲୋକ ମ୍ୟାଲେରିଆର ଶିକାର ହୁଅନ୍ତି। କେବଳ ଏତିକି ନୁହେଁ, ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ମ୍ୟାଲେରିଆ ଯୋଗୁଁ ପ୍ରାଣ ମଧ୍ୟ ହରାନ୍ତି। ଏଥିରୁ ରକ୍ଷା ପାଇବା ପାଇଁ ଆସନ୍ତୁ କିଛି ଯୋଗ ଶିଖିବା।

author-image
Pramod Behera
ଅଦ୍ୟତନ ହୋଇଛି
World Malaria Day 2024

World Malaria Day 2024 yoga to cure malaria

ମ୍ୟାଲେରିଆ ହେଉଛି ଏମିତି ଏକ ସଂକ୍ରମଣ ଯାହା ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପ୍ରତିବର୍ଷ ସମଗ୍ର ବିଶ୍ୱରେ କୋଟି କୋଟି ଲୋକ ମ୍ୟାଲେରିଆର ଶିକାର ହୁଅନ୍ତି। କେବଳ ଏତିକି ନୁହେଁ, ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ମ୍ୟାଲେରିଆ ଯୋଗୁଁ ପ୍ରାଣ ମଧ୍ୟ ହରାନ୍ତି।

Advertisment

ଏକ ରିପୋର୍ଟ ଅନୁଯାୟୀ, ୨୦୨୨ ମସିହାରେ ୨୪୯ ମିଲିୟନ ଲୋକ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିଲେ ଏବଂ ୬୦୮,୦୦୦ ଲୋକ ଏହି କାରଣରୁ ମୃତ୍ୟୁ ବରଣ କରିଥିଲେ। ଏହାକୁ ଦୃଷ୍ଟିରେ ରଖି, ଏ ଦିଗରେ ଜନସଚେତନତା ପାଇଁ ପ୍ରତିବର୍ଷ ୨୫ ଏପ୍ରିଲରେ ‘ବିଶ୍ୱ ମ୍ୟାଲେରିଆ ଦିବସ’ ପାଳନ କରାଯାଏ। ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ମ୍ୟାଲେରିଆକୁ ରୋକିବା ସହ ଲୋକଙ୍କ ଜୀବନ ରକ୍ଷା କରିବା।

ଇତିହାସ:

‘ବିଶ୍ୱ ମ୍ୟାଲେରିଆ ଦିବସ’ ପାଳନ ୨୦୦୦ ମସିହାରେ ଆରମ୍ଭ ହୋଇଥିଲା, ସେତେବେଳେ ଏହା ‘ଆଫ୍ରିକା ମ୍ୟାଲେରିଆ ଦିବସ’ ଭାବରେ ଜଣାଶୁଣା ଥିଲା। ଏହା ପରେ, ୨୦୦୮ ମସିହାରେ ଏହାର ନାମ ‘ବିଶ୍ୱ ମ୍ୟାଲେରିଆ ଦିବସ’ରେ ପରିବର୍ତ୍ତିତ ହେଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ଦ୍ୱାରା ଆୟୋଜିତ ବିଶ୍ୱ ସ୍ୱାସ୍ଥ୍ୟ ସଭାର ୬୦ ତମ ଅଧିବେଶନରେ ଏହା କରାଯାଇଥିଲା। ୨୦୧୬ରେ, WHO ୨୦୨୩ ସୁଦ୍ଧା ମ୍ୟାଲେରିଆ ରୋଗକୁ ୯୦ ପ୍ରତିଶତ ହ୍ରାସ କରିବାକୁ ଯୋଜନା କରିଥିଲା

Advertisment

ଉଦ୍ଦେଶ୍ୟ:

‘ବିଶ୍ୱ ମ୍ୟାଲେରିଆ ଦିବସ’ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ମ୍ୟାଲେରିଆ ବିଷୟରେ ଅବଗତ କରାଇବା। ଏହି ଦିନ ପାଳନ କରି ଲୋକଙ୍କୁ ମ୍ୟାଲେରିଆ ବିଷୟରେ ବିସ୍ତୃତ ସୂଚନା ଦିଆଯାଏ। ଏହି ଦିନ, ଅନେକ ସ୍ୱାସ୍ଥ୍ୟ ସଂଗଠନ ଏବଂ ସ୍ୱାସ୍ଥ୍ୟ ଏଜେନ୍ସି ଏକତ୍ରିତ ହୋଇ ଲୋକଙ୍କୁ ଜଣାନ୍ତି ଯେ ଏହି ଭାଇରସ୍ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ହୋଇପାରେ। ଯଦି କେହି ଏଥିରେ ଆକ୍ରାନ୍ତ, ତେବେ ଏହାର ଚିକିତ୍ସାରେ ବିଳମ୍ବ କରିବା ଉଚିତ ନୁହେଁ।

ରକ୍ଷା ପାଇବାର ଉପାୟ:

  • ମଶା କାରଣରୁ ଏହି ରୋଗ ବ୍ୟାପିଥାଏ, ତେଣୁ ଏଥିପାଇଁ ଟାଙ୍କି କିମ୍ବା କୁଲରରେ ଜମୁଥିବା ପାଣି ନିଷ୍କାସନ କରନ୍ତୁ
  • ମ୍ୟାଲେରିଆକୁ ଏଡାଇବା ପାଇଁ, ପୂରା ହାତର ପୋଷାକ ପିନ୍ଧିବା ଉଚିତ୍ ଏବଂ ମୁଣ୍ଡକୁ ଘୋଡାଇ ରଖିବା ଉଚିତ
  • ଶୋଇବା ସମୟରେ ମଶାରି ଟାଙ୍କିବା ଜରୁରୀ

ସାଧାରଣତଃ ରୋଗ ପ୍ରତିରୋଧକ ଶକ୍ତି କମ ଥିଲେ ଏହି ରୋଗ ଶିଘ୍ର ଆକ୍ରମଣ କରେ ଆଉ ଭଲ ହେବାରେ ମଧ୍ୟ ସମୟ ଲାଗେ। ତେଣୁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ରୋଗରୁ ଶୀଘ୍ର ମୁକ୍ତି ପାଇବା ପାଇଁ ଯୋଗାସନ ଅଭ୍ୟାସ କରିବାକୁ ପରାମର୍ଶ ଦିଆଯାଏ। ତେବେ ଏମିତି କିଛି ଯୋଗାସନ ବିଷୟରେ ଜାଣିନିଅନ୍ତୁ ଯାହା ଡେଙ୍ଗୁ କିମ୍ବା ମ୍ୟାଲେରିଆକୁ ଶୀଘ୍ର ଭଲ କରିବାରେ ସାହାଯ୍ୟ କରିବ।

ସିଦ୍ଧ ଚାଲି:

ଧ୍ୟାନର ସହ ଚାଲିବାକୁ ସିଦ୍ଧ ଚାଲି କୁହାଯାଏ। ଏହି ଚାଲିକୁ ଯୋଗର ସହିତ ଯୋଡାଯାଏ, କାରଣ ଏଥିରେ ଚାଲିବା ସହ ଧ୍ୟାନ ମଧ୍ୟ ହୁଏ।

ବଜ୍ରାସନ:

ବଜ୍ରାସନ ହଜମ ପ୍ରକ୍ରିୟାକୁ ସୁସ୍ଥ ରଖେ ଏବଂ ମନକୁ ଶାନ୍ତ କରିଥାଏ। ନିଦ ଏବଂ ରକ୍ତଚାପ ସମସ୍ୟା ହ୍ରାସ କରିବା ସହିତ ଏହା ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ଦୃଢ କରିଥାଏ।

ଶକ୍ତି ମୁଦ୍ରା:

ପାଣିପାଗ ପରିବର୍ତ୍ତନ ଯୋଗୁଁ କିମ୍ବା ଡେଙ୍ଗୁ ଏବଂ ମ୍ୟାଲେରିଆ କାରଣରୁ ହେଉଥିବା ଥଣ୍ଡା ଏବଂ ଜ୍ୱର ସମସ୍ୟାରୁ ମୁକ୍ତି ପାଇବା ପାଇଁ ଶକ୍ତି ମୁଦ୍ରା ଖୁବ ଲାଭଦାୟକ।

ଭସ୍ତ୍ରିକା ପ୍ରାଣାୟାମ:

ଏହି ପ୍ରାଣାୟାମ ଶରୀରରୁ ବିଷାକ୍ତ ପଦାର୍ଥକୁ କାଢିଦିଏ। ଏହା ଫୁସ୍‌ଫୁସ୍‌ରେ କାର୍ବନ ଡାଇଅକ୍ସାଇଡ୍ ସ୍ତରକୁ ହ୍ରାସ କରେ। ଫଳରେ ରକ୍ତକୁ ପରିଷ୍କାର କରି ଶରୀରକୁ ଶୀଘ୍ର ସୁସ୍ଥ କରିଦିଏ।

ଏହାଛଡା ସର୍ବାଙ୍ଗାସନ, ମତ୍ସ୍ୟାସନ, ନାଡିଶୋଧନ ପ୍ରାଣାୟାମ, କପାଳଭାତି ମଧ୍ୟ କରିପାରିବେ।

Health Tips Malaria
Advertisment
Advertisment