Advertisment

World Environment Day 2023: ଜାଣନ୍ତୁ, ପ୍ରଥମ କେଉଁଠି ପାଳନ ହୋଇଥିଲା ପରିବେଶ ଦିବସ...

ସୁଖ ଏବଂ ସୁସ୍ଥ ଜୀବନ ପାଇଁ ପ୍ରକୃତି ଏବଂ ପରିବେଶର ସୁରକ୍ଷା ଆବଶ୍ୟକ। ଏଥିପାଇଁ ପ୍ରତିବର୍ଷ ବିଶ୍ୱ ପରିବେଶ ଦିବସ ପାଳନ କରାଯାଏ। ଏହାକୁ କେବେଠାରୁ ଓ କେଉଁ ଉଦ୍ଦେଶ୍ୟ ନେଇ ପାଳନ କରାଯାଉଛି ଜାଣିବା ପାଇଁ ପଢନ୍ତୁ।

ଅଦ୍ୟତନ ହୋଇଛି
World Environment Day 2023

World Environment Day 2023

Advertisment

ମାନବ ଜୀବନର ନିରାପତ୍ତା ପାଇଁ ପରିବେଶକୁ ସୁରକ୍ଷିତ ରଖିବା ନିହାତି ଜରୁରୀ। ଆଧୁନିକତା ଆଡକୁ ଗତି କରୁଥିବା ବିଶ୍ୱରେ ବିକାଶର ଦ୍ୱାହି ଦେଇ ଆମେ ଏପରି ଅନେକ ଜିନିଷ ବ୍ୟବହାର କରିବା ଆରମ୍ଭ କରିଛୁ, ଯାହା ପୃଥିବୀ ଏବଂ ପରିବେଶ ପାଇଁ ଘାତକ ସାଜୁଛି। ମଣିଷ ଏବଂ ପରିବେଶ ମଧ୍ୟରେ ଏକ ଗଭୀର ସଂଯୋଗ ରହିଛି। ପ୍ରକୃତି ବିନା ଜୀବନ ସମ୍ଭବ ନୁହେଁ। କିନ୍ତୁ ଏ ମଣିଷ ହିଁ ଏହି ପ୍ରକୃତିର କ୍ଷତି କରୁଛି। ପରିବେଶ କ୍ରମାଗତ ଭାବରେ ପ୍ରଦୂଷିତ ହେଉଛି, ଯାହା ଜୀବନକୁ ପ୍ରଭାବିତ କରିବା ସହିତ ପ୍ରାକୃତିକ ବିପର୍ଯ୍ୟୟର କାରଣ ପାଲଟିଛି।

Advertisment

ସୁଖ ଏବଂ ସୁସ୍ଥ ଜୀବନ ପାଇଁ ପ୍ରକୃତି ଏବଂ ପରିବେଶର ସୁରକ୍ଷା ଆବଶ୍ୟକ। ଏଥିପାଇଁ ପ୍ରତିବର୍ଷ ବିଶ୍ୱ ପରିବେଶ ଦିବସ ପାଳନ କରାଯାଏ। ଲୋକମାନେ ପରିବେଶ ବିଷୟରେ ସଚେତନ ହୁଅନ୍ତି ଏବଂ ପରିବେଶ ସଂରକ୍ଷଣ ପାଇଁ ଉତ୍ସାହିତ ହୁଅନ୍ତି। ତେବେ ଆସନ୍ତୁ ଜାଣିବା ବିଶ୍ୱ ପରିବେଶ ଦିବସ କେବେ, କିପରି ଏବଂ କାହିଁକି ପାଳନ କରାଯାଇଥିଲା।

ଅଧିକ ପଢ଼ନ୍ତୁ: କିପରି ରକ୍ଷା କରିବା ଆମ ଚାରିପାଖର ପରିବେଶକୁ

କେବେ ହୁଏ ପାଳନ:

ପ୍ରତିବର୍ଷ ଜୁନ୍ ମାସରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଏ। ଭାରତ ସମେତ ସମଗ୍ର ବିଶ୍ୱରେ ୫ ଜୁନ୍‌ରେ ପରିବେଶ ଦିବସ ପାଳନ କରାଯାଏ। ଏହି ଅବସରରେ ସମସ୍ତ ଦେଶ ବିଭିନ୍ନ ଉପାୟରେ ପରିବେଶ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରନ୍ତି।
ଇତିହାସ:

Advertisment

୧୯୭୨ରେ ବିଶ୍ୱ ପରିବେଶ ଦିବସ ପାଳନ କରିବା ଆରମ୍ଭ ହୋଇଥିଲା। ମିଳିତ ଜାତିସଂଘ ପ୍ରଥମ ପରିବେଶ ଦିବସକୁ ୫ ଜୁନ୍ ୧୯୭୨ରେ ପାଳନ କରିଥିଲା। ସେହି ଦିନଠାରୁ ପ୍ରତିବର୍ଷ ଏହି ଦିନ ପାଳନ କରାଯାଇଆସୁଛି।

ପ୍ରଥମ ପରିବେଶ ଦିବସ:

ମିଳିତ ଜାତିସଂଘ ବିଶ୍ୱ ପରିବେଶ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା, କିନ୍ତୁ ସ୍ୱିଡେନ୍‌ର ରାଜଧାନୀ ଷ୍ଟକ୍‌ହୋମ୍‌ରେ ପ୍ରଥମେ ପରିବେଶ ଦିବସ ପାଳନ କରାଯାଇଥିଲା।୧୯୭୨ ମସିହାରେ ଷ୍ଟକ୍‌ହୋମ୍‌ରେ ପ୍ରଥମ ପରିବେଶ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ୧୧୯ ଦେଶ ଅଂଶଗ୍ରହଣ କରିଥିଲେ।

Advertisment

ଉଦ୍ଦେଶ୍ୟ:

ଦୁନିଆରେ ପ୍ରଦୂଷଣ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହି ପ୍ରଦୂଷଣ ଯୋଗୁଁ ପ୍ରକୃତି ପ୍ରତି ବିପଦ ବଢିବାରେ ଲାଗିଛି। ଏହାକୁ ରୋକିବା ଉଦ୍ଦେଶ୍ୟରେ ପରିବେଶ ଦିବସ ପାଳନ ଆରମ୍ଭ ହୋଇଥିଲା, ଯାହା ଦ୍ୱାରା ଲୋକମାନେ ପରିବେଶ ବିଷୟରେ ଅବଗତ ହୋଇପାରିବେ ଏବଂ ପ୍ରକୃତିକୁ ପ୍ରଦୂଷଣରୁ ରକ୍ଷା କରିବା ପାଇଁ ଉତ୍ସାହିତ ହେବେ।

ଥିମ୍:

ବିଶ୍ୱ ପରିବେଶ ଦିବସ ପାଇଁ ପ୍ରତିବର୍ଷ ଏକ ବିଶେଷ ଥିମ୍ ଥାଏ। ଚଳିତ ବର୍ଷ ପାଇଁ ଏହାର ଥିମ୍‌ ହେଉଛି "ପ୍ଲାଷ୍ଟିକ୍ ପ୍ରଦୂଷଣର ସମାଧାନ(Solutions to Plastic Pollution)"। ଏହି ଥିମ୍ ପ୍ଲାଷ୍ଟିକ୍ ପ୍ରଦୂଷଣର ସମାଧାନ ଉପରେ ଆଧାରିତ।

World Environment Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ