Advertisment

World Environment Day 2023: କିପରି ରକ୍ଷା କରିବା ଆମ ଚାରିପାଖର ପରିବେଶକୁ

ଆଜିକାଲି ବିଭିନ୍ନ ଉପାୟରେ ଆମ ଚାରିପାଖର ପରିବେଶ ଦୂଷିତ ହୋଇଚାଲିଛି। ଏନେଇ ଦିନକୁ ଦିନ ଅନେକ ପ୍ରକାର ରୋଗ ମଣିଷକୁ ଆକ୍ରମଣ କରିବା ସହ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ପାଇଁ ବିପଦ ଦେଖାଦେଇଛି। ଆଜି ବିଶ୍ୱ ପରିବେଶ ଦିବସରେ ଆସନ୍ତୁ ପରିବେଶ ସୁରକ୍ଷାର କେତେକ ଦିଗ ଉପରେ ନଜର ପକେଇ ନେବା।

ଅଦ୍ୟତନ ହୋଇଛି
World Environment Day 2023

World Environment Day 2023

Advertisment

ଏକ ସୁସ୍ଥ ଜୀବନ ପାଇଁ ଏକ ସୁସ୍ଥ ପରିବେଶର ନିହାତି ଆବଶ୍ୟକତା ରହିଛି। ଆଜିକାଲି ବିଭିନ୍ନ ଉପାୟରେ ଆମ ଚାରିପାଖର ପରିବେଶ ଦୂଷିତ ହୋଇଚାଲିଛି। ଏନେଇ ଦିନକୁ ଦିନ ଅନେକ ପ୍ରକାର ରୋଗ ମଣିଷକୁ ଆକ୍ରମଣ କରିବା ସହ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ପାଇଁ ବିପଦ ଦେଖାଦେଇଛି। ତେବେ ଏହି ପରିବେଶକୁ ରକ୍ଷା କରିବା ଆମ ସମସ୍ତଙ୍କ ଦାୟିତ୍ୱ ହେବା ଜରୁରୀ। ଆଜି ବିଶ୍ୱ ପରିବେଶ ଦିବସରେ ଆସନ୍ତୁ ପରିବେଶ ସୁରକ୍ଷାର କେତେକ ଦିଗ ଉପରେ ନଜର ପକେଇ ନେବା।

Advertisment
  • ଆପଣଙ୍କ ଚାରିପାଖରେ ଛୋଟ ଗଛ କିମ୍ବା ବଡ ଗଛ ଲଗାନ୍ତୁ। ପୃଥିବୀର ସବୁଜତା ବୃଦ୍ଧି କରିବାକୁ ଏବଂ ବୃକ୍ଷରୋପଣ ଏବଂ ବୃକ୍ଷର ଅସ୍ତିତ୍ୱ ବଜାୟ ରଖିବାକୁ ପ୍ରତିଶ୍ରୁତି ଦେଇ ସହଯୋଗ କରିବାକୁ ସଂକଳ୍ପବଦ୍ଧ ହୁଅନ୍ତୁ।
  • ନିଜ ପିଲାମାନଙ୍କର ଜନ୍ମଦିନ ହେଉ କି ଅନ୍ୟକୌଣସି ସ୍ମରଣୀୟ ମୁହୂର୍ତ୍ତ ହେଉ ବୃକ୍ଷରୋପଣ କରି ସେହି ସ୍ମୃତିଗୁଡ଼ିକୁ ସବୁଦିନ ପାଇଁ ଚିରସ୍ଥାୟୀ କରନ୍ତୁ।
  • ଯେକୌଣସି କାର୍ଯ୍ୟକ୍ରମ ହେଉ ଅତିଥିମାନଙ୍କୁ ସ୍ୱାଗତ କରିବା ବେଳେ ଫୁଲତୋଡା ଦେବା ପରିବର୍ତ୍ତେ, ଚାରା ଦେଇ ସେମାନଙ୍କୁ ସମ୍ମାନ ଦିଅନ୍ତୁ।
  • ରାସ୍ତା କିମ୍ବା ଘର ନିର୍ମାଣ ସମୟରେ ଯଥାସମ୍ଭବ ଗଛଗୁଡିକୁ ରକ୍ଷା କରନ୍ତୁ।
  • ଗଛ ଏବଂ ଉଦ୍ଭିଦ ପାଇଁ ଆପଣଙ୍କ ଘର ପ୍ରାଙ୍ଗଣରେ କିଛି ସ୍ଥାନ ରଖନ୍ତୁ। ସେମାନେ ସବୁଜତା ଦେବେ, ତାପମାତ୍ରା ହ୍ରାସ କରିବେ, ଜଳ ପରିଚାଳନା କରିବେ ଏବଂ ଆପଣଙ୍କ ଜୀବନରେ ଖୁସି ଆଣିବେ।

ଅଧିକ ପଢ଼ନ୍ତୁ: ଜାଣନ୍ତୁ, ପ୍ରଥମ କେଉଁଠି ପାଳନ ହୋଇଥିଲା ପରିବେଶ ଦିବସ...

ଜଳ ସଂରକ୍ଷଣ:

  • ବ୍ରଶ୍ କରିବା ସମୟରେ ଟ୍ୟାପ୍ ଖୋଲି ଛାଡି ଦିଅନ୍ତୁ ନାହିଁ
  • ସାୱର ବଦଳରେ ବାଲ୍ଟିରେ ପାଣି ନେଇ ଗାଧାନ୍ତୁ
  • ଯାନବାହନଗୁଡିକୁ ପାଣି ସ୍ପ୍ରେ କରି ଧୋଇବା ବଦଳରେ ବାଲ୍ଟିରେ ପାଣି ନେଇ କପଡ଼ାରେ ସଫା କରନ୍ତୁ
  • ଅଗଣା ଏବଂ ଚଟାଣକୁ ପାଣି ଢାଳି ଧୋଇବା ପରିବର୍ତ୍ତେ ଏହାକୁ ଓଳାନ୍ତୁ ଓ ପୋଛା ମାରି ସଫା କରନ୍ତୁ
  • ପ୍ରତିଦିନ ଚଟାଣ ସଫା କରିବା ପରେ ପୋଛା ପାଣିକୁ ରଖି ଗଛରେ ଦିଅନ୍ତୁ
Advertisment

ବିଦ୍ୟୁତ ସଂରକ୍ଷଣ:

  • ଘରୁ ବାହାରକୁ ଯିବା ବେଳେ ମନେକରି ସବୁ ଲାଇଟ୍ ଏବଂ ଫ୍ୟାନ୍ ବନ୍ଦ କରନ୍ତୁ
  • ଗୋଟିଏ କୋଠରୀରେ ଏସି, ଟିଭି ଇତ୍ୟାଦି ଚଲାନ୍ତୁ
  • ଧ୍ୟାନ ଦିଅନ୍ତୁ ଏସ ଓ ଫ୍ରିଜ୍‌ରେ ଯେପରି ବିଷାକ୍ତ ଗ୍ୟାସ୍ ବ୍ୟବହୃତ ନ ହୁଏ
  • ରାସ୍ତାରେ ଦିନ ବେଳେ ଜଳୁଥିବା ଲାଇଟ୍ ବନ୍ଦ କରିଦିଅନ୍ତୁ
  • ବୈଦ୍ୟୁତିକ ଉପକରଣଗୁଡିକର ଯତ୍ନ ନିଅନ୍ତୁ

ପେଟ୍ରୋଲ ସଂର‍କ୍ଷଣ:

  • ଏହି ପ୍ରାକୃତିକ ସମ୍ପଦ ମଧ୍ୟ ମହଙ୍ଗା ଏବଂ ଏହାର ପୁନଃଉତ୍ପାଦନ ମଧ୍ୟ ବହୁତ ଲମ୍ବା ତେଣୁ ଏହାକୁ ଦେଖିଚାହିଁ ବ୍ୟବହାର କରନ୍ତୁ।
  • ଯଦି ସମ୍ଭବ ପବ୍ଲିକ୍ ପରିବହନ ବ୍ୟବହାର କରନ୍ତୁ
  • ଗୋଟିଏ ଯାଗାରେ ରହୁଥିବା କର୍ମଚାରୀମାନେ ଗୋଟିଏ ଯାନରେ ଏକାଠି ଅଫିସକୁ ଯାଆନ୍ତୁ
  • ରାସ୍ତାରେ ଯଦି ଅଧିକ ସମୟ ରହିବାକୁ ପଡିବ ତେବେ ଗାଡି ବନ୍ଦ କରନ୍ତୁ
  • ଠିକ ସମୟରେ ଗାଡିର ସର୍ଭିସ୍ କରି ପରିବେଶ ପ୍ରଦୂଷଣକୁ ଦୂରେଇ ଦିଅନ୍ତୁ
Advertisment

ପଶୁପକ୍ଷୀଙ୍କ ସୁରକ୍ଷା:

  • ପଶୁପକ୍ଷୀଙ୍କ ବାସସ୍ଥାନ ଗଛ-ଲତା ନଷ୍ଟ କରନ୍ତୁ ନାହିଁ
  • ସେମାନଙ୍କର ଖାଦ୍ୟ ଏବଂ ଜଳ ପାଇଁ ବ୍ୟବସ୍ଥା କରନ୍ତୁ
  • ବାଲ୍ଟିରେ ଗାଈ-ଗୋରୁ, ଛେଳି, କୁକୁର ଇତ୍ୟାଦି ପାଇଁ ଏବଂ କୌଣସି ଛୋଟ ପାତ୍ରରେ ପକ୍ଷୀମାନଙ୍କ ପାଇଁ ଜଳର ବ୍ୟବସ୍ଥା କରନ୍ତୁ
  • ଗାଈ ଓ କୁକୁରକୁ ରୁଟି ଦିଅନ୍ତୁ କିନ୍ତୁ ପଲିଥିନ ସହିତ ଖାଦ୍ୟ ପକାନ୍ତୁ ନାହିଁ, ସେମାନଙ୍କ ଜୀବନ ବିପଦରେ ପଡିପାରେ
  • ଜୀବମାନଙ୍କୁ ଦୟା ଦେଖାନ୍ତୁ
World Environment Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ