World bicycle day 2023 know when did it start
ପ୍ରତିବର୍ଷ ଜୁନ୍ ୩ ତାରିଖରେ ‘ବିଶ୍ୱ ସାଇକେଲ୍ ଦିବସ’ ସାରା ବିଶ୍ୱରେ ପାଳନ କରାଯାଏ। ଏହାର ଉଦ୍ଦେଶ୍ୟ ହେଉଛି ସାଇକେଲ୍ର ଗୁରୁତ୍ୱକୁ ବର୍ଣ୍ଣନା କରି ସ୍ୱାସ୍ଥ୍ୟ ଏବଂ ପରିବେଶର ଉପକାରିତା ବିଷୟରେ ଲୋକଙ୍କୁ ଅବଗତ କରାଇବା।
ସାଇକେଲ ଚଲାଇବାରେ ଅନେକ ଉପକାର ମଧ୍ୟ ଅଛି। ନିୟମିତ ସାଇକେଲ୍ ଚାଳନା ଶରୀରକୁ ସୁସ୍ଥ ଏବଂ ଫିଟ୍ ରଖେ। ଏହା ଲୋକଙ୍କୁ ଚଳଚଞ୍ଚଳ ରଖେ। ମିଳିତ ଜାତିସଂଘର ସାଧାରଣ ସଭା ଜନ ସଚେତନତା ସୃଷ୍ଟି କରିବା ପାଇଁ ୨୦୧୮ରେ 'ବିଶ୍ୱ ସାଇକେଲ ଦିବସ' ପାଳନ କରିବା ଆରମ୍ଭ କରିଥିଲା।
କେବେ ହେଲା ଆରମ୍ଭ:
ଚଳିତ ବର୍ଷ ଷଷ୍ଠ 'ବିଶ୍ୱ ସାଇକେଲ ଦିବସ' ପାଳନ କରାଯାଉଛି। ୦୩ ଜୁନ୍ ୨୦୧୮ ରେ ନ୍ୟୁୟର୍କରେ ମିଳିତ ଜାତିସଂଘ ସାଧାରଣ ସଭା ଦ୍ୱାରା ବିଶ୍ୱ ସାଇକେଲ ଦିବସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜାତିସଂଘର ଅଧିକାରୀ, ଆଥଲେଟ୍ଙ୍କ ସମେତ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇଥିଲେ।
ଏହି ଅବସରରେ ସାଇକେଲ ଚଲାଇବା ଏବଂ ସ୍ୱାସ୍ଥ୍ୟ ପାଇଁ ଏହାର ଉପକାରିତା ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଥିଲା। ଯାହା ପରେ ଏହି ଦିନ ସାରା ବିଶ୍ୱରେ ପାଳନ କରାଯିବା ଆରମ୍ଭ ହେଲା।
ବିଶ୍ୱ ସାଇକେଲ ଦିବସର ମହତ୍ତ୍ୱ:
ମିଳିତ ଜାତିସଂଘ ଅନୁଯାୟୀ ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ବିଶ୍ୱର ବିଭିନ୍ନ ଦେଶକୁ ବିଭିନ୍ନ ବିକାଶମୂଳକ ରଣନୀତି ଉପରେ ଧାରଣା ଦେବା ଏବଂ ଆନ୍ତର୍ଜାତୀୟ, ଜାତୀୟ, ଆଞ୍ଚଳିକ ବିକାଶ ନୀତି ଏବଂ କାର୍ଯ୍ୟକ୍ରମରେ ସାଇକେଲକୁ ସାମିଲ୍ କରେଇବା ନେଇ ପ୍ରୋତ୍ସାହିତ କରିବା।
ଏହା ସହିତ ପଥଚାରୀଙ୍କ ସୁରକ୍ଷା ଏବଂ ସାଇକେଲ ଚାଳନାକୁ ମଧ୍ୟ ପ୍ରୋତ୍ସାହନ କରାଯାଏ। ଏଥିରେ ଲୋକଙ୍କ ମଧ୍ୟରେ ସାଇକେଲର ପ୍ରସାର ବୃଦ୍ଧି ଏବଂ ଏହାର ଉପକାରିତା ବିଷୟରେ ସୂଚନା ପ୍ରଦାନ କରାଯାଏ। ଏହାଦ୍ୱାରା ଲୋକମାନେ ସାଇକେଲ ଚାଳନାକୁ ସେମାନଙ୍କ ଜୀବନର ଏକ ଅଂଶ କରିପାରିବେ।
ଚଳିତ ବର୍ଷର ଥିମ୍:
ପ୍ରତ୍ୟେକ ବର୍ଷ ଏକ ସ୍ୱତନ୍ତ୍ର ଥିମ୍କୁ ନେଇ ବିଶ୍ୱ ସାଇକେଲ ଦିବସ ପାଳନ କରାଯାଏ। ଚଳିତ ବର୍ଷର ଥିମ୍ ହେଉଛି "ଏକ ସ୍ଥାୟୀ ଭବିଷ୍ୟତ ପାଇଁ ଏକତ୍ର ସାଇକେଲ୍ ଚାଳନା"। ଏହାର ଅର୍ଥ ସାଇକେଲକୁ ପରିବହନର ମାଧ୍ୟମ ଭାବରେ ଗ୍ରହଣ କରି ଏକ ସ୍ଥାୟୀ ଭବିଷ୍ୟତ ଗଠନ ପାଇଁ ଆବଶ୍ୟକ ସାମୂହିକ ପ୍ରୟାସକୁ ଗୁରୁତ୍ୱ ଦେବା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1685713672.jpg)