Advertisment

Women’s Equality Day 2024: ବଢିବାରେ ଲାଗିଛି ମହିଳା ଡିଜିଟାଲ୍ ହିଂସା; ଜାଣନ୍ତୁ କିପରି ନିଜକୁ କରିବେ ରକ୍ଷା

ଆଜି ‘ମହିଳା ସମାନତା ଦିବସ’ ପାଳନ କରାଯାଉଥିବା ବେଳେ ମଧ୍ୟ ଭାରତୀୟ ସମାଜରେ କେଉଁଠି ନା କେଉଁଠି ମହିଳା-ପୁରୁଷଙ୍କ ମଧ୍ୟରେ ରହିଛି ପାତରଅନ୍ତର। ଆଜି ବି ମହିଳାମାନେ ଅନେକ ଡିଜିଟାଲ ହିଂସାର ଶିକାର ହେଉଛନ୍ତି। ତେବେ ଏହି ଡିଜିଟାଲ ହିଂସା କ’ଣ ଓ ସେଥିରୁ କିପରି ନିଜକୁ ରକ୍ଷା କରିହେବ ଆସନ୍ତୁ ଜାଣିବା।

author-image
Pramod Behera
Women’s Equality Day 2024

Women’s Equality Day 2024

ପ୍ରତିବର୍ଷ ୨୬ ଅଗଷ୍ଟରେ ‘ମହିଳା ସମାନତା ଦିବସ’ ପାଳନ କରାଯାଏ। ଏହା କେବଳ ଗୋଟିଏ ଦିନକୁ ନୁହେଁ, ବରଂ ଏକ ଆନ୍ଦୋଳନ ଏବଂ ଦୀର୍ଘ ଦିନର ଲଢେଇକୁ ମନେପକାଇ ଦିଏ। ଏହି ଦିନ ଲୋକମାନଙ୍କୁ ସ୍ମରଣ କରାଏ ଯେ ମହିଳାମାନେ ସମାନତା ପାଇଁ କେତେ ବଡ ସଂଘର୍ଷ କରିଥିଲେ।

Advertisment

ଇତିହାସ:

‘ମହିଳା ସମାନତା ଦିବସ’ର ଇତିହାସ ୧୯୨୦କୁ ମନେପକାଇ ଦିଏ, ଯେତେବେଳେ ଆମେରିକାର ମହିଳାମାନେ ଭୋଟ୍ ଦେବାର ଅଧିକାର ପାଇଥିଲେ। ୧୯ତମ ସଂଶୋଧନ ପରେ ମହିଳାମାନେ ରାଜନୈତିକ ମହଲରେ ପ୍ରବେଶ କରି ସମାଜରେ ସ୍ୱର ଉତ୍ତୋଳନ କରିବା ଆରମ୍ଭ କଲେ।

୧୯୨୦ ମସିହାରେ, ଆମେରିକାର ସମ୍ବିଧାନର ୧୯ ତମ ସଂଶୋଧନ ପାରିତ ହୋଇଥିଲା, ଯେଉଁଥିରେ ମହିଳାମାନେ ଭୋଟ୍ ଦେବାର ଅଧିକାର ପାଇଥିଲେ। ଏହା ମହିଳାମାନଙ୍କ ପାଇଁ ଏକ ପ୍ରମୁଖ ବିଜୟ ଥିଲା ଏବଂ ମହିଳା ଅଧିକାର ଆନ୍ଦୋଳନକୁ ଏକ ନୂଆ ଦିଗ ଦେଇଥିଲା।

Advertisment
Women’s Equality Day 2024ମହିଳାଙ୍କ ପ୍ରତି ହେଉଥିବା ହିଂସା

ଉଦ୍ଦେଶ୍ୟ:

  • ମହିଳା ସମାନତା ଦିବସର ମୂଳ ଉଦ୍ଦେଶ୍ୟ ହେଉଛି ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରିବା। ଏହାର ଅର୍ଥ ହେଉଛି ମହିଳା ଏବଂ ପୁରୁଷଙ୍କୁ ସମାନ ଅଧିକାର, ସୁଯୋଗ ଏବଂ ସମ୍ମାନ
  • ପୁରୁଷଙ୍କ ପରି ସମାନ କାମ ପାଇଁ ମହିଳାମାନେ ସମାନ ଦରମା ପାଇବା
  • ଶିକ୍ଷା, ରୋଜଗାର ଏବଂ ରାଜନୀତିରେ ମହିଳାମାନେ ପୁରୁଷଙ୍କ ପରି ସମାନ ସୁଯୋଗ ପାଇବା
  • ମହିଳାଙ୍କ ପ୍ରତି ହେଉଥିବା ହିଂସା ଶେଷ ହେବା
  • ସମାଜରେ ମହିଳା ଏବଂ ପୁରୁଷଙ୍କ ବିଷୟରେ ଥିବା ଧାରଣାକୁ ଭାଙ୍ଗିବା

ଏତେ ସବୁ ପରେ ବି ଆଜିର ଭାରତୀୟ ସମାଜରେ ମଧ୍ୟ କେଉଁଠି ନା କେଉଁଠି ମହିଳା-ପୁରୁଷଙ୍କ ମଧ୍ୟରେ ପାତରଅନ୍ତର ଥିବା ଦେଖିବାକୁ ମିଳେ। ଆଜିବି ମହିଳାମାନେ ବିଭିନ୍ନ ପ୍ରକାଶ ସମସ୍ୟାର ଶିକାର ହେବା ଦେଖାଯାଏ। ସେଥି ମଧ୍ୟରୁ ଗୋଟିଏ ହେଉଛି ଡିଜିଟାଲ ହିଂସା। ତେବେ ଏହି ଡିଜିଟାଲ ହିଂସା କ’ଣ ଓ ସେଥିରୁ କିପରି ନିଜକୁ ରକ୍ଷା କରିହେବ ଆସନ୍ତୁ ଜାଣିବା।

Women’s Equality Day 2024ଆଜି ବି ଭାରତୀୟ ସମାଜରେ ମଧ୍ୟ କେଉଁଠି ନା କେଉଁଠି ମହିଳା-ପୁରୁଷଙ୍କ ମଧ୍ୟରେ ରହିଛି ପାତରଅନ୍ତର

ଡିଜିଟାଲ୍ ହିଂସା କ’ଣ:

ଭାରତରେ ଡିଜିଟାଲ୍ କ୍ରାନ୍ତି ସହିତ ଅଧିକରୁ ଅଧିକ ଲୋକଙ୍କ ପାଖରେ ମୋବାଇଲ୍ ଫୋନ୍ ଏବଂ ଇଣ୍ଟରନେଟ୍ ପହଞ୍ଚିପାରିଛି। ଏହା ନିଶ୍ଚିତ ଭାବରେ ଲୋକଙ୍କୁ ସଚେତନ ଏବଂ ସଶକ୍ତ କରିଛି, କିନ୍ତୁ ଏହି ଡିଜିଟାଲ୍ ଦୁନିଆରେ ମଧ୍ୟ ଅନେକ ପ୍ରକାରର ହିଂସା ବ୍ୟାପିଛି ଯାହାକୁ ମହିଳାମାନେ ବାସ୍ତବ ଦୁନିଆରେ ବର୍ଷ ବର୍ଷ ଧରି ସମ୍ମୁଖୀନ ହେଉଛନ୍ତି। ତେବେ ଆସନ୍ତୁ ଜାଣିବା ସେହିସବୁ ହିଂସା କ’ଣ।

Women’s Equality Day 2024ଡିଜିଟାଲ୍ ହିଂସା କ’ଣ
  • ଅନ୍‌ଲାଇନ୍ ହାରାସ୍‌ମେଣ୍ଟ୍, ଘୃଣ୍ୟ ବକ୍ତବ୍ୟ, ଫଟୋରେ ମନିପୁଲେସନ୍, ବ୍ଲାକ୍‌ମେଲ୍, ଅନ୍‌ଲାଇନ୍ ଷ୍ଟକିଂ, ଅଶ୍ଳୀଳ ସାମଗ୍ରୀ ପଠାଇବା ସହିତ ଅନେକ ଜିନିଷ ଡିଜିଟାଲ୍ ହିଂସାର ଏକ ଅଂଶ। AI (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ) ଦ୍ୱାରା ଏହାର ବିପଦ ଆହୁରି ବୃଦ୍ଧି ପାଇଛି।
  • ଆଜିକାଲି ଡିଜିଟାଲ୍ ମିଡିଆ କିମ୍ବା ଯୋଗାଯୋଗ ପ୍ରଯୁକ୍ତିବିଦ୍ୟାକୁ ବ୍ୟବହାର କରି ଲିଙ୍ଗଗତ ଅସମାନତା ଏବଂ ଲିଙ୍ଗଗତ ଭେଦଭାବର ହିଂସା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି।
  • ଦି ଇକୋନୋମିଷ୍ଟର ଇଣ୍ଟେଲିଜେନ୍ସ ୟୁନିଟ୍ ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁଯାୟୀ, ବିଶ୍ୱର ୮୫% ମହିଳା ଅନ୍‌ଲାଇନ୍ ହିଂସାର ସମ୍ମୁଖୀନ ହୋଇଛନ୍ତି।
  • ଭାରତରେ ଥିବା ନ୍ୟାସ୍‌ନାଲ କ୍ରାଇମ୍‌ ରେକର୍ଡ ବ୍ୟୁରୋର ତଥ୍ୟ ଅନୁଯାୟୀ, କୋଭିଡ୍‌ ପରେ ମହିଳାଙ୍କୁ ନେଇ ଅନେକ ସାଇବର ଅପରାଧ ମାମଲା ରୁଜୁ ହୋଇଛି। ଏହି ଅପରାଧରେ ବ୍ଲାକ୍‌ମେଲିଂ / ବଦନାମ / ଫଟୋ ସହିତ ଟ୍ୟାମ୍ପରିଂ / ଅଶ୍ଳୀଳ ସାମଗ୍ରୀ / ନକଲି ପ୍ରୋଫାଇଲ୍ ପଠାଇବା ଭଳି ଜିନିଷ ରହିଛି।

ଆଜିକାଲି ଅଧିକାଂଶ କିଶୋର ଯୁବତୀ ଡିଜିଟାଲ୍ ଦୁନିଆରେ ପ୍ରବେଶ କରିଛନ୍ତି। ଏଠାରେ ସେମାନେ ଅନେକ ସମୟ ବିତାଉଥିବା ବେଳେ ନିର୍ଯାତନା ଏବଂ ଗାଳିଗୁଲଜ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେବେ ଏ ଭଳି ପରିସ୍ଥିତିରୁ ରକ୍ଷା ପାଇବା ପାଇଁ କ’ଣ କରିବା ଜରୁରୀ ଆସନ୍ତୁ ଜାଣିବା।

କିପରି ମିଳିବ ରକ୍ଷା:

  • ଯେଉଁମାନେ ଅସୁବିଧା ସୃଷ୍ଟି କରୁଛନ୍ତି ସେମାନଙ୍କୁ ବ୍ଲକ୍ କରିବା, ଇଗ୍ନୋର୍ କରିବା ଏକ ଭଲ ସମାଧାନ
  • ସେହି କମେଣ୍ଟଗୁଡିକ ଶେୟାର କରିବା, ଏହା ଆପଣଙ୍କର ସମର୍ଥନ ଗୋଷ୍ଠୀର ସମର୍ଥନ ପାଇବାରେ ସାହାଯ୍ୟ କରିବ
  • ବେଳେବେଳେ କିଛି ଲୋକଙ୍କୁ ଡିଜିଟାଲ୍ ସ୍ପେସ୍‌ରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ, ଏପରି ପରିସ୍ଥିତିରେ, ସେଠାରୁ କିଛି ସମୟ ପାଇଁ ସୁଇଚ୍ ଅଫ୍ କରିବା ମଧ୍ୟ ଏକ ସମାଧାନ, ଯାହା ଦ୍ୱାରା ମାନସିକ ଶାନ୍ତି ବଜାୟ ରଖିହେବ
  • କେବଳ ସେହି ଜିନିଷଗୁଡିକ ଶେୟାର କରନ୍ତୁ ଯେଉଁଥିରେ ଆପଣ କମ୍ପର୍ଟେବୁଲ୍
  • ଆକାଉଣ୍ଟକୁ ବ୍ୟକ୍ତିଗତ ରଖିବା ମଧ୍ୟ ଏକ ଉତ୍ତମ ବିକଳ୍ପ
  • ଡିଜିଟାଲ୍ ମିଡିଆର ସୀମିତ ବ୍ୟବହାର
  • ଯଦି କୌଣସି ଜିନିଷ କ୍ରମାଗତ ଭାବରେ ଅସୁବିଧାରେ ପକାଉଛି, ତେବେ ସେହି ପରିସ୍ଥିତିରୁ ବାହାରିବା ଉଚିତ
  • ଆବଶ୍ୟକ ସ୍ଥଳେ ବୃତ୍ତିଗତ ସହାୟତା ନିଆଯିବା ଉଚିତ
Woman Harass Women's Equality Day
Advertisment
Advertisment