Advertisment

World Autism Awareness Day: ଜାଣନ୍ତୁ କାହିଁକି ପାଳନ ହେଉଛି ବିଶ୍ୱ ଅଟିଜିମ୍ ସଚେତନତା ଦିବସ, କ’ଣ ଏହାର ଇତିହାସ...

ବିଶ୍ୱ ଅଟିଜିମ୍ ସଚେତନତା ଦିବସ ପ୍ରତିବର୍ଷ ୨ ଏପ୍ରିଲରେ ପାଳନ କରାଯାଏ। ମିଳିତ ଜାତିସଂଘର ସଦସ୍ୟ ରାଷ୍ଟ୍ରମାନଙ୍କୁ ସାରା ବିଶ୍ୱରେ ଅଟିଜିମ୍ ସ୍ପେକ୍ଟ୍ରମ୍ ବ୍ୟାଧି ଥିବା ଲୋକଙ୍କ ବିଷୟରେ ସଚେତନତା ସୃଷ୍ଟି କରିବାକୁ ପଦକ୍ଷେପ ନେବାକୁ ଉତ୍ସାହିତ କରାଯାଏ।

ଅଦ୍ୟତନ ହୋଇଛି
World Autism Awareness Day 2023

World Autism Awareness Day

Advertisment

ବିଶ୍ୱ ଅଟିଜିମ୍ ସଚେତନତା ଦିବସ ପ୍ରତିବର୍ଷ ୨ ଏପ୍ରିଲରେ ପାଳନ କରାଯାଏ। ମିଳିତ ଜାତିସଂଘର ସଦସ୍ୟ ରାଷ୍ଟ୍ରମାନଙ୍କୁ ସାରା ବିଶ୍ୱରେ ଅଟିଜିମ୍ ସ୍ପେକ୍ଟ୍ରମ୍ ବ୍ୟାଧି ଥିବା ଲୋକଙ୍କ ବିଷୟରେ ସଚେତନତା ସୃଷ୍ଟି କରିବାକୁ ପଦକ୍ଷେପ ନେବାକୁ ଉତ୍ସାହିତ କରାଯାଏ। ବିଶ୍ୱ ଅଟିଜିମ୍ ସଚେତନତା ଦିବସ ଅବସରରେ, WHO ଅଟିଜିମ୍ ସହିତ ବିକାଶରେ ବିଳମ୍ବ କିମ୍ବା ଭିନ୍ନକ୍ଷମ ପିଲାମାନଙ୍କର ଯତ୍ନ ନେଉଥିବା ବ୍ୟକ୍ତିଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମର ଏକ ଅନଲାଇନ୍ ସଂସ୍କରଣ ଜାରି କରୁଛି।

Advertisment

ବ୍ରାଜିଲ, ଭାରତ, ଇଟାଲୀ ଏବଂ କେନିଆ ପରି ୩୦ରୁ ଅଧିକ ଦେଶରେ ଏହି କାର୍ଯ୍ୟକ୍ରମଗୁଡିକ ମୁହାଁମୁହିଁ ଫର୍ମାଟ୍‌ରେ ହୋଇସାରିଛି। ଏଥିରେ ପିତାମାତା ଏବଂ ଅନ୍ୟାନ୍ୟ ଯତ୍ନ ନେଉଥିବା ବ୍ୟକ୍ତିଙ୍କୁ ଦୈନନ୍ଦିନ କୌଶଳ ଶିକ୍ଷା ଦିଆଯାଏ, ଯାହା ଅଟିଜିମ୍ ଏବଂ ଅନ୍ୟାନ୍ୟ ବିକାଶରେ ଅକ୍ଷମତା ଥିବା ପିଲାମାନଙ୍କର ଉନ୍ନତି ତଥା ବିକାଶରେ ସାହାଯ୍ୟ କରିଥାଏ।

ଅଟିଜିମ୍ ବା ଅଟିଜିମ୍ ସ୍ପେକ୍ଟ୍ରମ୍ ବ୍ୟାଧି ଅର୍ଥାତ୍ ASD ଏକ ମାନସିକ ରୋଗ। ଏହି ରୋଗ ପ୍ରାୟତଃ ପିଲାମାନଙ୍କଠାରେ ଦେଖାଯାଏ। ଏହା ଜାଣିବା ବହୁତ କଷ୍ଟକର। ପିଲାଟି ଯେପର୍ଯ୍ୟନ୍ତ ୨ରୁ ୩ ବର୍ଷ ବୟସ ନ ହୋଚିହି ଅଟିଜିମ୍‌ର ଲକ୍ଷଣ ଚିହ୍ନଟ ହୋଇପାରେ ନାହିଁ।

Advertisment

ମହତ୍ତ୍ୱ:

ମିଳିତ ଜାତିସଂଘ (UN) ଦ୍ୱାରା ନିର୍ମିତ ସ୍ୱାସ୍ଥ୍ୟ ସମ୍ବନ୍ଦୀୟ ୭ଟି ସରକାରୀ ସ୍ୱତନ୍ତ୍ର ବିଶେଷ ଦିନ ମଧ୍ୟରୁ ବିଶ୍ୱ ଅଟିଜିମ୍ ସଚେତନତା ଦିବସ ଅନ୍ୟତମ, ଯାହା ପ୍ରତିବର୍ଷ ପାଳନ କରାଯାଏ। ଏହି ଦିନ ବିଶ୍ୱରେ ଅଲଗା ଅଲଗା କାମ କରୁଥିବା ଅଟିଜିମ୍ ସଂଗଠନଗୁଡ଼ିକୁ ଏକତ୍ର କରିବା ପାଇଁ କାର୍ଯ୍ୟ କରେ, ଏହା ସହିତ ଏଥିରେ ପିଡୀତ ଲୋକଙ୍କ ପାଇଁ ଅନୁସନ୍ଧାନ, ନିରାକରଣ, ଚିକିତ୍ସା ଏବଂ ସ୍ୱୀକୃତି ଭଳି କିଛି ଜିନିଷ ପ୍ରତି ଧ୍ୟାନ ଦିଆଯାଏ।

ଇତିହାସ:

ମିଳିତ ଜାତିସଂଘର ଜର୍ନାଲ୍ ଆସେମ୍ବଲି ୧ ନଭେମ୍ବର ୨୦୦୭ରେ ବିଶ୍ୱ ଅଟିଜିମ୍ ସଚେତନତା ଦିବସ ପାଳନ କରିବାକୁ ଏକ ସଂକଳ୍ପ ପାରିତ କଲା। ଏହାକୁ ୧୮ ଡିସେମ୍ବର ୨୦୦୭ରେ ଗ୍ରହଣ କରାଯାଇଥିଲା।

Advertisment

ଥିମ୍:

୨୦୦୭ ମସିହାରୁ ବିଶ୍ୱ ଅଟିଜିମ୍ ସଚେତନତା ଦିବସ ପାଳନ କରାଯାଉଛି। କିନ୍ତୁ ୨୦୧୨ ମସିହାରୁ ଏହା ଏକ ସ୍ୱତନ୍ତ୍ର ଥିମ୍ ସହିତ ପାଳନ କରାଯାଉଛି। ଚଳିତ ବର୍ଷ ମିଳିତ ଜାତିସଂଘର ବିଶ୍ୱ ଅଟିଜିମ୍ ସଚେତନତା ଦିବସର ବିଷୟବସ୍ତୁ ହେଉଛି "କଥାର ରୂପାନ୍ତର: ଘରେ, କାର୍ଯ୍ୟରେ, କଳାରେ ଓ ନୀତି ନିର୍ମାଣରେ ଯୋଗଦାନ"।

Health Tips Autism Spectrum Disorder Autism Symptoms
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ