Advertisment

World NGO Day 2024: ଗରିବ ଏବଂ ଅସହାୟ ଲୋକଙ୍କ ସେବାରେ ଏନ୍‌ଜିଓ; ଜାଣନ୍ତୁ ଏମାନଙ୍କ କାମ

ଏନ୍‌ଜିଓ ମଧ୍ୟ ଏକ ଅଣ-ଲାଭକାରୀ ସଂସ୍ଥା। ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଏନ୍‌ଜିଓ ପ୍ରତି ଅସହାୟ ଲୋକଙ୍କ ସଚେତନତା ବୃଦ୍ଧି କରିବା ଏବଂ ଏନ୍‌ଜିଓର କାର୍ଯ୍ୟକୁ ଉତ୍ସାହିତ କରିବା।

author-image
Pramod Behera
ଅଦ୍ୟତନ ହୋଇଛି
World NGO Day 2024

why is world ngo day celebrated

ଏକ ଏନ୍‌ଜିଓର କାମ ହେଉଛି ଗରିବ ଏବଂ ଦୁଃଖି ଲୋକମାନଙ୍କର ଯନ୍ତ୍ରଣା ଏବଂ ଆବଶ୍ୟକତାକୁ ବୁଝିବା, ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ଏବଂ ସେମାନଙ୍କର ସାହାରା ହେବା। ଏନ୍‌ଜିଓ ମଧ୍ୟ ଏକ ଅଣ-ଲାଭକାରୀ ସଂସ୍ଥା। ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଏନ୍‌ଜିଓ ପ୍ରତି ଅସହାୟ ଲୋକଙ୍କ ସଚେତନତା ବୃଦ୍ଧି କରିବା ଏବଂ ଏନ୍‌ଜିଓର କାର୍ଯ୍ୟକୁ ଉତ୍ସାହିତ କରିବା।

Advertisment

କିନ୍ତୁ ଆପଣ ଜାଣନ୍ତି କି କାହିଁକି ଏବଂ କେବେ ଏନ୍‌ଜିଓ ଦିବସ ପାଳନ ହେବା ଆରମ୍ଭ ହେଲା? ଆସନ୍ତୁ ଜାଣିବା ବିଶ୍ୱ ଏନ୍‌ଜିଓ ଦିବସର ଇତିହାସ ଏବଂ ଗୁରୁତ୍ୱ ବିଷୟରେ।

ଇତିହାସ:

୨୦୧୦ ମସିହାରେ ବାଲ୍‌ଟିକ୍ ପୂର୍ବ ରାଜ୍ୟରେ ‘ବାଲ୍‌ଟିକ୍ ସି ଏନ୍‌ଜିଓ ଫୋରମ’ର ପ୍ରତିନିଧୀଙ୍କ ଦ୍ୱାରା ଏନଜିଓ ଦିବସ ପାଳନ ଘୋଷଣା କରାଯାଇଥିଲା। ପରେ ମିଳିତ ଜାତିସଂଘର ସାଧାରଣ ସଭାରେ ଫେବୃଆରୀ ପ୍ରଥମ ସପ୍ତାହକୁ ବିଶ୍ୱ ଏନ୍‌ଜିଓ ସପ୍ତାହ ଭାବରେ ପାଳନ କରିବାକୁ ଘୋଷଣା କରାଯାଇଥିଲା। ତେବେ ପ୍ରଥମ ଥର ପାଇଁ ୨୭ ଫେବୃଆରୀ ୨୦୧୪ରେ ‘ବିଶ୍ୱ ଏନ୍‌ଜିଓ ଦିବସ’ ପାଳନ କରାଯାଇଥିଲା।

Advertisment

ମହତ୍ତ୍ୱ:

ଏହି ଦିନ ପାଳନ କରି ଆମେ ବିଭିନ୍ନ ଏନ୍‌ଜିଓ ଦ୍ୱାରା କରାଯାଇଥିବା କାମ ଏବଂ ସେମାନଙ୍କର ଅବଦାନକୁ ସ୍ମରଣ କରୁ। ଲୋକଙ୍କୁ ଏନ୍‌ଜିଓ ମଧ୍ୟରେ ଅଧିକ ସକ୍ରିୟ ହେବାକୁ ଉତ୍ସାହିତ କରିବା ଏବଂ ଘରୋଇ ଏବଂ ସାର୍ବଜନୀନ କ୍ଷେତ୍ର ମଧ୍ୟରେ ଜୀବନକୁ ଅଧିକ ସଜବ କରିବାକୁ ଉତ୍ସାହିତ କରିବା। ଏନ୍‌ଜିଓଗୁଡ଼ିକ ପରିବେଶ, ସାମାଜିକ ଏବଂ ମାନବିକ ଅଧିକାର କାର୍ଯ୍ୟରେ ସକ୍ରିୟ ଭାବେ ଅଂଶଗ୍ରହଣ କରନ୍ତି। ଏନ୍‌ଜିଓ ସରକାର ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଏକ ଚେନ୍ ଭାବରେ କାମ କରେ।

ଥିମ୍:

ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ଥିମ୍‌କୁ ନେଇ ଏହି ଦିବସ ପାଳନ କରାଯାଏ। ଚଳିତ ବର୍ଷ ବିଶ୍ୱ ଏନ୍‌ଜିଓ ଦିବସର ଥିମ୍ ହେଉଛି “ଏକ ସ୍ଥାୟୀ ଭବିଷ୍ୟତ ଗଠନ: ସ୍ଥାୟୀ ବିକାଶ ଲକ୍ଷ୍ୟ (SDG) ହାସଲ କରିବାରେ ଏନ୍‌ଜିଓଗୁଡ଼ିକର ଭୂମିକା।”

ଏନ୍‌ଜିଓ କାହିଁକି:

  • ଏନଜିଓଗୁଡ଼ିକ ନାଗରିକଙ୍କ ସ୍ୱରକୁ ସଶକ୍ତ କରି ଗଣତନ୍ତ୍ରକୁ ସକ୍ଷମ କରିଥାଏ।
  • ସରକାରଙ୍କ ଦ୍ୱାରା ଗଠିତ କମିଟି, ଟାସ୍କ ଫୋର୍ସ ଏବଂ ପରାମର୍ଶଦାତା ପ୍ୟାନେଲରେ ଏନ୍‌ଜିଓଗୁଡ଼ିକୁ ସାମିଲ୍ କରି ସେମାନଙ୍କ କାର୍ଯ୍ୟ ଦକ୍ଷତାକୁ କାମରେ ଲଗାଏ
  • ସଚେତନତା ବିସ୍ତାର, ସାମାଜିକ ଏକତା, ସେବା ବିତରଣ, ତାଲିମ, ଅଧ୍ୟୟନ ଏବଂ ଜନସାଧାରଣଙ୍କ ଆଶାକୁ ସ୍ୱର ଦେବାରେ ଏନ୍‌ଜିଓଗୁଡିକ ସାହାଯ୍ୟ କରନ୍ତି। ସରକାରୀ କାର୍ଯ୍ୟଦକ୍ଷତା ଉପରେ ନଜର ରଖିବା ସହିତ ରାଜନୈତିକ ଉତ୍ତରଦାୟିତ୍ୱକୁ ସୁନିଶ୍ଚିତ କରନ୍ତି।
  • ଖାଦ୍ୟ ଅଧିକାର, ଶିକ୍ଷାଗତ ଅଧିକାର କିମ୍ବା ମନରେଗା ଭଳି ଅନେକ ପ୍ରମୁଖ ସୂଚନାର ଅଧିକାର କେବଳ ଏନଜିଓଗୁଡ଼ିକର ହସ୍ତକ୍ଷେପ ଦ୍ୱାରା ପାରିତ ହୋଇଛି।
NGOs
Advertisment
Advertisment