Advertisment

Panchayati Raj Day: କାହିଁକି ଓଡ଼ିଶାରେ ମାର୍ଚ୍ଚ ୫ରେ ପଞ୍ଚାୟତିରାଜ ଦିବସ ପାଳନ କରାଯାଏ ? ଜାଣନ୍ତୁ...

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବୀରପୁତ୍ର ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ପାଳିତ ହୁଏ ପଞ୍ଚାୟତିରାଜ ଦିବସ। ଏହିଦିନ ରାଜ୍ୟର ସମସ୍ତ ପଞ୍ଚାୟତରେ ଏହାକୁ ଧୁମଧାମରେ ପାଳନ କରାଯାଇଥାଏ। ଏଠାରେ ପ୍ରଶ୍ନ ଉଠେ ସାରା ଦେଶ ଏପ୍ରିଲ ୨୪କୁ ପଞ୍ଚାୟତରାଜ ଦିବସ ଭାବେ ପାଳନ କରୁଥିବାବେଳେ ଓଡ଼ିଶାରେ ମାର୍ଚ୍ଚ ୫ କାହିଁକି….

ଅଦ୍ୟତନ ହୋଇଛି
Panchayatiraj Divas

Panchayatiraj Divas

Advertisment

ଆମ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବୀରପୁତ୍ର ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ପାଳିତ ହୁଏ ପଞ୍ଚାୟତିରାଜ ଦିବସ। ଏହିଦିନ ରାଜ୍ୟର ସମସ୍ତ ପଞ୍ଚାୟତରେ ଏହାକୁ ଧୁମଧାମରେ ପାଳନ କରାଯାଇଥାଏ।

Advertisment

ତେବେ ଏଠାରେ ପ୍ରଶ୍ନ ଉଠେ ଯେ ସାରା ଦେଶ ଏପ୍ରିଲ ୨୪କୁ ପଞ୍ଚାୟତରାଜ ଦିବସ ଭାବେ ପାଳନ କରୁଥିବାବେଳେ ଓଡ଼ିଶାରେ ଏହାକୁ ଅନ୍ୟ ଏକ ଦିନରେ କାହିଁକି ପାଳନ କରାଯାଏ?

୨୦୧୨ରୁ ଓଡ଼ିଶାରେ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ଭାବେ ପାଳିତ କରାଯାଉଛି। ବିଜୁବାବୁଙ୍କ ଜନ୍ମ ଦିନକୁ ପଞ୍ଚାୟତ ରାଜ ଦିବସ ଭାବେ ପାଳନ କରିବାକୁ ରାଜ୍ୟ ସରକାର ଏହି ବର୍ଷ ଘୋଷଣା କରିଥିଲେ।

Advertisment

କାହିଁକି ପାଳନ କରାଯାଏ:

ଭାରତୀୟ ସମ୍ବିଧାନର ୭୩ତମ ସଂଶୋଧନ ଅଧିନିୟମ ୧୯୯୨ ମସିହାରେ ଏହାକୁ ପାରିତ କରାଯାଇଥିଲା। ୧୯୯୩, ଏପ୍ରିଲ ୨୪ରେ ଏହା ଲାଗୁ ହୋଇଥିଲା। ଏହି ଦିନକୁ ମନେ ପକାଇବା ପାଇଁ ୨୦୧୦ରୁ ଏପ୍ରିଲ ୨୪କୁ ପ୍ରତିବର୍ଷ ସାରା ଦେଶରେ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଛି।

ଏହାଦ୍ୱାରା ଏକ ତ୍ରିସ୍ତରୀୟ ଢାଞ୍ଚା ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି ଏବଂ ଜିଲ୍ଲାର ସ୍ଥାପନା କରାଯାଇଥିଲା। ଗ୍ରାମ୍ୟ ସ୍ତରରେ ଗ୍ରାମସଭାର ପ୍ରତିଷ୍ଠା କରାଯାଇଥିଲା। ପ୍ରତି ୫ ବର୍ଷରେ ପଞ୍ଚାୟତସ୍ତରୀୟ ନିର୍ବାଚନ ସ୍ଥିର କରାଯାଇଥିଲା। ଅନୁସୂଚିତ ଜାତି/ଜନଜାତିଙ୍କ ପାଇଁ ଲୋକ ସଂଖ୍ୟା ଅନୁସାରେ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।

Advertisment

ପଞ୍ଚାୟତିରାଜ ଦିବସ ବିଷୟରେ କିଛି ରୋଚକ କଥା:

  • ଭାରତୀୟ ସମ୍ବିଧାନର ଧାରା ୪୦ ଅନୁସାରେ ପ୍ରତ୍ୟେକ ରାଜ୍ୟକୁ ପଞ୍ଚାୟତ ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।
  • ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ ନେହରୁ ୧୯୫୯ ଅକ୍ଟୋବର ୨ରେ ପ୍ରଥମ ପଞ୍ଚାୟତିରାଜ ବ୍ୟବସ୍ଥା ରାଜସ୍ଥାନର ନାଗୌର ଜିଲ୍ଲାର ବଗଦୋରୀ ଗାଁରେ ଲାଗୁ କରିଥିଲେ।
  • ୭୩ତମ ସମ୍ବିଧାନ ସଂଶୋଧନ ପରେ ଅଧିନିୟମ ୧୯୬୨ ଅନୁସାରେ ପଞ୍ଚାୟତିରାଜ ସଂସ୍ଥାକୁ ସାମ୍ବିଧାନିକ ଅଧିକାର ମିଳିଥିଲା।
  • ଏହି ବ୍ୟବସ୍ଥା ଲାଗୁ କରିବା ପଛରେ ବଳବନ୍ତରାୟ ମେହେତା ସମିତିର ସୁପାରିଶ୍‌ (୧୯୫୭) ଏବଂ ଅଶୋକ ମେହେତା ସମିତିର ସୁପାରିଶ୍‌ର ପ୍ରମୁଖ ଭୂମିକା ରହିଛି।
Biju Patnaik Biju Babu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ