Advertisment

Kartika Amabasya 2024: କାର୍ତ୍ତିକ ଅମାବାସ୍ୟାରେ କାହିଁକି ଜାଳନ୍ତି ଦୀପ; କ’ଣ କୁହେ ପୁରାଣ ଓ ବିଜ୍ଞାନ

ଦୀପାବଳୀ ଉତ୍ସବ ପାଳନ ବିଷୟରେ ନାନାପ୍ରକାର ପୁରାଣ ଓ ଲୋକକଥା ଶୁଣାଯାଏ। ଏହି ଦୀପାବଳୀ ଅମାବାସ୍ୟାକୁ ସାଧାରଣତଃ ପୟାଅମାବାସ୍ୟା କୁହାଯାଏ। ଆସନ୍ତୁ ଜାଣିବା ଏହାର ପୌରାଣିକ ମତ।

author-image
Pramod Behera
ଅଦ୍ୟତନ ହୋଇଛି
Kartika Amabasya 2024: Why do lamps burn during Kartik Amavasya

Why do lamps burn during Kartik Amavasya

କାର୍ତ୍ତିକ ଅମାବାସ୍ୟାରେ ଦୀପାବଳି ଉତ୍ସବ ପାଳନ କରାଯାଏ। ଏହି ପର୍ବକୁ ପ୍ରାୟ ଭାରତୀୟ ପାଳନ କରନ୍ତି। ଏହି ଦିନ ଘରେ ଘରେ ଦୀପ ଜଳେ ଆଉ ବାଣ ଫୁଟାଯାଏ। ଶ୍ରାଦ୍ଧ ଦିଆଯିବା ସହ ପିଠାପଣା ମଧ୍ୟ ହୁଏ। ଏହି ଶ୍ରାଦ୍ଧକୁ ଦୀପଦାନ ଶ୍ରାଦ୍ଧ ବା ପୟାଶ୍ରାଦ୍ଧ କୁହାଯାଏ।

Advertisment

ଏହି ଶ୍ରାଦ୍ଧରେ ଅନ୍ନବ୍ୟଞ୍ଜନ ଦ୍ୱାରା ପିଣ୍ଡ ଦେବାର ବ୍ୟବସ୍ଥା ନାହିଁ। ଏହି ଦିନ ଶ୍ରାଦ୍ଧକର୍ତ୍ତା ପୂର୍ବପୁରୁଷଙ୍କୁ ସୁଆଁଫୁଲ, ଚନ୍ଦନ, ପୁଷ୍ପ, ଧୂପ, ଦୀପ ଇତ୍ୟାଦି ଅର୍ପଣ କରିବା ପରେ ଆଖୁ, କଦଳୀ, ନଡ଼ିଆଦ୍ୱାରା ତୃପ୍ତ କରାନ୍ତି। ତାପରେ ଦୀପ ଦାନ କରି ଶେଷରେ କାଉଁରିଆ ନିଆଁହୁଳାକୁ ଧରି ବିସର୍ଜନ ମନ୍ତ୍ର ପାଠ କରି ଶ୍ରାଦ୍ଧ ସମାପନ କରାଯାଏ।

ଦୀପାବଳି ଏକ ଭାରତୀୟ ପର୍ବ। ଏହା ଆଲୋକର ପର୍ବ ଭାବରେ ପାଳନ କରାଯାଇଥାଏ। ଏହି ପର୍ବ ନାନାଦି କାରଣ ହେତୁ ଅକ୍ଟୋବରର ଅଧାରୁ ନଭେମ୍ବର ଅଧା ଭିତରେ ପଡ଼ିଥାଏ। ହିନ୍ଦୁମାନଙ୍କ ପାଇଁ ଦୀପାବଳି ଏକ ମୁଖ୍ୟ ପର୍ବ ଯାହା ଘରେ ଘରେ ନାନାଦି ପାରମ୍ପରିକ ଢଙ୍ଗରେ ପାଳନ କରାଯାଇଥାଏ।

Advertisment

ଦୀପାବଳୀରେ କାଳୀପୂଜା:

ଦୀପାବଳୀରେ ସମଗ୍ର ଭାରତରେ ଦିବ୍ୟ ଜନନୀଙ୍କର ନାନା ରୂପରେ ପୂଜା କରାଯାଏ। ବଙ୍ଗଳା, ଆସାମ, ଓଡ଼ିଶା ଓ ବିହାରରେ ଦୀପାବଳୀରେ ମା’ କାଳୀଙ୍କ ପୂଜା କରାଯାଏ। କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ମଧ୍ୟରାତ୍ରୀରୁ ତାନ୍ତ୍ରିକ ଓ ଶାକ୍ତ ମତରେ ଦେବୀଙ୍କର ପୂଜା ହୁଏ। ମାଟିରେ ତିଆରି ମୂର୍ତ୍ତି ସହ ବିଭିନ୍ନ ଶକ୍ତିପୀଠରେ ଏହା ପାଳିତ ହୁଏ।

ଦୀପାବଳୀ ଉତ୍ସବ ପାଳନ ବିଷୟରେ ନାନାପ୍ରକାର ପୁରାଣ ଓ ଲୋକକଥା ଶୁଣାଯାଏ। ଏହି ଦୀପାବଳୀ ଅମାବାସ୍ୟାକୁ ସାଧାରଣତଃ ପୟାଅମାବାସ୍ୟା କୁହାଯାଏ। ଆସନ୍ତୁ ଜାଣିବା ଏହାର ପୌରାଣିକ ମତ।

ରାମ-ରାବଣ:

ସତ୍ୟଯୁଗରେ ପ୍ରଭୁ ରାମଚନ୍ଦ୍ର ରାବଣକୁ ମାରି ସୀତାଙ୍କୁ ଉଦ୍ଧାର କରି ଅଯୋଧ୍ୟା ଫେରିଥିଲେ। ଅଯୋଧ୍ୟାର ସମସ୍ତ ନରନାରୀ ଶ୍ରୀରାମଙ୍କ ଅସତ୍ୟ ଉପରେ ସତ୍ୟର ବିଜୟ ନେଇ ଆନନ୍ଦରେ ବିଭିନ୍ନ ପ୍ରକାର ଆଲୋକ ଜଳେଇଥିଲେ। ସେହିଦିନରୁ ଏହି ଉତ୍ସବ ପାଳନ କରାଯାଉଛି।

ଦୈତ୍ୟ ରାଜା ବଳୀ:

ଦୈତ୍ୟରାଜ ବଳି ମହାଦାନୀ ଥିଲେ। ସେ ଏପରି ଦାନ କଲେ ଯେ ସ୍ୱର୍ଗର ଦେବତାମାନଙ୍କ ମଧ୍ୟରେ ଭାଳେଣି ପଡ଼ିଗଲା ଯେ ସେ କାଳେଣ ତାଙ୍କର ପୂଣ୍ୟ ଫଳରେ ସ୍ୱର୍ଗପୁରର ଅଧିକାରୀ ହେଇଯିବେ। ତେଣୁ ଦେବତାମାନଙ୍କ କଥା ରକ୍ଷାକରି ବିଷ୍ଣୁ ବାମନ ଅବତାର ନେଇ ବଳିରାଜଙ୍କ ପାଖରେ ପହଞ୍ଚି ତାଙ୍କୁ ତିନିପାଦ ଭୂମି ମାଗିଥିଲେ। ଗୋଟିଏ ପାଦରେ ପୃଥିବୀ, ଗୋଟିଏ ପାଦରେ ସ୍ୱର୍ଗ ଏବଂ ତୃତୀୟ ପାଦରେ ବଳିଙ୍କୁ ପାତାଳକୁ ଚାପିଦେଲେ। ତେଣୁ ସେ ପାତାଳ ପୁରକୁ ଚାଲିଗଲେ।

ତା' ପରେ ବଳିଙ୍କ ପ୍ରାର୍ଥନା ଶୁଣି ପାତାଳରେ ବଳିକୁ ରାଜା କରିଦେଲେ। ବର୍ଷକରେ ଥରେ ମର୍ତ୍ତ୍ୟପୁରକୁ ଆସି ପ୍ରଜାମାନଙ୍କୁ ଦେଖିବାକୁ ବଳି ବର ମାଗିବାରୁ ବିଷ୍ଣୁ ଏଥିରେ ସମ୍ମତି ଜଣାଇ କାର୍ତ୍ତିକ ଶୁକ୍ଳ ପ୍ରତିପଦା ଦିନ ଦିନ ବଳି ମର୍ତ୍ତ୍ୟକୁ ଆସିବାକୁ ବରଦାନ ଦେଲେ। ତେଣୁ ସେଦିଦିନକୁ ମର୍ତ୍ତ୍ୟବାସୀ ବଳିରାଜାଙ୍କୁ ସ୍ୱାଗତ କରିବା ପାଇଁ ଆନନ୍ଦରେ ଦୀପ ଜାଳି ଆଲୋକିତ କରନ୍ତି।

ଶ୍ରୀକୃଷ୍ଣ ଓ ନରକାସୁର

ଶ୍ରୀକୃଷ୍ଣ ଅତ୍ୟାଚାରୀ ନରକାସୁରକୁ କୃଷ୍ଣ ଚତୁର୍ଦଶୀ ଦିନ ବଧ କରିଥିଲେ ତେଣୁ ଖୁସିରେ ଆଲୋକର ଉତ୍ସବ ପାଳିତ ହେଇଥିଲା। ଏହି ଦିନକୁ ନରକ ଚତୁର୍ଦ୍ଦଶୀ ମଧ୍ୟ କୁହାଯାଏ।

ଦ୍ୱାପରଯୁଗରେ ଶ୍ରୀକୃଷ୍ଣ ରାକ୍ଷସ ନରକାସୁରକୁ ମାରି ଚଉଷଠିସହସ୍ର ରାଜକନ୍ୟାଙ୍କୁ ଉଦ୍ଧାରକଲା ପରେ ଇନ୍ଦ୍ରମାତାଙ୍କୁ ନରକାଦ୍ୱାରା ଅପହୃତ ମଣିକୁଣ୍ଡଳକୁ ଫେରାଇବାକୁ ସତ୍ୟଭାମାଙ୍କୁ ନେଇ ସ୍ୱର୍ଗକୁ ଯାଇଥିଲେ। ସତ୍ୟଭାମାଙ୍କ ଅନୁରୋଧରେ ପାରିଜାତ ବୃକ୍ଷର ଚାରାଟିଏ ଆଣିବାକୁ ଗଲାବେଳେ ଇନ୍ଦ୍ରଙ୍କ ସହିତ ସମସ୍ତଦେବତା ବାଧାଦେବାରୁ ଏକାକି ସବୁଦେବତାଙ୍କୁ ପରାସ୍ତ କରି ପାରିଜାତ ବୃକ୍ଷ ସହ ଅନେକ ଧନରତ୍ନ ନେଇ ଏହି ଦିନ ଦ୍ୱାରକା ଫେରିଥିଲେ। ତେଣୁ ଦ୍ୱାରକାବାସୀ ପ୍ରଭୁଙ୍କୁ ସ୍ୱାଗତ ଜଣାଇ ସମଗ୍ର ନଗରୀକୁ ଦୀପମାଳାରେ ସଜାଇ, ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରିଥିଲେ।

ବୈଜ୍ଞାନିକ ବିଚାର:

ନାନା ପୌରାଣିକ ମତବାଦ, ସଂଯୋଗ ଓ ଧର୍ମୀୟ ବିଶ୍ୱାସ ମଧ୍ୟରେ ବାନ୍ଧି ହୋଇ ରହିଥିବା ଏହି ପର୍ବର ବୈଜ୍ଞାନିକ କାରଣ ଅନୁଶୀଳନ କଲେ ଜଣାପଡ଼େ ଏହା ଏକ କୃଷିଭିତ୍ତିକ ପର୍ବ। ପ୍ରାଚୀନ କଳିଙ୍ଗର କୃଷିକ୍ଷେତ୍ର ଓ ତତ୍‌ସହିତ ପୁରପଲ୍ଲୀରେ ପୋକ ନିୟନ୍ତ୍ରଣ ପାଇଁ ଏହାର ଆୟୋଜନ କରାଯାଇଥିଲା।

ଧାନର ଏନ୍ତୁଡ଼ିଶାଳ ଓଡ଼ିଶା ଚାଷବାସରେ ସମୃଦ୍ଧ ଥିଲା। ଏହାର ପାରମ୍ପରିକ ଚାଷ ପ୍ରଣାଳୀ ମଧ୍ୟ ବିଜ୍ଞାନ ସମ୍ମତ। ପୂର୍ବକାଳର ରୋଗପୋକ ନିୟନ୍ତ୍ରଣ ପଦ୍ଧତି ଅତି ଉତ୍କୃଷ୍ଟ ଥିଲା ବୋଲି ଆମେରିକାର ଗବେଷକମାନେ ସ୍ୱୀକାର କରିଛନ୍ତି। ରୋଗପୋକ ଦମନ ପାଇଁ ଓଡ଼ିଆମାନେ ନିମ୍ବ ପତ୍ର ଓ ନିଆଁର ବହୁଳ ଉପଯୋଗ କରୁଥିବାର ଗବେଷକମାନେ ମତ ଦିଅନ୍ତି।

Kali Puja Diwali
Advertisment
Advertisment