Advertisment

Ganesh Puja 2024: ଭଗବାନ ଗଣେଶ ବ୍ରହ୍ମଚାରୀ ହୋଇ ମଧ୍ୟ କାହିଁକି ରିଦ୍ଧି-ସିଦ୍ଧିଙ୍କୁ ବିବାହ କଲେ

ହିନ୍ଦୁ ଦେବଦେବୀଙ୍କ ମଧ୍ୟରେ ଭଗବାନ ଗଣେଶଙ୍କୁ ସବୁଠାରୁ ଜ୍ଞାନୀ ଭାବେ ଗଣାଯାଏ। ସବୁ ଶୁଭ କାମରେ ପ୍ରଥମେ ଭଗବାନ ଗଣେଶଙ୍କୁ ପୂଜା କରିବା ପଛରେ ତାଙ୍କ ଦୁଇ ପତ୍ନୀ ରିଦ୍ଧି-ସିଦ୍ଧିଙ୍କର ମଧ୍ୟ ଭୂମିକା ଥିବା କିମ୍ବଦନ୍ତୀ କୁହେ। ତେବେ ଆସନ୍ତୁ ଜାଣିନେବା ଭଗବାନ ଗଣେଶ କାହିଁକି ଦୁଇଟି ବିବାହ କରିଥିଲେ।

ଅଦ୍ୟତନ ହୋଇଛି
Ganesh Chaturthi

Ganesh Chaturthi

Advertisment

ପ୍ରତ୍ୟେକ ଶୁଭ କାର୍ଯ୍ୟ ପୂର୍ବରୁ ଭଗବାନ ଗଣେଶଙ୍କୁ ପୂଜା କରାଯାଏ। ସେ ବିବାହ ହେଉ କି କୌଣସି ରୀତିନୀତି ହେଉ, ଭଗବାନ ଗଣେଶ ହେଉଛନ୍ତି ଦେବତାମାନଙ୍କ ମଧ୍ୟରେ ପ୍ରଥମ ପୂଜ୍ୟ। ପ୍ରତ୍ୟେକ ଶୁଭ କାର୍ଯ୍ୟ ପୂର୍ବରୁ ଭଗବାନ ଗଣେଶଙ୍କୁ ପୂଜା କଲେ ସମସ୍ତ କାର୍ଯ୍ୟ ସଫଳ ହୁଏ ବୋଲି ବିଶ୍ୱାସ ରହିଛି। ପ୍ରତ୍ୟେକ ବାଧାକୁ ସେ ବିନାଶ କରନ୍ତି ବୋଲି ତାଙ୍କୁ ବିଘ୍ନବିନାଶକ ବୋଲି ମଧ୍ୟ କୁହାଯାଏ।

Advertisment

ତେବେ ସବୁ ଶୁଭ କାମରେ ପ୍ରଥମେ ଭଗବାନ ଗଣେଶଙ୍କୁ ପୂଜା କରିବାର ଅନେକ ଲୋକପ୍ରିୟ କଥା ରହିଛି। ଏହା ପଛରେ ତାଙ୍କ ଦୁଇ ପତ୍ନୀ ରିଦ୍ଧି-ସିଦ୍ଧିଙ୍କର ମଧ୍ୟ ଭୂମିକା ଥିବା କିମ୍ବଦନ୍ତୀ କୁହେ। ତେବେ ଆସନ୍ତୁ ଜାଣିନେବା ଭଗବାନ ଗଣେଶ କାହିଁକି ଦୁଇଟି ବିବାହ କରିଥିଲେ।

କ’ଣ କୁହେ ପୌରାଣିକ କାହାଣୀ:

ଗଣେଶଙ୍କୁ ଅଭିଶାପ:

ପୌରାଣିକ କାହାଣୀ ଅନୁସାରେ ଏକଦା ଭଗବାନ ଗଣେଶ ତପସ୍ୟାରେ ବସିଥିଲେ। ସେହି ସମୟରେ ତୁଳସୀ ସେଇ ବାଟ ଦେଇ ଯାଉଥିଲେ। ଭଗବାନ ଗଣେଶଙ୍କୁ ଦେଖି ତୁଳସୀ ତାଙ୍କ ପ୍ରତି ଆକର୍ଷିତ ହେଲେ ଏବଂ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଗଣେଶ ବ୍ରହ୍ମଚାରୀ ଥିବାରୁ ତାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ତୁଳସୀ ଏଥିରେ କ୍ରୋଧିତ ହୋଇ ତାଙ୍କୁ ଅଭିଶାପ ଦେଇଥିଲେ ଯେ ତାଙ୍କର ଗୋଟିଏ ନୁହେଁ ଦୁଇଟି ବିବାହ ହେବ।

Advertisment

ରିଦ୍ଧି ଏବଂ ସିଦ୍ଧିଙ୍କୁ ବିବାହ

ସେହିଭଳି ଅନ୍ୟ ଏକ ପୌରାଣିକ କାହାଣୀରେ କୁହାଯାଇଛି ଯେ ଭଗବାନ ଗଣେଶଙ୍କ ରୂପ ଏବଂ ହାତୀ ମୁଣ୍ଡ ଥିବାରୁ ତାଙ୍କୁ ବିବାହ କରିବାକୁ କେହି ପ୍ରସ୍ତୁତ ନ ଥିଲେ। ଏହି କାରଣରୁ ଭଗବାନ ଗଣେଶ କ୍ରୋଧିତ ହୋଇ ଅନ୍ୟ ଦେବତାମାନଙ୍କ ବିବାହରେ ବାଧା ସୃଷ୍ଟି କରିବାକୁ ଲାଗିଲେ। ତା’ପରେ ସମସ୍ତ ଦେବତା ଚିନ୍ତିତ ହୋଇ ଭଗବାନ ବ୍ରହ୍ମାଙ୍କ ନିକଟକୁ ଗଲେ।

ସମସ୍ୟାର ସମାଧାନ କରିବା ତଥା ଭଗବାନ ଗଣେଶଙ୍କୁ ସନ୍ତୁଷ୍ଟ କରିବା ପାଇଁ ବ୍ରହ୍ମା ତାଙ୍କର ଯୋଗଶକ୍ତି ଦ୍ୱାରା ଦୁଇ ଝିଅ ରିଦ୍ଧି ଏବଂ ସିଦ୍ଧିଙ୍କୁ ଜନ୍ମ ଦେଲେ। ଦୁହେଁ ବ୍ରହ୍ମାଙ୍କ ମାନସ ଝିଅ ଥିଲେ। ବ୍ରହ୍ମା ଉଭୟଙ୍କୁ ନେଇ ଭଗବାନ ଗଣେଶଙ୍କ ପାଖକୁ ଗଲେ ଏବଂ ଉଭୟଙ୍କୁ ଶିକ୍ଷା ଦେବାକୁ କହିଲେ। ବ୍ରହ୍ମାଙ୍କଠାରୁ ଆଦେଶ ପାଇବା ପରେ ଗଣେଶ ଉଭୟଙ୍କୁ ଶିକ୍ଷା ଦେବା ଆରମ୍ଭ କଲେ।

Advertisment

ଯେତେବେଳେ ଭଗବାନ ଗଣେଶଙ୍କ ପାଖକୁ କାହାର ବିବାହ ବିଷୟରେ ସୂଚନା ଆସୁଥିଲା, ସେତେବେଳେ ରିଦ୍ଧି ଏବଂ ସିଦ୍ଧି ତାଙ୍କ ଧ୍ୟାନକୁ ବିଭ୍ରାନ୍ତ କରିଦେଉଥିଲେ ଏବଂ ବିବାହ ସହଜରେ ସମ୍ପନ୍ନ ହୋଇଯାଉଥିଲା। ସମସ୍ତଙ୍କ ଶୁଭ କାମ ହୋଇଯାଉଥିଲା।

କିଛି ଦିନ ପରେ ଗଣେଶ ଏ କଥା ହୃଦୟଙ୍ଗମ କଲେ ଯେ ସମସ୍ତଙ୍କ ବିବାହ ବିନା କୌଣସି ବାଧାରେ ହୋଇଯାଉଛି, ତେଣୁ ସେ ରିଦ୍ଧି ଏବଂ ସିଦ୍ଧିଙ୍କ ଉପରେ କ୍ରୋଧିତ ହୋଇ ଅଭିଶାପ ଦେବାକୁ ପଦକ୍ଷେପ ନେଲେ। ଏହି ସମୟରେ ଭଗବାନ ବ୍ରହ୍ମା ସେଠାକୁ ଆସି ଗଣେଶଙ୍କୁ ବିବାହ କରିବାକୁ ବାଧାଦେଲେ। ସେ ତାଙ୍କୁ ରିଦ୍ଧି-ସିଦ୍ଧିଙ୍କୁ ବିବାହ କରିବାକୁ କହିଲେ। ଗଣେଶ ଏଥିରେ ରାଜି ହୋଇଗଲେ ଏବଂ ସେମାନଙ୍କୁ ବିବାହ କଲେ।

Ganesh Puja Celebration Ganesh Puja
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ