Advertisment

ଯୀଶୁଙ୍କ ଜନ୍ମ ଦିନକୁ କାହିଁକି ଖ୍ରୀଷ୍ଟମାସ କୁହାଯାଏ ? କଣ ରହିଛି ପୁରା କାହାଣୀ ? ଜାଣନ୍ତୁ...

ପ୍ରତ୍ୟେକ ବର୍ଷ ୨୫ ଡିସେମ୍ବରରେ ସମସ୍ତେ ଏକତ୍ରିତ ହୋଇ ପ୍ରଭୁ ଯୀଶୁଙ୍କ ଜନ୍ମଦିନକୁ ଖ୍ରୀଷ୍ଟମାସ ଦିବସ ଭାବରେ ପାଳନ କରିଥାନ୍ତି । ଖ୍ରୀଷ୍ଟମାସରେ ତିନୋଟି ରଙ୍ଗର ବିଶେଷ ମହତ୍ତ୍ୱ ରହିଛି । ଏହି ରଙ୍ଗ ଯୀଶୁଙ୍କ ରକ୍ତର ପ୍ରତୀକ ବୋଲି କୁହାଯାଏ । ଏହା ବ୍ୟତୀତ ଅନ୍ୟମାନଙ୍କ ପ୍ରତି ତାଙ୍କର ସର୍ତ୍ତବିହୀନ ପ୍ରେମ ପାଇଁ ଲାଲ ରଙ୍ଗର ବ୍ୟବହାର କରାଯାଇଥାଏ ।

ଅଦ୍ୟତନ ହୋଇଛି
Why Christmas is celebrated know the amazing secret of santa claus and its three colors

Why Christmas is celebrated know the amazing secret of santa claus and its three colors

Advertisment

ପ୍ରତ୍ୟେକ ବର୍ଷ ୨୫ ଡିସେମ୍ବରରେ ସମସ୍ତେ ଏକତ୍ରିତ ହୋଇ ପ୍ରଭୁ ଯୀଶୁଙ୍କ ଜନ୍ମଦିନକୁ ଖ୍ରୀଷ୍ଟମାସ ଦିବସ ଭାବରେ ପାଳନ କରିଥାନ୍ତି । ଯାହାକୁ ସାରା ବିଶ୍ୱରେ ବଡ ଦିନରେ ପାଳନ କରାଯାଏ । କେବଳ ଖ୍ରୀଷ୍ଟ ଧର୍ମର ଲୋକେ ନୁହେଁ ବରଂ ଅନ୍ୟ ଧର୍ମର ଲୋକମାନେ ମଧ୍ୟ ଏହି ପର୍ବ ପାଇଁ ବେଶ୍‌ ଉତ୍ସାହିତ ରହିଥାନ୍ତି । ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଦିନକୁ ଅତି ଆନନ୍ଦରେ ଲୋକେ ଖ୍ରୀଷ୍ଟମାସ ଭାବରେ ପାଳନ କରନ୍ତି । ଯୀଶୁଙ୍କୁ ଖ୍ରୀଷ୍ଟିଆନ ଧର୍ମର ପ୍ରତିଷ୍ଠାତା ଭାବରେ ବିବେଚନା କରାଯାଇଥାଏ । ଆଉ ତାଙ୍କ ଜନ୍ମଦିନକୁ ଖ୍ରୀଷ୍ଟିଆନମାନେ ଖ୍ରୀଷ୍ଟମାସ ପର୍ବ ରୂପରେ ପାଳନ କରନ୍ତି ।

Advertisment

ତେବେ ଖ୍ରୀଷ୍ଟମାସରେ ତିନୋଟି ରଙ୍ଗର ବିଶେଷ ମହତ୍ତ୍ୱ ରହିଛି । ଏହି ରଙ୍ଗ ଯୀଶୁଙ୍କ ରକ୍ତର ପ୍ରତୀକ ବୋଲି କୁହାଯାଏ । ଏହା ବ୍ୟତୀତ ଅନ୍ୟମାନଙ୍କ ପ୍ରତି ତାଙ୍କର ସର୍ତ୍ତବିହୀନ ପ୍ରେମ ପାଇଁ ଲାଲ ରଙ୍ଗର ବ୍ୟବହାର କରାଯାଇଥାଏ । କେବଳ ଏତିକି ନୁହେଁ ସବୁଜ ରଙ୍ଗ ମାନବିକତାର ଶିକ୍ଷା ଦେବାସହ ଜୀବନରେ ସୁଖ ମଧ୍ୟ ଆଣିଦିଏ ।

  • ‘ଖ୍ରୀଷ୍ଟମାସ’ ନାମ ରଖାଯିବା ପଛର କାରଣ

 ପ୍ରାୟତଃ ଖୁବ୍‌ କମ୍‌ ଲୋକ ଖ୍ରୀଷ୍ଟମାସ ଶବ୍ଦର ଅର୍ଥ ଜାଣିଥିବେ । ଖ୍ରୀଷ୍ଟମାସ ଶବ୍ଦ କ୍ରାଇଷ୍ଟେସ୍ ମାଇସ୍‌ରୁ ଶଦ୍ଦରୁ ଉତ୍ପନ୍ନ । ଖ୍ରୀଷ୍ଟମାସ ତଥା ବଡ ଦିନରେ ଇଶ୍ୱରଙ୍କ ପୁତ୍ର ଯୀଶୁଙ୍କ ଜନ୍ମ ଖୁସିରେ ଏହି ଦିନକୁ ପୁରା ଆନନ୍ଦର ସହିତ ପାଳନ କରାଯାଏ । ଏହି ଦିନକୁ ବିଶ୍ୱ ସାରା ଏକ ଛୁଟି ଦିନ ଭାବରେ ପାଳନ କରାଯାଏ । ଡିସେମ୍ୱର ୨୫ ତାରିଖରେ ହିଁ ଯୀଶୁଙ୍କ ଜନ୍ମ ଦିନ ବୋଲି କୌଣସି ପ୍ରକୃତ ପ୍ରମାଣ ନାହିଁ । ହେଲେ ଏହି ପର୍ବକୁ ଶତାବ୍ଦୀ ଶତାବ୍ଦୀ ଧରି ସାରା ବିଶ୍ୱରେ ପାଳନ କରାଯାଉଛି ।

Advertisment
  • ଖ୍ରୀଷ୍ଟିୟାନମାନେ ଖ୍ରୀଷ୍ଟମାସକୁ କିପରି ପାଳନ କରନ୍ତି?

ଖ୍ରୀଷ୍ଟିୟାନମାନଙ୍କ ପାଇଁ ଖ୍ରୀଷ୍ଟମାସ ଏକ ଗୁରିତ୍ୱପୂର୍ଣ୍ଣ ଦିନ । ଖ୍ରୀଷ୍ଟମାସର ବହୁ ପୂର୍ବରୁ ହିଁ ପାଶ୍ଚାତ୍ୟ ଦେଶର ଲୋକମାନେ ଏହି ପର୍ବକୁ ନେଇ ପ୍ରସ୍ତୁତି କରିଥାନ୍ତି । ଯେଉଁଥିରେ ସେମାନେ ରଙ୍ଗ ବେରଙ୍ଗର ଲାଇଟ୍‌, ଫୁଲ ଓ କ୍ୟାଣ୍ଡି ଆଦି ସାଜସଜ୍ଜା ସାମଗ୍ରୀରେ ନିଜ ଘରକୁ ସୁନ୍ଦର ଭାବରେ ସଜାଇଥାନ୍ତି । ଖ୍ରୀଷ୍ଟିୟାନ ମାନଙ୍କ ଧର୍ମଗ୍ରନ୍ଥ ବାଇବେଲରେ ଯୀଶୁଙ୍କ ଜନ୍ମ ତାରିଖ ଉଲ୍ଲେଖ କରାଯାଇନାହିଁ , ହେଲେ ପ୍ରତିବର୍ଷ ଡିସେମ୍ବର ୨୫ ତାରିଖକୁ ହିଁ ଖ୍ରୀଷ୍ଟମାସ ଭାବରେ ପାଳନ କରାଯାଏ । ଯାହାକୁ ନେଇ ଅନେକ ସମୟରେ ବାଦ ବିବାଦ ଦେଖାଦେଇଛି । ହେଲେ ଖ୍ରୀଷ୍ଟପୂର୍ବ ୩୩୬ ମସିହାରେ ଚାଲିଥିବା ରୋମ ସମ୍ରାଟଙ୍କ ସମୟରେ ସର୍ବପ୍ରଥମେ ଡିସେମ୍ବର ୨୫ ତାରିଖରେ ଖ୍ରୀଷ୍ଟମାସ ପାଳନ କରାଯାଇଥିଲା । ପାରମ୍ପାରିକ ଦୃଷ୍ଟିରୁ ଦେଖିବାକୁ ଗଲେ ଖ୍ରୀଷ୍ଟମାସ ଏକ ୧୨ ଦିନିଆ ଉତ୍ସବ ଅଟେ ।

ସମଗ୍ର ବିଶ୍ୱର ଲୋକମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନକୁ ନିଜ ନିଜ ପରମ୍ପରା ଏବଂ ରୀତିନୀତି ଅନୁଯାୟୀ ଭକ୍ତି ଓ ବିଶ୍ୱାସର ସହିତ ପାଳନ କରନ୍ତି । କେବଳ ଖ୍ରୀଷ୍ଟ ଧର୍ମର ଲୋକେ ନୁହେଁ ବରଂ ପ୍ରାୟତଃ ସମସ୍ତ ସମ୍ପ୍ରଦାୟର ଲୋକମାନେ ଏହାକୁ ଏକ ଧର୍ମନିରପେକ୍ଷ, ସାଂସ୍କୃତିକ ପର୍ବ ଭାବରେ ଖୁସିରେ ପାଳନ କରିଥାନ୍ତି ।

Advertisment

କେକ୍ ବିନା ଖ୍ରୀଷ୍ଟମାସ ଅସମ୍ପୂର୍ଣ୍ଣ । ତେଣୁ ଖ୍ରୀଷ୍ଟମାସରେ ଏକ ସ୍ୱତନ୍ତ୍ର କେକ୍ ତିଆରି କରାଯାଇଥାଏ । ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ବାର୍ଷିକୀ ପାଳନ କରିବା ନିମନ୍ତେ ଚର୍ଚ୍ଚ ତଥା ଘରେ ଏହି କେକ୍‌କୁ କାଟି ଲୋକମାନେ ପରସ୍ପର ମଧ୍ୟରେ ବାଣ୍ଟିଥାନ୍ତି । ଫଳରେ ସେମାନଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ହୋଇଥାଏ ।

ଯୀଶୁଙ୍କ ଜନ୍ମର କାହାଣୀ

ବିଶ୍ୱାସ ରହିଛି ଇଶ୍ୱର ଥରେ ଗାବ୍ରିଏଲ୍ ନାମକ ଏକ ଦୂତକୁ ମେରୀ ନାମକ ଜଣେ ଯୁବତୀଙ୍କ ପାଖକୁ ପଠାଇଥିଲେ । ଇଶ୍ୱରଙ୍କ ଦୂତ ମେରୀଙ୍କ ନିକଟରେରେ ପହଞ୍ଚି ତାଙ୍କୁ କହିଥିଲେ ଯେ ସେ ଇଶ୍ୱରଙ୍କ ପୁତ୍ରକୁ ଜନ୍ମ ଦେବେ । ଏହି କଥାଟି ଶୁଣି ମେରୀ ଆଶ୍ଚର୍ଯ୍ୟ ହୋଇ।ଯାଇଥିଲେ କାରଣ କେ ଏକ କୁମାରୀ ଝିଅ ଥିଲେ । ଏହା କିପରି ସମ୍ଭବ ହେବ ବୋଲି ସେ ଗାବ୍ରିଏଲଙ୍କୁ ପଚାରିଥିଲେ । ଯାହା ପରେ ଗାବ୍ରିଏଲ୍ କହିଥିଲେ ଯେ ଭଗବାନ ସବୁ କିଛି ଠିକ୍ କରିଦେବେ । ଧିରେ ଧିରେ ସମୟ ଅତିବାହିତ ହେଲା ଓ ପରେ ମେରୀ ଯୋଶେଫ ନାମକ ଜଣେ ଯୁବକଙ୍କୁ ବିବାହ କରିଥିଲେ ।

ମେରୀ ଓ ଯୋଶେଫ ବିବାହ ପରେ ରୋମ୍‌ର ଏକ ସ୍ଥାନ ନାଜରିତରେ ରହୁଥିଲେ । ସେହି ସମୟରେ ଇଶ୍ୱରଙ୍କ ଦୂତ ଗାବ୍ରିଏଲ୍ ମେରୀର ସ୍ୱପ୍ନରେ ଆସି ତାଙ୍କୁ କହିଥିଲେ ଯେ ସେ ଖୁବ୍‌ ଶୀଘ୍ର ଗର୍ଭବତୀ ହେବେ । ଏହାସହ ସେ କହିଥିଲେ ତାଙ୍କ ଗର୍ଭରେ ରହିବାକୁ ଥିବା ଶିଶୁର ବିଶେଷ ଯତ୍ନ ନେବାକୁ ପଡିବ, କାରଣ ତାଙ୍କ ସନ୍ତାନ ପ୍ରଭୁ ଯୀଶୁଙ୍କ ବ୍ୟତୀତ ଅନ୍ୟ କେହି ନୁହଁନ୍ତି । ମେରୀଙ୍କ ଗର୍ଭ ଯନ୍ତ୍ରଣା ସମୟରେ ସେମାନଙ୍କୁ କୌଣସି ହସ୍ପିଟାଲ୍‌ରେ ଆଶ୍ରୟ ମିଳି ପାରିନଥିଲା । ଶେଷରେ ବାଧ୍ୟ ହୋଇ ସେମାନେ ଏକ ମେଣ୍ଢାଶାଳରେ ଆଶ୍ରୟ ନେଇଥିଲେ, ଯେଉଁଠି ପ୍ରଭୁ ଯୀଶୁଙ୍କ ଜନ୍ମ ହୋଇଥିଲା । ଇଶ୍ୱରଙ୍କ ଦୂତ ପ୍ରଭୁ ଯୀଶୁଙ୍କ ଜନ୍ମ ବିଷୟରେ ସେହି ମେଷ ପାଳକମାନଙ୍କୁ ଜଣାଇବା ସେମାନେ ନିକଟକୁ ଯାଇ ନବଜାତ ଶିଶୁକୁ ପ୍ରଣାମ କରିଥିଲେ ।

ଯୀଶୁଯେତେବେଳେ ବଡ ହେଲେ, ସେ ସମଗ୍ର ଗାଲିଲୀରେ ବୁଲି ବୁଲି ଲୋକମାନଙ୍କର ରୋଗ ଏବଂ ଦୁର୍ବଳତାକୁ ଦୂର କରିବାକୁ ପ୍ରୟାସ କରୁଥିଲେ । ଏହିପରି ଧୀରେ ଧୀରେ ତାଙ୍କର ଖ୍ୟାତି ଚାରିଆଡେ ବ୍ୟାପିଗଲା । ଯୀଶୁଙ୍କ ଉତ୍ତମ କାର୍ଯ୍ୟର କିଛି ଶତ୍ରୁ ମଧ୍ୟ ଥିଲେ ଯେଉଁମାନେ ଶେଷରେ ଯୀଶୁଙ୍କୁ ନିର୍ଯାତନା ଦେଇ କ୍ରୁଶରେ ଟାଙ୍ଗି ହତ୍ୟା କରିଥିଲେ । କିନ୍ତୁ ଯୀଶୁ ତାଙ୍କ ଜୀବନସାରା ମାନବ କଲ୍ୟାଣ ଦିଗରେ କାର୍ଯ୍ୟ ଜାରି ରଖିଥିଲେ ଏପରିକି କ୍ରୁଶ ବିଦ୍ଧ ହେବା ସମୟରେ ମଧ୍ୟ ସେ କହିଥିଲେ ଯେ 'ପିତା, ଏହି ଲୋକମାନଙ୍କୁ କ୍ଷମା କର କାରଣ ଏହି ଲୋକମାନେ ଅଜ୍ଞ।' ସେହି ଦିନଠାରୁ ହିଁ ଖ୍ରୀଷ୍ଟିଆନମାନେ ଡିସେମ୍ବର ୨୫ ତାରିଖକୁ ଖ୍ରୀଷ୍ଟମାସ ଭାବରେ ପାଳନ କରିଆସୁଛନ୍ତି ।

ଖ୍ରୀଷ୍ଟମାସ ଏବଂ ସାଣ୍ଟା କ୍ଲଜ୍

ଖ୍ରୀଷ୍ଟମାସରେ ଅବସରରେ କୁହାଯାଏ ଯେ ସାଣ୍ଟା କ୍ଲଜ୍ ଆସି ଜୀବନରେ ବହୁତ ଖୁସି ଆଣନ୍ତି । ଏହା ଖ୍ରୀଷ୍ଟମାସ ସହିତ ଜଡିତ ଏକ ଲୋକପ୍ରିୟ ପୌରାଣିକ କିନ୍ତୁ କାଳ୍ପନିକ ଚରିତ୍ର । ପିଲାମାନଙ୍କୁ ଭଲପାଉଥିବା ସାନ୍ତା ଖ୍ରୀଷ୍ଟମାସ ରାତିରେ ବଡ ଧଳା ଦାଢି ରଖିଥିବା ସାନ୍ତା କ୍ଲଜ ସ୍ୱର୍ଗରୁ ପ୍ରତ୍ୟେକ ଘରକୁ ଓହ୍ଲାଇ ଆସିନ୍ତି ଏବଂ ଖ୍ରୀଷ୍ଟମାସ ଗଛରେ ପାଖରେ ପିଲାମାନଙ୍କ ପାଇଁ ଏକ ଉପହାର ଉପହାର ଛାଡି ଯାଆନ୍ତି । ବିଶ୍ୱାସ କରାଯାଏ ଯେ ସାଣ୍ଟା କ୍ଲଜ୍ ଏକ ହରିଣ ବାହନ ଧରି ଏକ ତୁଷାରପାତ ସ୍ଥାନରୁ ଆସି ଚିମିନି ଦେଇ ଘର ଭିତରକୁ ପ୍ରବେଶ କରନ୍ତି ଓ ସମସ୍ତ ଭଲ ପିଲାମାନଙ୍କ ମୁଣ୍ଡରେ ଉପହାର ରଖିକି ପଳାଇ ଯାଆନ୍ତି ।

ଖ୍ରୀଷ୍ଟମାସର ତିନୋଟି ରଙ୍ଗର ଅର୍ଥ କ’ଣ?

ଖ୍ରୀଷ୍ଟମାସରେ ତିନୋଟି ରଙ୍ଗର ବିଶେଷ ମହତ୍ତ୍ୱ ରହିଛି । ଏହି ରଙ୍ଗଗୁଡ଼ିକ ମଧ୍ୟରେ ଲାଲ ରଙ୍ଗ, ସବୁଜ ରଙ୍ଗ ଏବଂ ସୁବର୍ଣ୍ଣ ରଙ୍ଗ ସର୍ବାଧିକ ବ୍ୟବହୃତ ହୁଏ । ଏହି ତିନି ରଙ୍ଗ ବ୍ୟବହାର ପଛରେ ଯୀଶୁ ଖ୍ରୀଷ୍ଟଙ୍କର ତିନୋଟି ଶିକ୍ଷା ଅଛି ।

  • ଲାଲ ରଙ୍ଗ ଯୀଶୁଙ୍କ ରକ୍ତକୁ ପ୍ରତୀକ କରେ । ଏହା ବ୍ୟତୀତ ଅନ୍ୟମାନଙ୍କ ପ୍ରତି ତାଙ୍କର ସର୍ତ୍ତବିହୀନ ପ୍ରେମ ମଧ୍ୟ ଲାଲ ରଙ୍ଗ ଦେଖାଏ । ନାଲି ରଙ୍ଗ ମାନବିକତାର ଶିକ୍ଷା ଦେବା ସହ ସୁଖ ଆଣିଥାଏ ।
  • ସବୁଜ ରଙ୍ଗ ସବୁଜ ପ୍ରକୃତି ସହିତ ଜଡିତ, ଯାହା ଶୀତଦିନେ ମଧ୍ୟ ଏହାର ରଙ୍ଗ ବଜାୟ ରଖିବାରେ ସଫଳ ହୁଏ । ଖ୍ରୀଷ୍ଟିଆନ ଧର୍ମରେ ସବୁଜ ରଙ୍ଗ ପ୍ରଭୁ ଯୀଶୁଙ୍କ ଅନନ୍ତ ଜୀବନର ପ୍ରତୀକ ଅଟେ । ଯୀଶୁଙ୍କୁ ବଳପୂର୍ବକ ହତ୍ୟା କରାଯାଇ ଥାଇପାରେ, କିନ୍ତୁ ସେ ତଥାପି ଆମ ହୃଦୟରେ ଜୀବିତ ଏବଂ ସର୍ବଦା ରହିବେ । ସେଥିପାଇଁ ସବୁଜ ରଙ୍ଗର ଅର୍ଥ ହେଉଛି ଜୀବନ ।
  • ସୁବର୍ଣ୍ଣ ରଙ୍ଗର ଅର୍ଥ ହେଉଛି ଭେଟିଦେବା । ଯୀଶୁଙ୍କ ଜନ୍ମ ସମୟରେ ଆସିଥିବା ତୃତୀୟ ରାଜା ନ ବେଦ୍ୟ ରୂପେ ସୁନା ଦେଇଥିଲେ । ଇଶ୍ୱର ତାଙ୍କ ପୁତ୍ରକୁ ଜନ୍ମ ଦେବା ପାଇଁ ଗରିବ ମେରୀଙ୍କୁ ବାଛିଲେ । ଯୀଶୁଙ୍କୁ ବଞ୍ଚାଇବା ମେରୀ ଏବଂ ଯୋସେଫ ସମସ୍ତ ଅସୁବିଧା ସମ୍ମୁଖୀନ ହୋଇଥିଲେ । ଏଥିରେ ଦର୍ଶାଯାଇଛି ଯେ ଭଗବାନଙ୍କ ଆଗରେ ସମସ୍ତେ ସମାନ ଅଟନ୍ତି। ଏହା ଏକ ଉପହାର ଯାହା ଇଶ୍ୱର ମାନବ ଜାତିଙ୍କୁ ଦେଇଥିଲେ ।
Christmas Celebrations Merry Christmas 2021 Santa Clause
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ