ଆଜିର ଆଧୁନିକତାର ଧାଁ-ଦୌଡ଼ ଜୀବନରେ, ମଣିଷ ଅନ୍ଧ ଭାବରେ ଦୌଡୁଛି, ଯେପରିକି ଏହି ରେସ୍ରେ କାହା ସହିତ ପ୍ରତିଦ୍ୱନ୍ଦ୍ୱିତା କରି କେହି କିଛି ପାଉଛି। ଆଧୁନିକତାର ଏହି ଦୌଡ଼ରେ ମଣିଷ ନିଜକୁ ଅଣଦେଖା କରି ଦିନରାତି ସବୁକିଛି ଭୁଲି କେବଳ ଦୌଡୁଛି। ରେସ୍ରେ ଡୌଡ଼ିବା ଯଦିଓ ଭୁଲ ନୁହେଁ, କିନ୍ତୁ ଆଧୁନିକତା ନାମରେ ନିଜ ସ୍ୱାସ୍ଥ୍ୟ ସହିତ ଖେଳିବା ନିଶ୍ଚିତ ଭୁଲ।
ଏହାକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଛି ‘ଜାତୀୟ ପୋଷଣ ସପ୍ତାହ’। ଏହାରର ମୂଳ ଉଦ୍ଦେଶ୍ୟ ହେଉଛି ଦେଶକୁ ସଚେତନ କରିବା ଏବଂ ଯୁବକମାନଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରତି ଜାଗ୍ରତ କରିବା। ଏହି ‘ଜାତୀୟ ପୋଷଣ ସପ୍ତାହ’ କ’ଣ, ଏହାକୁ କାହିଁକି ପାଳନ କରାଯାଏ, ଏହାର ମହତ୍ତ୍ୱ କ’ଣ, ସେ ବିଷୟରେ ଆସନ୍ତୁ ଜାଣିନେବା।
Also Read
ଜାତୀୟ ପୋଷଣ ସପ୍ତାହ କ’ଣ:
ଭାରତୀୟ ସମାଜ ସୁସ୍ଥ ରହୁ ଏବଂ ଭବିଷ୍ୟତ ପିଢି ସୁସ୍ଥ ରହୁ, ଏହି ଉଦ୍ଦେଶ୍ୟ ନେଇ ପ୍ରତ୍ୟେକ ବର୍ଷ ସାରା ଦେଶରେ ଏକ ପୋଷଣ ସଚେତନତା ଅଭିଯାନ କରାଯାଏ। ସୁସ୍ଥ ପୋଷଣ ହିଁ ପିଢି ପିଢି ଧରି ସ୍ୱାସ୍ଥ୍ୟର ଆଧାର ହୋଇଥାଏ। ଏହି କାରଣରୁ ଭାରତ ସରକାର ଏବଂ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ୱାରା ସଚେତନତା ଅଭିଯାନ ପରିଚାଳିତ ହୁଏ।
ପୋଷଣ ପ୍ରତି ଏହି ସଚେତନତା ଅଭିଯାନ ଜାତୀୟ ସ୍ତରରେ ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହୁଏ, ସେଥିପାଇଁ ଏହାକୁ ‘ଜାତୀୟ ପୋଷଣ ସପ୍ତାହ’ କୁହାଯାଏ।
କେବେ ପାଳନ କରାଯାଏ:
‘ଜାତୀୟ ପୋଷଣ ସପ୍ତାହ’ ପ୍ରତିବର୍ଷ ଭାରତ ସରକାର ଏବଂ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ୱାରା ସେପ୍ଟେମ୍ବର ପ୍ରଥମ ସପ୍ତାହ ବା ୧ ସେପ୍ଟେମ୍ବରରୁ ୭ ସେପ୍ଟେମ୍ବର ପର୍ଯ୍ୟନ୍ତ ପାଳନ କରାଯାଏ। ଏହି ସପ୍ତାହର ଉଦ୍ଦେଶ୍ୟ ହେଉଛି ପ୍ରତିବର୍ଷ ଅଧିକରୁ ଅଧିକ ଲୋକଙ୍କୁ ଏକ ଜାତୀୟ ପ୍ଲାଟ୍ଫର୍ମରେ ପୁଷ୍ଟିକର ଖାଦ୍ୟ ବିଷୟରେ ଅବଗତ କରାଇବା।
ସଂକ୍ଷିପ୍ତ ଇତିହାସ:
ମାର୍ଚ୍ଚ ୧୯୭୫ରେ ଆମେରିକୀୟ ଡାଏଟେଟିକ୍ ଆସୋସିଏସନ୍ ଦ୍ୱାରା ପୋଷଣ ଶିକ୍ଷାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜନ ସଚେତନତା ବୃଦ୍ଧି ସହିତ ଡାଏଟିସିଆନ୍ ବୃତ୍ତିକୁ ପ୍ରୋତ୍ସାହିତ କରିବା ନେଇ ‘ଜାତୀୟ ପୋଷଣ ସପ୍ତାହ’ ଆରମ୍ଭ ହୋଇଥିଲା।
ସପ୍ତାହ ବ୍ୟାପୀ ଚାଲିଥିବା ଏହି ପୋଷଣ ସପ୍ତାହକୁ ଲୋକମାନଙ୍କଠାରୁ ଏକ ସକରାତ୍ମକ ପ୍ରତିକ୍ରିୟା ମିଳିଥିଲା, ଯାହାକୁ ପରେ ସାରା ବିଶ୍ୱରେ ବ୍ୟାପକ ଭାବରେ ଆଲୋଚନା କରାଯାଇଥିଲା। ଫଳସ୍ୱରୂପ, ୧୯୮୦ ମସିହାରେ, ଏହି ସପ୍ତାହବ୍ୟାପୀ ସଚେତନତା ଅଭିଯାନ ଏକ ମାସ ପାଇଁ ଚାଲିଥିଲା।
ଭାରତରେ ‘ଜାତୀୟ ପୋଷଣ ସପ୍ତାହ’ର ମହତ୍ତ୍ୱ ଜାଣିବା ପରେ ସମାଜକୁ ପୋଷଣର ମହତ୍ତ୍ୱ ବିଷୟରେ ଶିକ୍ଷା ଦେବା ଏବଂ ଜନସାଧାରଣଙ୍କୁ ଏକ ସୁସ୍ଥ ଜୀବନଶୈଳୀ ବିଷୟରେ ଜଣେଇବା ନେଇ ୧୯୮୨ ମସିହାରେ ୧ ସେପ୍ଟେମ୍ବରରୁ ୭ ସେପ୍ଟେମ୍ବର ପର୍ଯ୍ୟନ୍ତ ‘ଜାତୀୟ ପୋଷଣ ସପ୍ତାହ’ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଗଲା। ସେବେଠାରୁ ଏହା ପ୍ରତିବର୍ଷ ପାଳନ କରାଯାଏ ଏବଂ ଲୋକଙ୍କୁ ପୁଷ୍ଟିକର ଖାଦ୍ୟ ବିଷୟରେ ଅବଗତ କରାଯାଏ।
ମହତ୍ତ୍ୱ ଏବଂ ଉଦ୍ଦେଶ୍ୟ:
- ‘ଜାତୀୟ ପୋଷଣ ସପ୍ତାହ’ର ମହତ୍ତ୍ୱ ଏତେ ପ୍ରଭାବଶାଳୀ ଯେ ଏହା ଉତ୍ପାଦନ, ଅର୍ଥନୈତିକ ଅଭିବୃଦ୍ଧି ଏବଂ ଜାତୀୟ ବିକାଶ ଉପରେ ମଧ୍ୟ ପ୍ରଭାବ ପକାଇଥାଏ।
- ‘ଜାତୀୟ ପୋଷଣ ସପ୍ତାହ’ର ମୂଳ ଉଦ୍ଦେଶ୍ୟ ହେଉଛି କୌଣସି ଭେଦଭାବ ନକରି ସମାଜରେ ପୁଷ୍ଟିକର ଖାଦ୍ୟ ବିଷୟରେ ଜନସଚେତନତା ସୃଷ୍ଟି କରିବା।
- ‘ଜାତୀୟ ପୋଷଣ ସପ୍ତାହ’ ମାଧ୍ୟମରେ ଭାରତ ସରକାରଙ୍କ ଉଦ୍ଦେଶ୍ୟ ହେଉଛି ଶିଶୁମାନଙ୍କର ସ୍ୱାସ୍ଥ୍ୟ ଏବଂ କଲ୍ୟାଣରେ ଉପଯୁକ୍ତ ପୁଷ୍ଟିକର ଖାଦ୍ୟର ମହତ୍ତ୍ୱ ବିଷୟରେ ସୂଚନା ପ୍ରଦାନ କରିବା।
- ପୁଷ୍ଟିକର ଖାଦ୍ୟ ଦେଇ ଏବଂ ଏହା ବିଷୟରେ ସୂଚନା ପ୍ରଦାନ କରି ନାଗରିକମାନଙ୍କୁ ମଧୁମେହ ଏବଂ ହୃଦରୋଗ ଭଳି ରୋଗରୁ ରକ୍ଷା କରାଯିବା।
- ଉପଯୁକ୍ତ ପୁଷ୍ଟିକର ଖାଦ୍ୟର ମହତ୍ତ୍ୱ ଏବଂ କାର୍ଯ୍ୟ ଉପରେ ଗୁରୁତ୍ୱ ଦେଇ ନାଗରିକମାନଙ୍କୁ ଏକ ଉତ୍ତମ ଜୀବନ ପ୍ରଦାନ କରିବା।