Advertisment

World Sickle Cell Awareness Day: କାହିଁକି ହୁଏ ସିକଲ୍ ସେଲ୍ ରୋଗ; ଜାଣନ୍ତୁ ଏହାର ଚିକିତ୍ସା

ଦ୍ରୁତଗତିରେ ବଢୁଥିବା ଖରାପ ଜୀବନଶୈଳୀ କାରଣରୁ ଲୋକମାନେ ଆଜିକାଲି ଅନେକ ସମସ୍ୟାର ଶିକାର ହେଉଛନ୍ତି। ଏହା ମଧ୍ୟରୁ ସିକଲ୍ ସେଲ୍ ଏମିତି ଏକ ରୋଗ, ଯାହା ରକ୍ତ ସହିତ ଜଡିତ ଏକ ସମସ୍ୟା। ତେବେ ଆସନ୍ତୁ ଜାଣିବା ଏହି ବ୍ୟାଧି କ’ଣ, ଏହାର କାରଣ, ଲକ୍ଷଣ ଓ କିପରି କରିବେ ଚିକିତ୍ସା।

ଅଦ୍ୟତନ ହୋଇଛି
World Sickle Cell Awarness Day 2023

What is sickle cell disease know treatment

Advertisment

ଦିନକୁ ଦିନ ବଢୁଥିବା ପ୍ରଦୂଷଣ ଏବଂ ଖରାପ ଜୀବନଶୈଳୀ କାରଣରୁ ଲୋକମାନେ ଆଜିକାଲି ଅନେକ ସମସ୍ୟାର ଶିକାର ହେଉଛନ୍ତି। ଲୋକେ ଏପରି ଅନେକ ରୋଗର ଶିକାର ହୋଇଯାଉଛନ୍ତି ଯେଉଁଥିରୁ ମୁକୁଳିବା ଅସମ୍ଭବ ହୋଇପଡୁଛି। ଏହା ମଧ୍ୟରୁ ସିକଲ୍ ସେଲ୍ ଏମିତି ଏକ ରୋଗ, ଯାହା ରକ୍ତ ସହିତ ଜଡିତ ଏକ ସମସ୍ୟା। ଏହି ବ୍ୟାଧି ସାଧାରଣତଃ ଲାଲ ରକ୍ତ କଣିକାର ଆକାର ଏବଂ କାର୍ଯ୍ୟକୁ ପ୍ରଭାବିତ କରିଥାଏ।

Advertisment

ଏହା ଏକ ଗମ୍ଭୀର ସମସ୍ୟା ହୋଇଥିବାରୁ ଲୋକମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ୧୯ ଜୁନ୍ ଦିନ ‘ବିଶ୍ୱ ସିକଲ୍ ସେଲ୍ ସଚେତନତା ଦିବସ’ ପାଳନ କରାଯାଏ। ତେବେ ଆସନ୍ତୁ ଜାଣିବା ଏହି ବ୍ୟାଧି କ’ଣ, ଏହାର କାରଣ, ଲକ୍ଷଣ ଓ କିପରି କରିବେ ଚିକିତ୍ସା।

କ’ଣ ଏହି ବ୍ୟାଧି:

ସିକଲ୍ ସେଲ୍ ରୋଗ ହେଉଛି ଏକ ଜେନେଟିକ୍ ବ୍ୟାଧି ଯେଉଁଥିରେ ଶରୀରରେ ଥିବା ଲାଲ ରକ୍ତ କଣିକା ବିକୃତ ହୋଇଯାଏ। ଏହି କାରଣରୁ, ଶରୀରରେ ଥିବା ଏହି କୋଷଗୁଡ଼ିକ ଶୀଘ୍ର ନଷ୍ଟ ହୋଇଯାଏ। ଫଳରେ ଶରୀରରେ ସୁସ୍ଥ ଲାଲ ରକ୍ତ କଣିକାର ଅଭାବ ଦେଖାଯାଏ।

Advertisment

ଏହି କାରଣରୁ, ଶିରା ପ୍ରଶିରାରେ ରକ୍ତ ପ୍ରବାହ ମଧ୍ୟ ବନ୍ଦ ହୋଇପାରେ। ଏହି କୋଷଗୁଡ଼ିକ ସାଧାରଣତଃ ଗୋଲାକାର ଆକାରରେ ଥାଏ, କିନ୍ତୁ ସିକଲ ସେଲ୍ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ କ୍ଷେତ୍ରରେ ସେମାନଙ୍କର ଆକୃତି ସାଧାରଣ ଗୋଲାକାର ପରିବର୍ତ୍ତେ ଦାଆ ପରି ହୋଇଯାଏ।

ଲକ୍ଷଣ:

  • ଅଙ୍ଗର କ୍ଷତି
  • ସଂକ୍ରମଣ
  • ଶରୀରର ବିଭିନ୍ନ ଅଙ୍ଗରେ ପ୍ରବଳ ଯନ୍ତ୍ରଣା
  • ରକ୍ତ ହ୍ରାସ କିମ୍ବା ରକ୍ତହୀନତା
  • ହାତ ଏବଂ ପାଦ ଫୁଲିଯିବା
  • ବିକାଶ ଓ ପ୍ୟୁବର୍ଟୀରେ ବିଳମ୍ବ
  • ଦୃଷ୍ଟିଶକ୍ତିରେ ସମସ୍ୟା
  • ଥକାପଣ
Advertisment

କାରଣ:

ସିକଲ ସେଲ୍ ରୋଗ ଏକ ଜେନେଟିକ ସମସ୍ୟା, ଯାହା ଜନ୍ମରୁ ଥାଏ। ସରଳ ଭାଷାରେ ବୁଝିବାକୁ ଗଲେ, ଯଦି ଉଭୟ ପିତାମାତାଙ୍କଠାରେ ସିକଲ୍ ସେଲ୍ ଜୀନ୍ସ ଥାଏ, ସେତେବେଳେ ସେହି ଶିଶୁ ଏହି ରୋଗରେ ପୀଡ଼ିତ ହୁଏ।

ଚିକିତ୍ସା:

ସିକଲ୍ ସେଲ୍ ରୋଗ ପାଇଁ ବର୍ତ୍ତମାନ କୌଣସି ଉପଶମ ନାହିଁ। ଏହି ରୋଗର ଚିକିତ୍ସା ପ୍ରତ୍ୟେକ ରୋଗୀଙ୍କ ପାଇଁ ଅଲଗା ହୋଇଥାଏ। ପୀଡିତାଙ୍କ ଲକ୍ଷଣ ଉପରେ ନିର୍ଭର କରି ତାଙ୍କୁ ଚିକିତ୍ସା ଦିଆଯାଏ। ଏହି ରୋଗରେ ପୀଡିତ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ତାଙ୍କୁ ବାରମ୍ବାର ରକ୍ତ ଦେବାକୁ ପଡିଥାଏ।

ଏହା ବ୍ୟତୀତ ଅନେକ ଥର ରୋଗୀକୁ ବୋନ୍ ମ୍ୟାରୋ କିମ୍ବା ଷ୍ଟେମ୍ ସେଲ୍ ଟ୍ରାନ୍ସପ୍ଲାଣ୍ଟ ମାଧ୍ୟମରେ ମଧ୍ୟ ଚିକିତ୍ସା କରାଯାଏ। ବୋନ୍ ମ୍ୟାରୋ ପ୍ରତିରୋପଣ ଏହି ରୋଗ ପାଇଁ ଏକମାତ୍ର ଚିକିତ୍ସା, ଯାହା ଅତ୍ୟନ୍ତ କଷ୍ଟସାଧ୍ୟ ଏବଂ ବିପଦପୂର୍ଣ୍ଣ ମଧ୍ୟ। ଏହାର ଅନେକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ଅଛି। ତଥାପି, ଏକ ସୁସ୍ଥ ଜୀବନଶୈଳୀ ଆପଣେଇବା ଦ୍ୱାରା ପୀଡିତଙ୍କ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ହୋଇପାରେ।

Fitness Red Blood Cell Formation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ