Advertisment

ଠାରରେ ଠାରରେ ତିଆରି କରିଦେଲେ ଗଣେଶ ମୂର୍ତ୍ତି

ବାକ୍‌ଶକ୍ତି ଦୁର୍ବଳ ଥିବା ଯୁବକ ଜଣକ କଣ ସବୁ କହିଯାଉଛନ୍ତି, ବୋଧ ହୁଏ ସମସ୍ତେ ବୁଝି ପାରିବେନି । କିନ୍ତୁ ତାଙ୍କର ହାତର ଯାଦୁଗରୀର କମାଲ ଦେଖିଲେ ଆପଣ ବି ଘଂଟାଏ ଚାହିଁରହିବେ ।

ଅଦ୍ୟତନ ହୋଇଛି
undefined

Deaf Making Ganesh Idol

Advertisment

ଦିବ୍ୟାଙ୍ଗ ସତ ହେଲେ ଅକ୍ଷମ ନୁହନ୍ତି । କାନକୁ ଶୁଣାଯାଉନି କି ପାଟିରୁ ପଦଟେ କଥା ବି ବାହାରୁନି, ହେଲେ ବି ଦୁଇ ହାତରେ ଗଢ଼ି ଦେଉଛନ୍ତି ଚମତ୍କାର ମୂର୍ତ୍ତି । ପରସ୍ପରକୁ ଠାର ମାଧ୍ୟମରେ ବୁଝାଇ ଦେଉଛନ୍ତି ସବୁ କଥା । ଫଟୋ ଦେଖି ଗଢ଼ି ତୋଳିଛନ୍ତି ୧୫ ଫୁଟ୍‌ର ଗଣେଶ । କଟକ ତୁଳସୀପୁର ସାହିରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ।

Advertisment

ବାକ୍‌ଶକ୍ତି ଦୁର୍ବଳ ଥିବା ଥିବା ଯୁବକ ଜଣକ କଣ ସବୁ କହିଯାଉଛନ୍ତି, ବୋଧ ହୁଏ ସମସ୍ତେ ବୁଝି ପାରିବେନି । କିନ୍ତୁ ତାଙ୍କର ହାତର ଯାଦୁଗାରୀର କମାଲ ଦେଖିଲେ ଆପଣ ବି ଘଂଟାଏ ଚାହିଁରହିବେ । ହାତରେ ସୁନ୍ଦର ଗଣେଶ ମୂର୍ତ୍ତି ତିଆରି କରୁଛନ୍ତି ବାକ୍‌ଶକ୍ତି ଦୁର୍ବଳ ଥିବା ଯୁବକମାନେ। ଏମାନେ ସିନା ସଠିକ୍‌ରେ କଥା କହିପାରୁନାହାନ୍ତି କିନ୍ତୁ ଭଗବାନ ୟାଙ୍କ ହାତରେ ଯେଉଁ କଳା ଦେଇଛନ୍ତି ତାହାକୁ ନେଇ ମାଟିରେ କେମିତି ଜୀବନ୍ତ ମୂର୍ତ୍ତି ଗଢୁଛନ୍ତି ସେ ଦୃଶ୍ୟ ଦେଖିଲେ ଆପଣ ବି କହିବେ ସେମାନଙ୍କୁ ଶହେ ସଲାମ ।

ଗଣେଷ ମୂର୍ତ୍ତି ତିଆରି କରିବାରେ ବ୍ୟସ୍ତ ଦିବ୍ୟାଙ୍ଗ ଯୁବକ । କାରଣ ବିଘ୍ନ ବିନାଶକଙ୍କ ପୂଜା ପାଇଁ ଏମାନେ ଜୋରଦାର ପ୍ରସ୍ତୁତି କରିଥିଲେ । ଆଉ ଆଜି ଗଣେଷ ପୂଜା ଥିବାରୁ ସକାଳୁ ସକାଳୁ ଏମାନେ ପୂଜା ପାଇଁ ପୂରା ଭକ୍ତି ଭାବରେ ଅପେକ୍ଷା କରିଥିବା ଜଣାପଡିଛି । 

Advertisment

କଟକ ତୁଳସୀପୁର ସ୍ଥିତ ଲୋୟର ପୋଲିସ କଲୋନୀରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦିବ୍ୟାଙ୍ଗ ପିଲା ମାନେ ଏକାଠି ହୋଇ ନିଜ ହାତରେ ତିଆରି କରିଛନ୍ତି ୧୫ ଫୁଟ ଉଚ୍ଚତାର ଗଣେଶ ମୂର୍ତ୍ତି । ଏହି ସଂଘରେ ୪୦୦ ରୁ ଉର୍ଦ୍ଧ୍ୱ ଦିବ୍ୟାଙ୍ଗ ପିଲାମାନେ ଏକାଠି ହୋଇ ଗଣେଶ ପୂଜା ପାଇଁ କରିଛନ୍ତି ପ୍ରସ୍ତୁତି । ସୂଚନା ଅନୁସାରେ, ୨୫ ବର୍ଷ ହେଲାଣି ଏହି ପିଲାମାନେ ଏମିତି ଏକତ୍ରୀତ ହୋଇ କରୁଛନ୍ତି ପୂଜା ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏମାନେ ସିନା କଥା କହିପାରନ୍ତି ନାହିଁ କିନ୍ତୁ ଯେଉଁ ଫଟୋ ଦେଖନ୍ତି ତାହାକୁ ଅବିକଳ ତିଆରି କରନ୍ତି । ଆଉ ଗଣେଶ ପୂଜା ପାଇଁ ମଧ୍ୟ ଏମାନେ ଏକତ୍ରୀତ ହୋଇ ଫଟୋ ଦେଇ ନିଜେ ତିଆରି କରିଛନ୍ତି ଏହି ସୁନ୍ଦର ମୂର୍ତ୍ତି । ଯାହା ଆଜି ପୂଜା ପାଉଛି । ସତରେ ଭଗବାନଙ୍କ ଆଶୀର୍ବାଦ ଥିଲେ ଏ ଦୁନିଆରେ କିଛି ବି ଅସମ୍ଭବ ନୁହେଁ ।

Advertisment

ରିପୋର୍ଟର- କଟକରୁ ବିଶ୍ୱଜିତ ଆଚାର୍ଯ୍ୟ

Ganesh Puja Deaf Making Ganesh Idol
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ