Utkal Dibas: ତିନି ଦଶନ୍ଧିର ବିପ୍ଳବ ପରେ ମିଳିଲା ସ୍ୱତନ୍ତ୍ର ଓଡ଼ିଶା

୧ ଏପ୍ରିଲ୍ ୧୯୩୬ରେ ଓଡ଼ିଶା ଏକ ଭାଷାଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା। ଏହିଦିନ ମାଡ୍ରାସ୍ ପ୍ରେସିଡେନ୍ସିରୁ ଅଲଗା ହୋଇ ସ୍ୱତନ୍ତ୍ର ଓଡ଼ିଶା ତିଆରି ହୋଇଥିଲା। ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ।

ତିନି ଦଶନ୍ଧିର ବିପ୍ଳବ ପରେ ମିଳିଲା ସ୍ୱତନ୍ତ୍ର ଓଡ଼ିଶା

୧ ଏପ୍ରିଲ୍ ୧୯୩୬ରେ  ଓଡ଼ିଶା ଏକ ଭାଷାଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା। ଏହିଦିନ ଓଡିଶା ମାଡ୍ରାସ୍ ପ୍ରେସିଡେନ୍ସିରୁ ଅଲଗା ହୋଇ ସ୍ୱତନ୍ତ୍ର ଓଡ଼ିଶା ତିଆରି ହୋଇଥିଲା। ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ।

ଓଡିଶାର ଶେଷ ରାଜା ମୁକୁନ୍ଦଦେବଙ୍କ ପରାଜୟ ଏବଂ ଦେହାନ୍ତ ପରେ ୧୫୬୮ ମସିହାରେ ଏହା ରାଜନୈତିକ ପରିଚୟ ସମ୍ପୂର୍ଣ୍ଣ ହରାଇଥିଲା। ବ୍ରିଟିଶ ଶାସନରୁ ଅଲଗା କରି ଏକ "ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ" ଗଠନ କରିବା ପାଇଁ ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବାସୁଦେବ ସୁଢ଼ଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କ ଚେଷ୍ଟାରେ ଆନ୍ଦୋଳନ ତେଜିଥିଲା। ପ୍ରଥମେ ଛଅଟି ଜିଲ୍ଲା କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ଓଡ଼ିଶା ଗଠନ କରାଯାଇଥିଲା।

ଅଧିକ ପଢ଼ନ୍ତୁ: ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶ କରିବାରେ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଭୂମିକା

ଇସିହାସ:

ସ୍ୱତନ୍ତ୍ର ରାଜ୍ୟ ଗଠନ ପାଇଁ ୧୯୦୩ରେ ମଧୁସୂଦନ ଦାସଙ୍କ ଦ୍ୱାରା ଉତ୍କଳ ସମ୍ମିଳନୀ ଗଠନ ହେଲା। ଏହି ଦିନଠାରୁ ବିପ୍ଳବ ତିନି ଦଶନ୍ଧି ଧରି ଲାଗିରହିଥିଲା ଓ ଏହା ଏକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ମୂଳଦୁଆ ସ୍ଥାପନ କରିଥିଲା। ସାର୍‌ ଅଷ୍ଟିନ୍‌ ହବାକ୍‌ ଓଡ଼ିଶାର ପ୍ରଥମ ରାଜ୍ୟପାଳ ଭାବରେ ଶପଥ ନେଇଥିଲେ। ୧୯୩୬ ମସିହା ଏପ୍ରିଲ ପହିଲା ଦିନ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳିଥିଲା।

୧୯୯୨ ମସିହାରେ ଓଡ଼ିଶାର ୧୩ଟି ଜିଲ୍ଲାକୁ ପୁନର୍ବିଭାଜନ କରି ୩୦ଟି ଜିଲ୍ଲାରେ ଭାଗ କରାଗଲା। ପ୍ରତି ବର୍ଷ ଏପ୍ରିଲ ପହିଲାକୁ ଉତ୍କଳ ଦିବସ ନାମରେ ପାଳନ କରାଯାଇ ସ୍ୱତନ୍ତ୍ର ପ୍ରଦେଶ ଗଠନର କର୍ଣ୍ଣଧାରମାନଙ୍କୁ ସମ୍ମାନ ଅର୍ପଣକରାଯାଏ।

ସଂକ୍ଷେପରେ ଓଡ଼ିଶା: