Advertisment

‘ଯେତେ କଷ୍ଟ ହେଉ ପଛେ, ଆଜି ଜଗାକୁ ଦେଖିବୁ’

ଜଗା ଦୁଆରେ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼ !

ଅଦ୍ୟତନ ହୋଇଛି
Puri Srimandir

puri

Advertisment

ପଞ୍ଚୁକ ଅବସରରେ ଶ୍ରୀମନ୍ଦିରରେ ଲାଗିଛି ପ୍ରବଳ ଗହଳି । ମରିଚିକୋଟ ଛକ ଯାଏ ଅସ୍ଥାୟୀ ବ୍ୟାରିକେଡ୍ କରାଯାଇଥିବା ବେଳେ ଭିଡ ବହୁ ଆଗକୁ ଲମ୍ବିଛି । ଆଜି ଶ୍ରୀଜିଉଙ୍କ ଲକ୍ଷ୍ମୀ ନାରାୟଣ ବେଶ ଦେଖିବାକୁ ସକାଳୁ ହିଁ ଏଭଳି ଭିଡ ଲାଗିଛି । ସେପଟେ ସୁରକ୍ଷା ପାଇଁ ନିୟୋଜିତ ହୋଇଛନ୍ତି ୨୬ ପ୍ଲାଟୁନ୍ ପୋଲିସ ଫୋର୍ସଙ୍କ ସହ ବରିଷ୍ଠ ଅଧିକାରୀ । ଭିଡ଼ ନିୟନ୍ତ୍ରଣ ପାଇଁ କେବଳ ସିଂହଦ୍ୱାର ଦେଇ ଭକ୍ତ ପ୍ରବେଶ କରୁଛନ୍ତି, ବାକି ୩ଟି ଦ୍ୱାରରେ ପ୍ରସ୍ଥାନ କରୁଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ଶ୍ରୀମନ୍ଦିରରେ ରକ୍ତ ଛିଟା, ଶ୍ରୀଜିଉଙ୍କ ହେଲା ମହାସ୍ନାନ...

କାର୍ତ୍ତିକ ମାସର ଶେଷ ଏହି ପାଞ୍ଚଦିନ ସବୁଠାରୁ ପବିତ୍ର।  ଯେଉଁ ବ୍ରତଧାରୀମାନେ କାର୍ତ୍ତିକ ବ୍ରତ ପାଳନ କରିନଥାନ୍ତି, ସେମାନେ ଏହି ଶେଷ ପାଞ୍ଚଦିନ କାର୍ତ୍ତିକ ବ୍ରତ ପାଳନ କରି ସମାନ ପୁଣ୍ୟ ଅର୍ଜନ କରିଥାନ୍ତି ବୋଲି ବିଶ୍ୱାସ ରହିଛି । କାର୍ତ୍ତିକ ଶେଷ  ୫ ଦିନରେ ମହାପ୍ରଭୁ ୫ଟି ସ୍ୱତନ୍ତ୍ର ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି ।

Advertisment

ଏକାଦଶୀ ତିଥିରେ ଲକ୍ଷ୍ମୀ ନାରାୟଣ, ଦ୍ୱାଦଶୀରେ ବାଙ୍କଚୁଡ଼, ତ୍ରୟୋଦଶୀରେ ତ୍ରିବିକ୍ରମ, ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ ଓ କାର୍ତ୍ତିକ ପୂର୍ଣ୍ଣିମାରେ ରାଜରାଜେଶ୍ୱର ବା ସୁନାବେଶରେ ମହାପ୍ରଭୁଙ୍କ ଦର୍ଶନ ମିଳିଥାଏ ।

Srimandir Puri Srimandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ