Advertisment

Maha Kumbh 2025: ବିଶ୍ବର ସର୍ବବୃହତ ଧାର୍ମିକ ସମ୍ମିଳନୀ, ଜାଣନ୍ତୁ ଏ ସମ୍ପର୍କରେ କିଛି ରୋଚକ ତଥ୍ୟ

ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ହେବାକୁ ଯାଉଛି ବିଶ୍ବର ସର୍ବବୃହତ ଧାର୍ମିକ ସମ୍ମିଳନୀ କୁମ୍ଭ ମେଳା ୨୦୨୫। ୧୩ ଜାନୁୟାରୀରୁ ୨୬ ଜାନୁୟାରୀ ପର୍ଯ୍ୟନ୍ତ ଏହି ମେଳା ଆୟୋଜିତ ହେବ। ସମଗ୍ର ବିଶ୍ବର କୋଟି କୋଟି ଲୋକ ଏଥିରେ ସାମିଲ ହେବେ।

ଅଦ୍ୟତନ ହୋଇଛି
କୁମ୍ଭମେଳା ବଜେଟ ୭ ହଜାର କୋଟି

କୁମ୍ଭମେଳା ବଜେଟ ୭ ହଜାର କୋଟି

Advertisment

ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ହେବାକୁ ଯାଉଛି ବିଶ୍ବର ସର୍ବବୃହତ ଧାର୍ମିକ ସମ୍ମିଳନୀ କୁମ୍ଭ ମେଳା ୨୦୨୫। ୧୩ ଜାନୁୟାରୀରୁ ୨୬ ଜାନୁୟାରୀ ପର୍ଯ୍ୟନ୍ତ ଏହା ଆୟୋଜିତ ହେବ। ସମଗ୍ର ବିଶ୍ବର କୋଟି କୋଟି ଲୋକ ଏଥିରେ ସାମିଲ ହୋଇଥାନ୍ତି। ଚଳିତ ବର୍ଷ ୪୦ରୁ ୪୫ କୋଟି ଲୋକ ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ଧାର୍ମିକ ସମ୍ମିଳନୀ ସମ୍ପର୍କରେ କିଛି ରୋଚକ ତଥ୍ୟ...।

Advertisment

୧୪୨ ବର୍ଷ ପୂର୍ବରୁ ୧୮୮୨ ମସିହାରେ କୁମ୍ଭ ମେଳା ଆରମ୍ଭ ହୋଇଥିଲା। ଚଳିତ ବର୍ଷର ଆୟୋଜନରେ ୫ଟି ଗିନିଜ ବୁକ ଅଫ ୱାଲ୍ଡ ରେକର୍ଡ ମଧ୍ୟ ସୃଷ୍ଟି ହେବାକୁ ଯାଉଛି। ସମ୍ମିଳନୀରେ ଯୋଗ ଦେବାକୁ ଯାଉଥିବା ଶ୍ରଦ୍ଧାଳୁଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇଦେବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରୟାସ କରାଯାଉଛି। ୧୮୮୨ ମସିହାରେ ଏହି ଆୟୋଜନରେ ମାତ୍ର ୨୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା। ତେବେ ୨୦୨୫ ବର୍ଷରେ ୭ ହଜାର କୋଟି ଟଙ୍କାର ବଜେଟ ଧାର୍ଯ୍ୟ କରାଯାଇଛି।

୧୮୮୨ ମସିହାରେ ଭାରତର ଜନସଂଖ୍ୟା ୨୨ କୋଟି ରହିଥିବା ବେଳେ ୮ ଲକ୍ଷ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ଏଥିରେ ସମୁଦାୟ ୨୦,୨୮୮ ଟଙ୍କା ଖର୍ଚ୍ଚ ହୋଇଥିଲା। ପରେ ୧୮୯୪ରେ ଆୟୋଜିତ ମହାକୁମ୍ଭରେ ୧୦ ଲକ୍ଷ ଶ୍ରଦ୍ଧାଳୁ ଯୋଗ ଦେଇଥିବା ବେଳେ ଖର୍ଚ୍ଚ ହୋଇଥିଲା ୬୯,୪୨୭ ଟଙ୍କା। ୧୯୦୬ରେ ୨୫ ଲକ୍ଷ ଶ୍ରଦ୍ଧାଳୁ ସାମିଲ ଥିବା ବେଳେ ୯୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା।

Advertisment

ଅଧିକ ପଢନ୍ତୁ:ଟାଟାରେ ଚାକିରି ନାଁରେ ଠକେଇ ମାମଲା; ସାଂସଦ ପ୍ରଦୀପ ପାଣିଗ୍ରାହୀ ଦୋଷମୁକ୍ତ

ଦେଶର ଜନସଂଖ୍ୟା ସହିତ ତାଳ ଦେଇ କୁମ୍ଭ ମେଳାର ବଜେଟ ଓ ଶ୍ରଦ୍ଧାଳୁଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ୨୦୧୯ର ଅର୍ଦ୍ଧକୁମ୍ଭ ମେଳାରେ ବଜେଟ ୪୨୦୦ କୋଟି ଟଙ୍କା ରହିଥିବା ବେଳେ ଚଳିତ ବର୍ଷ ଏହା ବୃଦ୍ଧି ପାଇ ୭୦୦୦ କୋଟି ଟଙ୍କାରେ ପହଞ୍ଚିଛି। ୨୦୧୯ ତୁଳନାରେ ଚଳିତ ବର୍ଷର ବଜେଟ ୭୮ ପ୍ରତିଶତ ବଢିଛି। ଅନ୍ୟ ପକ୍ଷରେ ୧୮୮୨ ମସିହା ସହ ତୁଳନା କଲେ ବଜେଟ ୩୨ ଲକ୍ଷ ଗୁଣ ବୃଦ୍ଧି ପାଇଛି।

Advertisment

ମହାକୁମ୍ଭକୁ ୨୦୧୯ରେ ୟୁନେସ୍କୋ ପକ୍ଷରୁ ମାନ୍ୟତା ମିଳିଥିଲା। ଚଳିତ ବର୍ଷ ୫ଟି ଗିନିଜ ବୁକ ଅଫ ୱାଲ୍ଡ ରେକର୍ଡ ସୃଷ୍ଟି ହେବାକୁ ଯାଉଛି। ନେତ୍ର କୁମ୍ଭ ମାଧ୍ୟମରେ ୫ ଲକ୍ଷ ଲୋକଙ୍କ ଦୃଷ୍ଟି ପରୀକ୍ଷା କରାଯିବ। ଏହାସହ ୩ ଲକ୍ଷ ଲୋକଙ୍କୁ ଚଷମା ବିତରଣର ଲକ୍ଷ୍ୟ ରଖାଯାଇଛି। ୫ ଜାନୁୟାରୀରୁ ଏହା ଆରମ୍ଭ ହେବ। ୧୫ ହଜାର ସଫେଇ କର୍ମଚାରୀଙ୍କୁ ଏକତ୍ର କରି ଏକା ସାଥୀରେ ୧୦ କିମି ଅଞ୍ଚଳର ସଫେଇ କରାଯିବ ଯାହା ଆଉ ଏକ ଗିନିଜ ରେକର୍ଡ ରହିବ। ଏକା ସହିତ ୧୦୦୦ରୁ ଅଧିକ ଇଲେକ୍ଟ୍ରିକ ଯାନ ପରେଡ କରିବେ ଯାହା ଏକ ବିଶ୍ବ ରେକର୍ଡ ହେବାକୁ ଯାଉଛି। ସେହିପର ଏକା ସାଥୀରେ ୧୦ ହଜାର ଲୋକ ଏକ କାନଭାସ ଉପରେ ହାତରେ ପ୍ରିଣ୍ଟ କରିବେ ଯାହା ମଧ୍ୟ ଏକ ବିଶ୍ବ ରେକର୍ଡ ରହିବ। କୁମ୍ଭମେଳା ସମୟରେ ଏକା ସାଥୀରେ ୩୦୦ ଲୋକ ଗଙ୍ଗାନଦୀରେ ସଫେଇ ଅଭିଯାନ ଜାରି ରଖିବେ। ଏହା ମଧ୍ୟ ଏକ ଗିନିଜ ରେକର୍ଡ ହେବାକୁ ଯାଉଛି।

ଅଧିକ ପଢନ୍ତୁ:ଅଷ୍ଟ୍ରେଲିଆରେ ବର୍ଡର-ଗାଭାସ୍କର ଟ୍ରଫି କାହିଁକି ଜିତିପାରିଲାନି ଟିମ୍ ଇଣ୍ଡିଆ

Kumbh Mela Guinness Book Of Records Mahakumbh 2025
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ