10 Interesting Things about the Kumbh Mela That You Probably Did Not Know

୧. କୁମ୍ଭମେଳା ୪ଟି ଧାର୍ମିକ ପୀଠରେ ଅଦଳବଦଳ ହୋଇ ପ୍ରତି ୩ ବର୍ଷରେ ଥରେ ଅନୁଷ୍ଠିତ ହୋଇଥାଏ।

୨. ସେଥିପାଇଁ ପ୍ରତି ଜାଗାକୁ କୁମ୍ଭମେଳା ୧୨ ବର୍ଷରେ ଥରେ ଫେରିଥାଏ। କୁହାଯାଏ କୁମ୍ଭମେଳା ୨ ହଜାର ବର୍ଷର ପୁରୁଣା।

୩. ଧାର୍ମିକ ପୀଠ ଗୁଡ଼ିକ ହେଲା- ହରିଦ୍ୱାର (ଗଙ୍ଗା), ପ୍ରୟାଗ (ତ୍ରିବେଣୀ- ଗଙ୍ଗା ଯମୁନା ଓ ସରସ୍ୱତୀ), ଉଜ୍ଜୟିନୀ (କ୍ଷୀପ୍ରନଦୀ), ନାସିକ (ଗୋଦାବରୀ)

୪. ଏହା ଦେବତାମାନେ ପୃଥିବୀପୃଷ୍ଠରେ ରହୁଥିବା ବେଳର କଥା। ଦୁର୍ବାସା ଋଷିଙ୍କ ଅଭିଶାପରେ ଦେବତାମାନେ ଦୁର୍ବଳ ହୋଇପଡ଼ିବା ଫଳରେ ଧରାପୃଷ୍ଠରେ ଅସୁରଙ୍କ ଆତଙ୍କ ଆରମ୍ଭ ହୋଇଥିଲା।

୫. ଅମୃତ କୁମ୍ଭକୁ ପାଇଁ ଦେବତା ଓ ଅସୁରଙ୍କ ଭିତରେ ଟଣାଓଟରା ବେଳେ ଧରାପୃଷ୍ଠର ୪ଟି ସ୍ଥାନରେ ୪ ବୁନ୍ଦା ଅମୃତ ପଡ଼ିଥିଲା। ସ୍ଥାନଗୁଡ଼ିକ ହେଉଛି ହରିଦ୍ୱାର, ପ୍ରୟାଗ, ଉଜ୍ଜୟିନୀ ଓ ନାସିକ।

୬. ବିଶ୍ୱାସ ଅଛି, କୁମ୍ଭମେଳା ସେହି ସମୟରେ ହୁଏ ଯେତେବେଳେ ସେହି ପବିତ୍ର ନଦୀର ଜଳ ଅମୃତରେ ପରିଣତ ହୋଇ ଯାଇଥାଏ।

୭. କୁହାଯାଏ- ସୂର୍ଯ୍ୟ, ବୃହସ୍ପତି ଓ ଚନ୍ଦ୍ରଙ୍କ ଗୋଟେ ନିର୍ଦ୍ଦିଷ୍ଟ ଅବସ୍ଥାନ ଯୋଗୁ ସେହି ନଦୀଗୁଡ଼ିକର ଜଳ ଅମୃତରେ ପରିଣତ ହୋଇଥାଏ।

୮. ହିନ୍ଦୁମାନେ ବିଶ୍ୱାସ କରନ୍ତି ଯେ, କୁମ୍ଭମେଳା ବେଳେ ସେହି ପବିତ୍ର ନଦୀରେ ସ୍ନାନ କଲେ ସବୁ ପାପ ଧୋଇଯାଇ ପାର୍ଥିବ ଜୀବନର ମୋକ୍ଷ ମିଳିଥାଏ।

୯. ୨୦୧୩ ଆହ୍ଲାବାଦ କୁମ୍ଭମେଳାରେ ରେକର୍ଡ ସଂଖ୍ୟକ ୧୦ କୋଟି ଶ୍ରଦ୍ଧାଳୁ ଏକତ୍ର ହୋଇଥିଲେ।

୧୦. କୁମ୍ଭମେଳାରେ ୨୦୧୩ରେ ୬୫୦୦୦୦ କର୍ମନିଯୁକ୍ତି ସୃଷ୍ଟି ହୋଇଥିଲା, ରୋଜଗାର ହୋଇଥିଲା ୧୨ ହଜାର କୋଟି ଟଙ୍କା।