Advertisment

ନିଆରା ପରମ୍ପରା: ଗ୍ରାମଦେବୀଙ୍କ ପାଇଁ ଶହେ କିଲୋ ଓ ପାଞ୍ଚ ଫୁଟ ଉଚ୍ଚର ଗଜ ମୁଆଁ

ଦେବୀଙ୍କୁ ଲାଗି ପାଇଁ ଏମିତି ମୁଆଁ ତିଆରି କଲେ ଗାଁ ଲୋକ । ଲୋକଙ୍କ ମଙ୍ଗଳ ଓ ଭଲ ଫସଲ ପାଇଁ ମା'ଙ୍କୁ ପୂଜାର୍ଚ୍ଚନା ।

Ganjam Muan

Ganjam Muan

Advertisment

ଗ୍ରାମବାସୀଙ୍କ ମଙ୍ଗଳ ଓ ଭଲ ଫସଲ ପାଇଁ ଗ୍ରାମଦେବୀଙ୍କ ନିକଟରେ ଲାଗି ହୁଏ ପାଞ୍ଚ ଫୁଟ ଉଚ୍ଚତା ଓ ଶହେ କେଜି ଓଜନର ମୁଁଆ। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ପ୍ରତାପପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ନିଆରା ପରମ୍ପରା l 

Advertisment

ବିରାଟକାୟ ମୁଆଁ। ଶହେ କେଜି ଓଜନ, ଉଚ୍ଚତା ପାଞ୍ଚ ଫୁଟ। ଗୁଡ଼କୁ ପାଗ କରି ଖଇରେ ପ୍ରସ୍ତୁତ କରିଛନ୍ତି କାରିଗର। ହାତରେ ଚାପି ଚାପି ଗଜ ଆକୃତି କରୁଛନ୍ତି। ଗ୍ରାମ ଦେବୀଙ୍କ ପାଖରେ ଲାଗିହେବ l ନିଷ୍ଠାର ସହ ତିଆରି କରିଛନ୍ତି କାରିଗର। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ପ୍ରତାପପୁର ଗ୍ରାମବାସୀ ତିଆରି କରାଇଛନ୍ତି। ତିନି ବର୍ଷରେ ଥରେ ଭାଦ୍ରବ ପୂର୍ଣ୍ଣିମା ଦିନ ଗାଁରେ ଆୟୋଜିତ ହୋଇଥାଏ ଗାଁପୁଆଁ ଉତ୍ସବ। ମାଆ ପଞ୍ଚ ଠାକୁରାଣୀଙ୍କ ନିକଟରେ ମୁଆଁ ଲାଗି ହୋଇଥାଏ।

ଗ୍ରାମବାସୀଙ୍କ ମଙ୍ଗଳ, ସୁଖ ସମୃଦ୍ଧି ଓ ଭଲ ଫସଲ ଅମଳ ପାଇଁ ଗାଁପୁଆଁ ଉତ୍ସବ ଆୟୋଜିତ ହୋଇଥାଏ। ଏକ ଅନନ୍ୟ ପରମ୍ପରା। ମାଆଙ୍କ ନିକଟରେ ଶହେ କୋଜି ଓଜନ ଓ ପାଞ୍ଚ ଫୁଟ ଉଚ୍ଚତାର ଗଜ ମୁଆଁ ସହ ପଣା ହାଣ୍ଡି ଲାଗି ହୁଏ। ବିଶ୍ୱାସ ରହିଛି ଏହାଦ୍ୱାରା ଦେବାଦେବୀଙ୍କ ଶୁଭଦୃଷ୍ଟି ଗାଁ ଉପରେ ରହେ।

Advertisment

ଗାଁ ମହିଳାମାନେ ଘରେ ଘରେ ପ୍ରସ୍ତୁତ କରନ୍ତି ବିଭିନ୍ନ ପ୍ରକାର ପିଠା ପଣା। ବିରାଟ ପଟୁଆରରେ ପଣା ହାଣ୍ଡି ଓ ଗଜା ମୁଆଁ ନେଇ ଗାଁ ପରିକ୍ରମା କରି ପଞ୍ଚ ଠାକୁରାଣୀଙ୍କୁ ଭୋଗ ଭେଟି ଦିଅନ୍ତି। ପିଢ଼ି ପରେ ପିଢ଼ି ଗାଁରେ ଏହି ପରମ୍ପରା ରହି ଆସିଛି। ଆଜିର ଆଧୁନିକ ଚାଲି ଚଳଣି ଭିତରେ ଏହି ପରମ୍ପରାକୁ ଦେଖିଲେ ଏହି ମୁହଁ ପର୍ବ ସତେ ଯେମିତି ଗାଁ ଜୀବନ ଓ ଚଳଣିକୁ ରୁଦ୍ଧିମନ୍ତ କରୁଥିବା ମନେ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ