Advertisment

Akshaya Tritiya Celebrations in Odisha: ଆଜି ପବିତ୍ର ଅକ୍ଷୟ ତୃତୀୟା; ଅକ୍ଷିମୁଠି ଅନୁକୂଳ କରିବ ଚଷା ପୁଅ

ଆଜି ପବିତ୍ର ଅକ୍ଷୟ ତୃତୀୟା । ସୁଖ, ସମୃଦ୍ଧି ଓ ସୌଭାଗ୍ୟର ଦିନ। ଏହିଦିନ ମାଙ୍ଗଳିକ କାର୍ଯ୍ୟ ଆରମ୍ଭ କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ଆଜିର ଦିନରେ ସୂର୍ଯ୍ୟ ଏବଂ ଚନ୍ଦ୍ରମା ନିଜର ଉଚ୍ଚ ରାଶିରେ ରହିଥାନ୍ତି।

akshay-tritiya

akshay-tritiya

Advertisment

ଆଜି ପବିତ୍ର ଅକ୍ଷୟ ତୃତୀୟା । ସୁଖ, ସମୃଦ୍ଧି ଓ ସୌଭାଗ୍ୟର ଦିନ। ଏହିଦିନ ମାଙ୍ଗଳିକ କାର୍ଯ୍ୟ ଆରମ୍ଭ କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ଆଜିର ଦିନରେ ସୂର୍ଯ୍ୟ ଏବଂ ଚନ୍ଦ୍ରମା ନିଜର ଉଚ୍ଚ ରାଶିରେ ରହିଥାନ୍ତି।

Advertisment

ଲୋକେ ଅକ୍ଷୟ ତୃତୀୟାରେ ଗୃହ ପ୍ରବେଶ କରିବା, ନୂତନ ବାହନ କିଣିବା, ସୁନା ଗହଣା କ୍ରୟ ଆଦି କାର୍ଯ୍ୟ କରିଥାନ୍ତି। କୃଷକ ଏହି ଦିନ ଅମୃତ ବେଳାରେ ଅକ୍ଷୀ ମୁଠି ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରିଥାଏ। ଚାଷୀ ନୂଆ ଧାନ ନେଇ ନିଜ କ୍ଷେତରେ ବୁଣି ହଳ କରିଥାଏ । ଏଥିସହ ଧରିତ୍ରୀ ମାତା ଓ ଭୂମିଜାଙ୍କ ଆର୍ଶୀବାଦ ଭିକ୍ଷା କରିଥାନ୍ତି। 

ଅଧିକ ପଢ଼ନ୍ତୁ: ଅକ୍ଷୟ ତୃତୀୟା ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର; ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାର ଆଦ୍ୟ ପର୍ବ

Advertisment

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜି ଶ୍ରୀକ୍ଷେତ୍ରରେ ପାଳନ ହେବ ଦୁଇଟି ଅନନ୍ୟ ପର୍ବ । ପ୍ରବଳ ଗ୍ରୀଷ୍ମପ୍ରବାହରୁ ଲାଘବ ପାଇଁ ଜଳକ୍ରୀଡା କରିବେ ମହାପ୍ରଭୁ। ଚଳନ୍ତି ପ୍ରତିମା ପ୍ରଭୁ ମଦନମୋହନ, ଶ୍ରୀଦେବୀ, ଭୂଦେବୀଙ୍କ ସହ ନରେନ୍ଦ୍ର ସରୋବରକୁ ଯାଇ ଚାପ ଡଙ୍ଗାରେ ନୌବିହାର କରି ପ୍ରବଳ ଗ୍ରୀଷ୍ମ ଦାଉରୁ ନିଜ ଶରୀରକୁ ସୁରକ୍ଷା ଦେବେ। ଅକ୍ଷୟ ତୃତୀୟାରୁ ୨୧ ଦିନ ପାଇଁ ନରେନ୍ଦ୍ର ପୁଷ୍କରିଣୀରେ ବାହାର ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ। ଅପରାହ୍ନ ସାଢେ ୩ଟାରେ ବିମାନକୁ ଦିଅଁ ବିଜେ କରିବେ।

ଅପରାହ୍ନ ୪ଟାରେ ରଥ ଆଜ୍ଞାମାଳ ବିଜେ ଓ ବିମାନ ଉଠିବା ନୀତି ପରେ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ରାତି ୧୦ଟାରେ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ ଅନୁଷ୍ଠିତ ହେବ। ଏଥିସହ ଶ୍ରୀଜୀଉଙ୍କ ଘୋଷଯାତ୍ରା ପାଇଁ ରଥ ନିର୍ମାଣର ଶୁଭ ଅନୁକୂଳ ପର୍ବ ଆରମ୍ଭ ହେବ। ତିନି ବାଡରୁ ପୂଜାପଣ୍ଡା ସାମନ୍ତମାନେ ଆଜ୍ଞାମାଳ ପ୍ରଦାନ କରିବା ପରେ ରଥ ନିର୍ମାଣର ଅନୁକୂଳ ହେବ।

Advertisment

ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଅକ୍ଷୟ ତୃତୀୟା ପାଇଁ ପୁରୀରେ ୫ ପ୍ଲାଟୁନ ଫୋର୍ସ ମୁତୟନ ରହିବେ।

ଅକ୍ଷୟ ତୃତୀୟାରେ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଭଳି କି ଭଳି ସ୍ବତନ୍ତ୍ର ଅଫର ଘୋଷଣା କରିଛି ରାଜ୍ୟର ପ୍ରମୁଖ ଗହଣା ପ୍ରତିଷ୍ଠାନ ଲାଲଚାନ୍ଦ। ଲାଲଚାନ୍ଦ ପକ୍ଷରୁ ସୁନା ଗହଣା ଗଢା ମୂଲ୍ୟ ଉପରେ ଗ୍ରାମ ପିଛା ଫ୍ଲାଟ୍ ୧ ହଜାର ୯୯ ଟଙ୍କା ରଖାଯାଇଥିବା ବେଳେ କିଛି ବଛା ବଛା ସୁନା ଗହଣାର ଗଢା ମୂଲ୍ୟ ଉପରେ ଫ୍ଲାଟ୍ ୭୯୯ ଟଙ୍କା ରଖାଯାଇଛି । ସେହିପରି ହୀରା ଗହଣା ମୂଲ୍ୟ ଉପରେ ଫ୍ଲାଟ୍ ୨୦ ପ୍ରତିଶତ ରିହାତି ଦେଉଛି ଲାଲଚାନ୍ଦ।

ରୁପା ଗହଣା ଗଢା ମୂଲ୍ୟ ଫ୍ଲାଟ ୫୦ ପ୍ରତିଶତ ରିହାତି ଦେଉଛି ଲାଲଚାନ୍ଦ। ଏପରିକି ଏଠାରେ ବଛା ବଛା ଘଣ୍ଟାରେ ଫ୍ଲାଟ୍ ୨୦ ପ୍ରତିଶତ ରିହାତି ମିଳୁଛି । ଏହାଛଡ଼ା ୧ ଲକ୍ଷ ଟଙ୍କାର ହୀରା ଗହଣା କିମ୍ବା ୨ ଲକ୍ଷ ଟଙ୍କାର ସୁନା ଗହଣା କିଣା ଉପରେ ମାଗଣାରେ ସ୍ବର୍ଣ୍ଣମୁଦ୍ରା ମିଳୁଛି । ସେହିପରି ପ୍ରତି ୨୫ ହଜାର ଟଙ୍କାର କ୍ରୟ ଉପରେ ମିଳୁଛି ଉପହାର ।

ଅଧିକ ପଢ଼ନ୍ତୁ: ଅକ୍ଷୟ ତୃତୀୟାରେ କେମିତି ହୁଏ ଅଖିମୁଠି ଅନୁକୁଳ...କ’ଣ ରହିଛି ଐତିହାସିକ କାରଣ

Puri Akshaya Trutiya
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ