Advertisment

ଓଡ଼ିଶାର ନମ୍ବର ୧ ନ୍ୟୁଜ୍ ଚ୍ୟାନେଲ୍‌ ଓଟିଭି ଅଗଣିତ ଜନତାଙ୍କ ହୃଦୟରେ ସ୍ଥାନ ପାଇଛି: କେନ୍ଦ୍ରମନ୍ତ୍ରୀ

ଓଟିଭିର ଦ୍ୱାଦଶ ବାର୍ଷିକ ସମ୍ମିଳନୀ ଫୋର୍‌ସାଇଟ୍‌-୨୦୨୨ରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଭିଡିଓ କନଫରେନ୍ସିଂ ଜରିଆରେ ଯୋଗ ଦେଇଛନ୍ତି। ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓଟିଭିର ୨୫ ବର୍ଷର ଯାତ୍ରାକୁ ସ୍ୱାଗତ ଜଣାଇଛନ୍ତି।

ଅଦ୍ୟତନ ହୋଇଛି
Union Minister Narendra Singh Tomar

Union Minister Narendra Singh Tomar

Advertisment

ଓଟିଭିର ଦ୍ୱାଦଶ ବାର୍ଷିକ ସମ୍ମିଳନୀ ଫୋର୍‌ସାଇଟ୍‌-୨୦୨୨ରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଭିଡିଓ କନଫରେନ୍ସିଂ ଜରିଆରେ ଯୋଗ ଦେଇଛନ୍ତି।  ଓଟିଭି MD ଜଗି ମଙ୍ଗତ ପଣ୍ଡା ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ଶାସକ, ପ୍ରଶାସକ, ରାଜନେତା, ଫିଲ୍ମ ନିର୍ମାତା, ବୁଦ୍ଧିଜୀବୀଙ୍କ ସମେତ ବହୁ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ଅଛନ୍ତି। ଏଥର ଥିମ୍‌ ରହିଛି-  ‘“Covid: Winners And The Disadvantaged In The New World Order”।

Advertisment

ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓଟିଭିର ୨୫ ବର୍ଷର ଯାତ୍ରାକୁ ସ୍ୱାଗତ ଜଣାଇଛନ୍ତି। ଏହାସହ ଫୋର୍‌ସାଇଟ୍‌-୨୦୨୨ କାର୍ଯ୍ୟକ୍ରମରେ ଆଧ୍ୟାତ୍ମିକ ଗୁରୁ ସଦ୍‌ଗୁରୁଙ୍କ ଯୋଗଦାନ ନେଇ ସେ ଆନନ୍ଦ ପ୍ରକାଶ କରିଛନ୍ତି। ରାଜ୍ୟର ନମ୍ବର ୱାନ୍‌ ନ୍ୟୁଜ୍‌ ଚ୍ୟାନେଲ ଭାବେ ଓଟିଭି କାର୍ଯ୍ୟ ସମ୍ପାଦନ କରୁଥିବା ସେ କହିଛନ୍ତି। ଓଟିଭି ରାଜ୍ୟର ଅଗଣିତ ଜନତାଙ୍କ ହୃଦୟରେ ସ୍ଥାନ ପାଇଛି। ଏଥିପାଇଁ ଓଟିଭି ପରିବାର ସଦସ୍ୟ ପ୍ରଶଂସାର ପାତ୍ର।

ଫୋର୍‌ସାଇଟ୍‌-୨୦୨୨ କାର୍ଯ୍ୟକ୍ରମରେ ଆଧ୍ୟାତ୍ମିକ ଗୁରୁ ସଦ୍‌ଗୁରୁଙ୍କ ଯୋଗଦାନ ନେଇ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆନନ୍ଦ ପ୍ରକଟ କରିଛନ୍ତି।ସଦ୍‌ଗୁରୁଙ୍କ ଠାରୁ ବହୁତ କିଛି ଶିଖିବାକୁ ମିଳିବ ବୋଲି କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି।

Advertisment
Union Agriculture Minister Narendra Singh Tomar OTV Foresight 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ