ଆଜି ବିଶ୍ୱ କର୍କଟ ଦିବସ: କର୍କଟ ରୋଗୀଙ୍କ ପ୍ରତି ଅଧିକ ଯତ୍ନଶୀଳ ହେବା ଜରୁରୀ

ଆଜି ବିଶ୍ୱ କର୍କଟ ଦିବସ । ଫେବୃଆରୀ ୪ ତାରିଖକୁ ବିଶ୍ୱ କର୍କଟ ଦିବସ ରୂପେ ପାଳନ କରାଯାଏ । କର୍କଟ ରୋଗର ଭୟାବହତା ଓ ଏହାକୁ ନେଇ ଲୋକଙ୍କୁ ସଚେତନ କରାଇବା ହେଉଛି ଏହି ଦିବସର ମୂଳ ଲକ୍ଷ୍ୟ ।

World Cancer Day 2023

ଆଜି ବିଶ୍ୱ କର୍କଟ ଦିବସ । ଫେବୃଆରୀ ୪ ତାରିଖକୁ ବିଶ୍ୱ କର୍କଟ ଦିବସ ରୂପେ ପାଳନ କରାଯାଏ । କର୍କଟ ରୋଗର ଭୟାବହତା ଓ ଏହାକୁ ନେଇ ଲୋକଙ୍କୁ ସଚେତନ କରାଇବା ହେଉଛି ଏହି ଦିବସର ମୂଳ ଲକ୍ଷ୍ୟ । ଖାଲି ସେତିକି ନୁହେଁ ଏନେଇ ଲୋକମାନେ କିପରି ସଚେତନ ହେବା ସହ ତମାଖୁ ଠାରୁ ଦୂରରେ ରହିପାରିବେ ସେନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଭିନ୍ନ ରାଷ୍ଟ୍ର ମାନଙ୍କୁ ସଚେତନ କରିଆସୁଛି ।

୨୦୨୨-୨୩ ଓ ୨୦୨୪ ପାଇଁ  ଥିମ୍ ରହିଛି ‘କ୍ଲୋଜ୍ ଦି କେୟାର ଗ୍ୟାପ୍’ । ଆମେରିକାର ଜଣେ ବିଶେଷଜ୍ଞ ବିଶ୍ୱବାସୀଙ୍କୁ ପୂର୍ବରୁ ସଚେତନ କରିବା ସହ ଭାରତରେ କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ିବା ନେଇ କହିଥିଲେ । ଲୋକମାନଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ହେଉଛି । ପ୍ୟାକେଟ ଖାଦ୍ୟ ଅଧିକ ଖାଉଥିବାରୁ ଲୋକମାନଙ୍କ ରୋଗ ପ୍ରତିଶେଧକ ଶକ୍ତି କ୍ରମଶଃ ହ୍ରାସ ପାଉଥିବା ବିଶେଷଜ୍ଞ କହିଥିଲେ । ଭାରତୀୟ ଲୋକ ମାନେ ତମାଖୁ ଓ ସିଗାରେଟ ସେବନରେ ନିୟନ୍ତ୍ରଣ ରଖୁନାହାନ୍ତି । ତେଣୁ କର୍କଟ ବଢ଼ିବାରେ ଲାଗୁଛି ।

ଖାଲି ସେତିକି ନୁହେଁ ସର୍ଭେ ରିପୋର୍ଟ ଅନୁସାରେ ୨୦୧୨ରେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ସର୍ବାଧିକ ଳୋକ ପ୍ରାଣ ହରାଇଥିଲେ । ଯାହାକୁ ନେଇ କର୍କଟ ରୋଗ ବିଷୟରେ ସଚେତନ କରାଯାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଭିନ୍ନ ରାଷ୍ଟ୍ରରେ ଫେବୃଆରୀ ୪ ତାରିଖକୁ ବିଶ୍ୱ କର୍କଟ ଦିବସ ଭାବେ ପାଳନ କରୁଛି  । ଜନ ସାଧାରଣଙ୍କୁ ଏହି ରୋଗର ଭୟାବହତା ବିଷୟରେ ଟିକନିଖି କରି ବୁଝାଉଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ।