• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଆଜି ବିଶ୍ୱ କର୍କଟ ଦିବସ । ଫେବୃଆରୀ ୪ ତାରିଖକୁ ବିଶ୍ୱ କର୍କଟ ଦିବସ ରୂପେ ପାଳନ କରାଯାଏ । କର୍କଟ ରୋଗର ଭୟାବହତା ଓ ଏହାକୁ ନେଇ ଲୋକଙ୍କୁ ସଚେତନ କରାଇବା ହେଉଛି ଏହି ଦିବସର ମୂଳ ଲକ୍ଷ୍ୟ । ଖାଲି ସେତିକି ନୁହେଁ ଏନେଇ ଲୋକମାନେ କିପରି ସଚେତନ ହେବା ସହ ତମାଖୁ ଠାରୁ ଦୂରରେ ରହିପାରିବେ ସେନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଭିନ୍ନ ରାଷ୍ଟ୍ର ମାନଙ୍କୁ ସଚେତନ କରିଆସୁଛି ।

୨୦୨୨-୨୩ ଓ ୨୦୨୪ ପାଇଁ  ଥିମ୍ ରହିଛି ‘କ୍ଲୋଜ୍ ଦି କେୟାର ଗ୍ୟାପ୍’ । ଆମେରିକାର ଜଣେ ବିଶେଷଜ୍ଞ ବିଶ୍ୱବାସୀଙ୍କୁ ପୂର୍ବରୁ ସଚେତନ କରିବା ସହ ଭାରତରେ କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ିବା ନେଇ କହିଥିଲେ । ଲୋକମାନଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ହେଉଛି । ପ୍ୟାକେଟ ଖାଦ୍ୟ ଅଧିକ ଖାଉଥିବାରୁ ଲୋକମାନଙ୍କ ରୋଗ ପ୍ରତିଶେଧକ ଶକ୍ତି କ୍ରମଶଃ ହ୍ରାସ ପାଉଥିବା ବିଶେଷଜ୍ଞ କହିଥିଲେ । ଭାରତୀୟ ଲୋକ ମାନେ ତମାଖୁ ଓ ସିଗାରେଟ ସେବନରେ ନିୟନ୍ତ୍ରଣ ରଖୁନାହାନ୍ତି । ତେଣୁ କର୍କଟ ବଢ଼ିବାରେ ଲାଗୁଛି ।

ଖାଲି ସେତିକି ନୁହେଁ ସର୍ଭେ ରିପୋର୍ଟ ଅନୁସାରେ ୨୦୧୨ରେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ସର୍ବାଧିକ ଳୋକ ପ୍ରାଣ ହରାଇଥିଲେ । ଯାହାକୁ ନେଇ କର୍କଟ ରୋଗ ବିଷୟରେ ସଚେତନ କରାଯାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଭିନ୍ନ ରାଷ୍ଟ୍ରରେ ଫେବୃଆରୀ ୪ ତାରିଖକୁ ବିଶ୍ୱ କର୍କଟ ଦିବସ ଭାବେ ପାଳନ କରୁଛି  । ଜନ ସାଧାରଣଙ୍କୁ ଏହି ରୋଗର ଭୟାବହତା ବିଷୟରେ ଟିକନିଖି କରି ବୁଝାଉଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। 

  • କର୍କଟ ବା କ୍ୟାନ୍ସର ଦୁନିଆର ନିର୍ଦ୍ଧିଷ୍ଟ କୌଣସି ଗୋଟିଏ ରୋଗର ନାମ ନୁହେଁ । ମଣିଷ ଶରୀରର ପ୍ରତ୍ୟେକ ଅଙ୍ଗ ସହିତ ଜଡିତ ତଥା ଅନେକ ରୂପରେ କର୍କଟ ରୋଗ ଦେଖାଯାଇଥାଏ । 
  • ପାଟିରୁ ଆରମ୍ଭ କରି ପେଟର ଅନ୍ତନଳୀ ପର୍ଯ୍ୟନ୍ତ କର୍କଟ ରୋଗ ରହିଛି ଏବଂ ପ୍ରତ୍ୟେକ କର୍କଟ ରୋଗର ଏକ ବଡ ସମସ୍ୟା ହେଉଛି ବିଳମ୍ବ ହେତୁ ପରିସ୍ଥିତି ନିୟନ୍ତ୍ରଣରେ ନଥାଏ । ଯାହା ଦ୍ୱାରା ରୋଗୀର ମୃତ୍ୟୁ ଆଶଙ୍କା ମଧ୍ୟ ବଢ଼ିଯାଇଥାଏ ।
  • କର୍କଟ ବିଷୟରେ କୌଣସି ଭୁଲ ଧାରଣା ନାହିଁ, ହେଲେ ଆଜି ବି ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଏହି ରୋଗକୁ ଘୃଣ୍ୟ ମନୋଭାବରେ ଦେଖିଥାନ୍ତି । 
  • ସମାଜରେ କର୍କଟ ରୋଗ ପ୍ରତି ସମସ୍ତଙ୍କୁ ସଚେତନ କରିବା ସହ କର୍କଟ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଫେବୃଆରୀ ୪ ରେ ବିଶ୍ୱ କର୍କଟ ଦିବସ ପାଳନ କରାଯାଇଥାଏ । ଆଜି ବି ସମଗ୍ର ବିଶ୍ୱରେ କର୍କଟ ରୋଗ ଉପରେ ଅନେକ ଗବେଷଣା ଚାଲିଛି।