Advertisment

ଆଜି କୁମାର ପୂର୍ଣ୍ଣିମା: କାଲିଠୁ ମଣ୍ଡପରେ ପୂଜା ପାଉଛନ୍ତି ମାଆ ଗଜଲକ୍ଷ୍ମୀ

ଆଜି କୁମାର ପୂର୍ଣ୍ଣିମା। ଗତ କାଲିଠାରୁ ଆରମ୍ଭ ହୋଇସାରିଛି ଗଜଲକ୍ଷ୍ମୀ ପୂଜା। କୋଭିଡ୍ କଟକଣା ସହ ମଣ୍ଡପରେ ଚାଲିଛି ମାଆ ଗଜଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା। ଢେଙ୍କାନାଳ ସହରରେ ଚଳିତ ବର୍ଷ ମୋଟ ୩୮ଟି ମଣ୍ଡପରେ ପୂଜା ଆୟୋଜନ କରାଯାଇଛି

Kumar Purnima 2021

Kumar Purnima 2021

Advertisment

ଭୁବନେଶ୍ୱର: ଆଜି କୁମାର ପୂର୍ଣ୍ଣିମା। ଗତ କାଲିଠାରୁ ଆରମ୍ଭ ହୋଇସାରିଛି ଗଜଲକ୍ଷ୍ମୀ ପୂଜା। କୋଭିଡ୍ କଟକଣା ସହ ମଣ୍ଡପରେ ଚାଲିଛି ମାଆ ଗଜଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା। ଢେଙ୍କାନାଳ ସହରରେ ଚଳିତ ବର୍ଷ ମୋଟ ୩୮ଟି ମଣ୍ଡପରେ ପୂଜା ଆୟୋଜନ କରାଯାଇଛି। ତେବେ କୋଭିଡ୍ କଟକଣା ପାଇଁ ମଣ୍ଡପରେ କେବଳ ରୀତିନୀତି ଛଡ଼ା ଭକ୍ତଙ୍କ ଭିଡ଼ ଜମିନି। ଏବର୍ଷ ଢେଙ୍କାନାଳ ସହରର ମୀନାବଜାର, ଗଣେଷ ବଜାର, ଗୁଡିଆନାଳୀରେ ଚାନ୍ଦି ମେଢ଼ କରାଯାଇଛି। ଭକ୍ତଙ୍କୁ ମଣ୍ଡପକୁ ଛଡ଼ାଯାଉନଥିବା ବେଳେ ଦୂରରୁ ଦର୍ଶନ କରି ଫେରୁଛନ୍ତି ଶ୍ରଦ୍ଧାଳୁ। କେନ୍ଦ୍ରାପଡାର ୬୮ ପେଣ୍ଡାଲରେ ପୂଜା ପାଉଛନ୍ତି ମାଆ ଗଜଲକ୍ଷ୍ମୀ। ସେହିଭଳି ଜିଲ୍ଲାର ଗାଁ ଗହଳିରେ ବହୁ ମଣ୍ଡପ କରାଯାଇଥିଲେ ବି କରୋନା ପାଇଁ ଫିକା ପଡ଼ିଛି ଗଜଲକ୍ଷ୍ମୀ ପୂଜା। ଅନୁଗୁଳରେ ମଧ୍ୟ ବିଧି ରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ଉତ୍ସବ ରହିତ ଗଜଲକ୍ଷ୍ମୀ ପୂଜା ଆୟୋଜନ କରାଯାଇଛି। ତେବେ ସାରା ରାଜ୍ୟରେ କରୋନା କଟକଣା ମଧ୍ୟରେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା।

Advertisment

ସେପଟେ ଗତକାଲି, ଅକ୍ଟୋବର-ନଭେମ୍ବର ପାଇଁ ନୂଆ ପୂଜା ଗାଇଡଲାଇନ ବିଏମସି ଜାରି କରିଥିଲା। ଅକ୍ଟୋବର -ନଭେମ୍ବର ମାସର ପୂଜା ବିଶେଷ କରି ଲକ୍ଷ୍ମୀ ପୂଜା, କାଳୀ ପୂଜା, କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଗାଇଡଲାଇନ ଜାରି କରିସାରିଛି ବିଏମ୍‌ସି। BMC ଅଧୀନରେ ପୂଜା ପାଇଁ କମିଶନରେଟ ପୋଲିସର ଅନୁମତି ଲୋଡ଼ା। ସେହିପରି ମଣ୍ଡପ/ପେଣ୍ଡାଲରେ ପୂଜା ବେଳେ ଶ୍ରଦ୍ଧାଳୁଙ୍କୁ ଯିବା ଉପରେ କଟକଣା ରହିଛି। ଏହାସହ ଘର ଭିତରେ ପୂଜା କରିବା ଭଳି କେବଳ ରୀତିନୀତି ପାଳନ ହେବ। ମଣ୍ଡପ/ପେଣ୍ଡାଲର ୩ ପଟ ବନ୍ଦ ରହିବ ଏବଂ ୪ର୍ଥ ପଟ ଆବରଣ ମଧ୍ୟ ରହିବ। ମୂର୍ତ୍ତି ଉଚ୍ଚତା ୪ ଫୁଟରୁ କମ୍ ହେବ ବୋଲି BMC ପକ୍ଷରୁ ସୂଚନା ଦିଆଯାଇଛି। କୋଭିଡ୍ ନିୟମ ମାନି ମଣ୍ଡପରେ ଏକସଙ୍ଗେ ୭ରୁ ଅଧିକ ଲୋକଙ୍କୁ ରହିବା ପାଇଁ ମନା କରାଯାଇଥିବା ନେଇ ସୂଚନା ମିଳିଛି।

Advertisment
Odisha Laxmipuja Kumar Purnima 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ