Advertisment

Friendship Day 2023: ବନ୍ଧୁତାକୁ ମଜଭୁତ କରିବା ପାଇଁ ୧୦ଟି ଗୁରୁତ୍ୱପୂର୍ଣ୍ଣ ଉପାୟ

କୌଣସି ବ୍ୟକ୍ତି ନିଜ ବନ୍ଧୁଠାରୁ ଅଲଗା ହେବାକୁ ଚାହାନ୍ତି ନାହିଁ। କିନ୍ତୁ ବେଳେବେଳେ ଏମିତି ସମୟ ଆସିଥାଏ ଭଲ ବନ୍ଧୁ ବି ପର ହୋଇଯାଏ। ଏଭଳି ପରିସ୍ଥିତିକୁ ଏଡେଇବା ପାଇଁ କେତେକ ଦିଗ ପ୍ରତି ଧ୍ୟାନଦେବା ଜରୁରୀ। ଆସନ୍ତୁ ସେ ବିଷୟରେ ଜାଣିନେବା।

author-image
Pramod Behera
ଅଦ୍ୟତନ ହୋଇଛି
Tips how to make strong friendship

Tips how to make strong friendship

ଜଣେ ସମସ୍ତଙ୍କ ସହ ବନ୍ଧୁ ହୋଇପାରିବ ନାହିଁ। ଜଣେ ଭଲ ବନ୍ଧୁ ହେବାକୁ ହେଲେ ସମର୍ପଣ ଭାବ ରହିବା ଜରୁରୀ। ସିଏ ହେଉଛନ୍ତି ଜଣେ ପ୍ରକୃତ ବନ୍ଧୁ ଯିଏ ପ୍ରତ୍ୟେକ ସମୟରେ ସାହାଯ୍ୟ କରିବା ନେଇ ଆଗକୁ ବଢିଆସେ। ସେ କେବେବି ଚାହେଁ ନାହିଁ ତା ବନ୍ଧୁର ଆଖିରେ ଲୁହ ଆସୁ।

Advertisment

କୌଣସି ବ୍ୟକ୍ତି ନିଜ ବନ୍ଧୁଠାରୁ ଅଲଗା ହେବାକୁ ଚାହାନ୍ତି ନାହିଁ। କିନ୍ତୁ ବେଳେବେଳେ ଏମିତି ସମୟ ଆସିଥାଏ ଭଲ ବନ୍ଧୁ ବି ପର ହୋଇଯାଏ। ଏଭଳି ପରିସ୍ଥିତିକୁ ଏଡେଇବା ପାଇଁ କେତେକ ଦିଗ ପ୍ରତି ଧ୍ୟାନଦେବା ଜରୁରୀ। ଆସନ୍ତୁ ସେ ବିଷୟରେ ଜାଣିନେବା।

ଜଣେ ଭଲ ଶ୍ରୋତା ହେବା:

ବନ୍ଧୁଙ୍କ କଥାକୁ ମନଦେଇ ଶୁଣିବା ଜରୁରୀ। ସେ ଯେପରି ଭାବିବେ ଯେ ତାଙ୍କ କଥାକୁ ଗୁରୁତ୍ୱ ଦିଆଯାଉଛି। ଏହା ଭିତରେ ତାଙ୍କୁ ମଝିରେ ମଝିରେ ପ୍ରଶ୍ନ କରିବା ଉଚିତ। ସମସ୍ୟା ସମାଧାନ ହେଉ ବା ନ ହେଉ କିନ୍ତୁ ସୁଖ ଦୁଃଖ ବାଣ୍ଟିବା ଦ୍ୱାରା ସାମ୍ନାରେ ଥିବା ବ୍ୟକ୍ତିଙ୍କ ମନକୁ ଶାନ୍ତି ମିଳିଥାଏ।

Advertisment

ବିଚାର କରି କଥା କହିବା:

କିଛି କହିବା ପୂର୍ବରୁ ଥରେ ନିଜ ଶବ୍ଦ ଉପରେ ବିଚାର କରିବା ଜରୁରୀ। ବିଶେଷକରି ରାଗ ସମୟରେ କଥା ଉପରେ ଧ୍ୟାନ ଦେବା ଉଚିତ। ଏହା କରିବା ଦ୍ୱାରା ରାଗ ସମୟରେ ଆସୁଥିବା କଟୁ ଶବ୍ଦ କହିବା ଏବଂ ସାଙ୍ଗକୁ ଆଘାତ ଦେବାଠାରୁ ରକ୍ଷା ପାଇ ମିଳିବ।

ହସ୍ତକ୍ଷେପ କରିବା ଠିକ୍ ନୁହେଁ:

ଯଦି ଜଣେ କୌଣସି ପରିସ୍ଥିତିରେ ପରାମର୍ଶ ମାଗନ୍ତି, ତେବେ ଏହାକୁ ଏଡେଇବା ଉଚିତ ନୁହେଁ। ବୋଧହୁଏ କୌଣସି ପରିସ୍ଥିତିରେ ପଡି ସେ ମତାମତ ଜାଣିବାକୁ ଚାହାଁନ୍ତି। କିନ୍ତୁ ବନ୍ଧୁଙ୍କ ଜୀବନର ପ୍ରତ୍ୟେକ ପ୍ରସଙ୍ଗରେ ହସ୍ତକ୍ଷେପ କରିବା ଠିକ୍ ନୁହେଁ। ତାଙ୍କୁ ଭାବିବା, ବୁଝିବା ଏବଂ ତା’ପରେ ନିଷ୍ପତ୍ତି ନେବା ପାଇଁ ପୂର୍ଣ୍ଣ ସୁଯୋଗ ଏବଂ ସମୟ ଦେବା ଉଚିତ।

ସ୍ୱୀକାର କରିବା:

ସମସ୍ତେ ଚାହାନ୍ତି ଯେ ତାଙ୍କ ସ୍ୱଭାବ ଯେମିତି ତାଙ୍କ ବନ୍ଧୁ ତାଙ୍କୁ ସେମିତି ହିଁ ସ୍ୱୀକାର କରନ୍ତୁ। ତେଣୁ ବନ୍ଧୁଙ୍କର ଭଲ ମନ୍ଦ ସବୁ କଥାର ସ୍ୱୀକାର କରିବା ସହ ତାଙ୍କୁ ସେହି ରୂପ ପ୍ରେମ ଦେବା ଜରୁରୀ।

ପସନ୍ଦକୁ ସମ୍ମାନ ଦେବା:

ବିଚାରରେ ମତଭେଦ ରହିବା ସ୍ୱାଭାବିକ। ଯଦି ବନ୍ଧୁ ଏକ ଭଲ ନିଷ୍ପତ୍ତି ନିଅନ୍ତି ଏବଂ ଆପଣ ତାଙ୍କ ସହ ସହମତ ନୁହଁନ୍ତି, ତାଙ୍କୁ ବାଧା ଦେବା ପରିବର୍ତ୍ତେ ତାଙ୍କ ନିଷ୍ପତ୍ତିରେ ତାଙ୍କୁ ଆଗକୁ ବଢିବାକୁ ଦିଅନ୍ତୁ। ଆପଣଙ୍କର ପରାମର୍ଶ ଠିକ ହୋଇପାରେ, କିନ୍ତୁ ଆପଣଙ୍କର ବନ୍ଧୁଙ୍କ ଦୃଷ୍ଟିକୋଣ ଭିନ୍ନ ହୋଇପାରେ। ତାଙ୍କୁ ତୁମର ଅନୁଭୂତିରୁ ଶିଖିବାର ସୁଯୋଗ ଦିଅନ୍ତୁ। ଯଦି ବନ୍ଧୁଙ୍କ ନିଷ୍ପତ୍ତି ବିପଦରେ ପଡିବା ଭଳି ହୋଇଥାଏ, ତେବେ ତାଙ୍କୁ ରକ୍ଷା କରିବାକୁ ସବୁ ଚେଷ୍ଟା କରିବା ଜରୁରୀ। ସେ ବର୍ତ୍ତମାନ ନ ବୁଝିପାରିଲେ ବି ଭବିଷ୍ୟତରେ ସେ ଆପେ ଆପେ ଅନୁଭବ କରିବେ ଯେ ଆପଣ ଏହା କାହିଁକି କହୁଥିଲେ।

ପ୍ରଶଂସା କରିବା:

ବନ୍ଧୁଙ୍କର ଭଲ ଗୁଣ ପାଇଁ ପ୍ରଶଂସା କରିବା ଜରୁରୀ। ସେ ଯଦି କିଛି ଭଲ କାମ କରିଛନ୍ତି ତେବେ ତାଙ୍କୁ ଖୁସି କଲା ଭଲି କିଛି ଶବ୍ଦ କହିବା ଉଚିତ।

ପ୍ରତିଶ୍ରୁତି ପୂରଣ କରିବା ଉଚିତ:

ଯଦି ଆପଣେ ବନ୍ଧୁଙ୍କୁ କେତେ କୌଣସି ପ୍ରତିଶ୍ରୁତି ଦେଇଛନ୍ତି ତେବେ ଏହାକୁ ପୂରଣ କରିବାକୁ ଚେଷ୍ଟା କରିବା ଜରୁରୀ। ଯଦି ଆପଣ ଅନୁଭବ କରୁଛନ୍ତି ଯେ ଆପଣ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ଅସମର୍ଥ, ତେବେ ପୂର୍ବରୁ ମନା କରିଦେବା ଉଚିତ।

ଉଦାହରଣ ସ୍ୱରୂପ, ଯଦି ଜଣେ ବନ୍ଧୁ ସପ୍ତାହ ଶେଷରେ ଏକ ପାର୍ଟୀର ଆୟୋଜନ କରିଛନ୍ତି ଏବଂ ଏଥିରେ ଯୋଗଦେବା ଆପଣଙ୍କ ପାଇଁ କଷ୍ଟକର, ତେବେ ବିନମ୍ର ଭାବରେ ମନା କରିଦେବା ଭଲ। ବନ୍ଧୁଙ୍କ ସହମତିରେ ପରବର୍ତ୍ତୀ ସପ୍ତାହ ପାଇଁ ଏହି ପ୍ରୋଗ୍ରାମ୍ କରିପାରିବେ।

ଭୁଲ ସ୍ୱୀକାର କରିବା:

କୌଣସି ପରିସ୍ଥିତିରେ ଯଡି କିଛି ଭୁଲ୍ ହୋଇଯାଏ ତେବେ ଏହାକୁ ସ୍ୱୀକାର କରିବା ଉଚିତ। ଏଥିପାଇଁ କ୍ଷମା ମାଗିବାରେ କୌଣସି ଦ୍ୱିଧା ରହିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ସେ ଭାବିନେବେ ଯେ ଆପଣ ଆଉ ଏହି ଭୁଲକୁ ପୁନରାବୃତ୍ତି କରିବେ ନାହିଁ।

ଭାବନା ପ୍ରକାଶ କରିବା:

ଜଣେ ବନ୍ଧୁଙ୍କ ସାମ୍ନାରେ ପ୍ରକାଶ କରନ୍ତୁ ଯେ ଏହି ବନ୍ଧୁତା ଆପଣଙ୍କ ପାଇଁ କେତେ ଗୁରୁତ୍ୱ ରଖେ। ଯଦି କେବେ କୁଆଡେ ବୁଲିବାକୁ ଯାଉଛନ୍ତି, ତେବେ ନିଶ୍ଚିତ ଭାବରେ ତାଙ୍କ ପାଇଁ କୌଣସି ଏକ ଉପହାର ଆଣନ୍ତୁ। ଏହା ଦର୍ଶାଇବ ଯେ ତୁମେ ଦୂରରେ ଥିବାବେଳେ ବି ତାଙ୍କ ବିଷୟରେ ଚିନ୍ତା କରୁଛ। ଏହା ସହିତ ବନ୍ଧୁଙ୍କର ପସନ୍ଦର କୌଣସି ଏକ ରେଷ୍ଟୁରାଣ୍ଟରେ ଏକ ସର୍‌ପ୍ରାଇଜ୍ ରାତ୍ରଭୋଜନର ମଧ୍ୟ ଯୋଜନା କରିପାରିବେ। ଏହି ଛୋଟ ଛୋଟ ଜିନିଷ ସମ୍ପର୍କକୁ ମଜଭୁତ କରିଥାଏ।

ସହାନୁଭୂତିଶୀଳ ହେବା:

ବନ୍ଧୁଙ୍କ ଦୃଷ୍ଟିକୋଣରୁ ପ୍ରତ୍ୟେକ କଥାକୁ ବୁଝିବାକୁ ଚେଷ୍ଟା କରିବା ଦରକାର। ଏହା ପରସ୍ପରଙ୍କ ସହିତ ବୁଝାମଣା ଏବଂ ଯୋଗାଯୋଗ କରିବାରେ ସାହାଯ୍ୟ କରିବ।

Friends True Friendship Friendship Day
Advertisment
Advertisment