Astrospeak
  • Live TV
  • Read In English

ଏଥର ଦୁର୍ଗାପୂଜାରେ ରାତି ୧୨ ଯାଏ ଭୁବନେଶ୍ୱରରେ ହେବ ମେଲୋଡି

ଦୁର୍ଗାପୂଜା ସମୟରେ ଭୁବନେଶ୍ୱରରେ ରାତି ୧୨ଟା ପର୍ଯ୍ୟନ୍ତ ହୋଇପାରିବ ମେଲୋଡି। ଚଳିତ ବର୍ଷ ଭୁବନଶ୍ୱରରେ ଦୁର୍ଗାପୂଜାରେ ୧୮୩ଟି ପୂଜା ମଣ୍ଡପ ରହିଛି।

This Year Durga Puja Melody Till Midnight In Bhubaneswar
ରାତି ୧୨ ଯାଏ ମେଲୋଡି

ଦୁର୍ଗାପୂଜା ସମୟରେ ଭୁବନେଶ୍ୱରରେ ରାତି ୧୨ଟା ପର୍ଯ୍ୟନ୍ତ ହୋଇପାରିବ ମେଲୋଡି। ରାତି ୧୦ଟା ପରିବର୍ତ୍ତେ ରାତି ୧୨ଟା ପର୍ଯ୍ୟନ୍ତ ଚାଲିବ ମେଲୋଡି। ଦୁର୍ଗାପୂଜା, ରାବଣପୋଡ଼ି, ଭସାଣି ଉତ୍ସବ ପାଇଁ କମିଶନରେଟ୍ ପୋଲିସ ସହ ପୂଜା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ବେଳେ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।

ପୂଜା ସମୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ଏବଂ ସୁବ୍ୟବସ୍ଥିତ ଭାବେ ରୀତିନୀତି ସହ ପୂଜା କିଭଳି ହେବ ତାକୁ ନେଇ ଆଲୋଚନା କରାଯାଇଛି। ଚଳିତ ବର୍ଷ ଭୁବନଶ୍ୱରରେ ଦୁର୍ଗାପୂଜାରେ ୧୮୩ଟି ପୂଜା ମଣ୍ଡପ ରହିଛି, ଯାହା କଟକଠୁ ଅଧିକ।

କଟକରେ ପୂଜା ମଣ୍ଡପ ସଂଖ୍ୟା ୧୬୮ ଥିବାବେଳେ ଭୁବନେଶ୍ୱରରେ କିନ୍ତୁ ୧୮୩ ରହିଛି।