Advertisment

ଶ୍ରାବଣ ତୃତୀୟ ସୋମବାର: ଚଳଚଞ୍ଚଳ ବିଭିନ୍ନ ଶୈବପୀଠ, ଶିବ...ଶିବ ଧ୍ୱନୀରେ ପ୍ରକମ୍ପିତ ପରିବେଶ

ଆଜି ତୃତୀୟ ଶ୍ରାବଣ ସୋମବାର, ମହାଦେବଙ୍କୁ ଜଳ ଲାଗି ପାଇଁ ବିଭିନ୍ନ ଶିବ ମନ୍ଦିରରେ ଲାଗିଛି ଭକ୍ତଙ୍କ ଭିଡ଼। ଶିବ...ଶିବ...ଶିବ ଧ୍ବନିରେ ପ୍ରକମ୍ପିତ ଚତୁର୍ଦ୍ଦିଗ।

ଅଦ୍ୟତନ ହୋଇଛି
Third Monday Of Shravan Month

Third Monday Of Shravan Month

Advertisment

ଆଜି ତୃତୀୟ ଶ୍ରାବଣ ସୋମବାର, ମହାଦେବଙ୍କୁ ଜଳ ଲାଗି ପାଇଁ ବିଭିନ୍ନ ଶିବ ମନ୍ଦିରରେ ଲାଗିଛି ଭକ୍ତଙ୍କ ଭିଡ଼। ଶିବ...ଶିବ...ଶିବ ଧ୍ବନିରେ ପ୍ରକମ୍ପିତ ଚତୁର୍ଦ୍ଦିଗ। ମହାଦେବଙ୍କ ମହା ଆରାଧନା ପାଇଁ ଲାଗିଛନ୍ତି ଭକ୍ତ। ଆଜି ଶ୍ରାବଣ ତୃତୀୟ ସୋମବାର, ବିଭିନ୍ନ ଶୈବ ପୀଠରେ ଜଳାଭିଷେକ ଚାଲିଛି।

Advertisment

ଭୁବନେଶ୍ବରର ବାବା ଲିଙ୍ଗରାଜ, ପୁରୀର ଲୋକନାଥ ପୀଠ, ନୟାଗଡ଼ର ଲଡ଼ୁବାବା, ଭଦ୍ରକର ବାବା ଆଖଣ୍ଡଳମଣି ପୀଠରେ ଭୋରରୁ ଲମ୍ବିଛି କାଉଡ଼ିଆଙ୍କ ଭିଡ଼। ବୋଲ୍ ବମ୍ ନାରାରେ କମ୍ପୁଛି ଗଗନପବନ। ଶ୍ରାବଣ ମାସ ବାବାଙ୍କ ପ୍ରିୟ ମାସ ହୋଇଥିବାରୁ ପୂଜାର୍ଚ୍ଚନା ବି ସ୍ବତନ୍ତ୍ର ଭାବେ ଚାଲିଛି। କାଉଡିଆ ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ମନ୍ଦିର ମାଳିନୀ ଏକାମ୍ର କ୍ଷେତ୍ରର ବିଭିନ୍ନ ମନ୍ଦିରରେ ଭିଡ ହୋଇଥିଲେ ବି ସବୁଠୁ ଅଧିକ ଭିଡ ଲାଗିଛି ପ୍ରଭୁ ଲିଙ୍ଗରାଜଙ୍କ ପାଖରେ। ମନରେ ଶ୍ରଦ୍ଧା ଓ ଭକ୍ତି ସହ ମାନସିକ କରି ରାଜ୍ୟର କୋଣ ଅନୁକୋଣରୁ କାଉଡିଆମାନେ କାନ୍ଧରେ ବାହୁଙ୍ଗି ନେଇ ବିଶ୍ୱାସର ସହ ଚାଲିଚାଲି ଆସି ଲିଙ୍ଗରାଜଙ୍କ ନିକଟରେ ଜଳଲାଗି କରିଛନ୍ତି । ପ୍ରଭୁଙ୍କର ଦର୍ଶନ କରି ପରମାନନ୍ଦ ଲାଭ କରିଯାଉଛନ୍ତି କାଉଡିଆ । ବୋଲ ବମ, ଓଁ ନମଃ ଶିବାୟ ଧ୍ୱନିରେ ପ୍ରକମ୍ପିତ ହେଉଛି ଲିଙ୍ଗରାଜଙ୍କ ମନ୍ଦିର ପରିସର ।

Advertisment

ଶ୍ରାବଣ ତୃତୀୟ ସୋମବାରରେ ଆଠଗଡ ବାବା ଧବଳେଶ୍ବରଙ୍କ ପୀଠରେ କାଉଡିଆଙ୍କ ଭିଡ଼। ଶାନ୍ତିଶୃଙ୍ଖଳାର ସହ ମହାଦେବଙ୍କୁ ଜଳଲାଗି କରୁଛନ୍ତି କାଉଡିଆ। ରାତ୍ର ଦୁଇଟାରୁ ପହଡ଼ ଖୋଲାଯାଇ ୧୦୮ କଳସ ଜଳରେ ବାବାଙ୍କୁ ସ୍ନାନ କରାଯାଇ ବିଭିନ୍ନ ନୀତିକାନ୍ତି କରାଯାଇଥିଲା। ଶାନ୍ତିଶୃଙ୍ଖଳା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ସେହିପରି ନୟାଗଡ଼ ଜିଲ୍ଲାର ସମସ୍ତ ଶୈବ ପୀଠ ଚଳଚଞ୍ଚଳ ହୋଇଉଠିଛି l ବିଶେଷ କରି ଶରଣକୂଳ ସ୍ଥିତ ପ୍ରସିଦ୍ଧ ବାବା ଲଡ଼ୁବାବାଙ୍କ ପୀଠରେ କାଉଡିଆଙ୍କ ଭିଡ ଲାଗିଛି । ହଜାର ହଜାର କାଉଡିଆ ପ୍ରଭୁ ଶିବଙ୍କ ନିକଟରେ ଜଳ ଲାଗି କରୁଛନ୍ତି l କାଉଡିଆ ମାନେ ବିଭିନ୍ନ ସ୍ଥାନରୁ ଜଳ ଆଣି ଧାଡି କରି ଶିବଙ୍କ ଉପରେ ଜଳ ଢାଲୁଛନ୍ତି l ହର ହର ମହାଦେବରେ ପ୍ରକମ୍ପିତ ହେଉଛି ଲଡ଼ୁବାବାଙ୍କ ପୀଠ l ମନ୍ଦିର ପରିସରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି l

Advertisment

ପୁରୀର ଲୋକନାଥ ପୀଠ ଓ ଭଦ୍ରକର ବାବା ଆଖଣ୍ଡଳମଣି ମନ୍ଦିରରେ ମଧ୍ୟ କାଉଡିଆ ଧାଡିରେ ଯାଇ ମଣିବାବାଙ୍କୁ ଜଳଲାଗି କରିଛନ୍ତି। ସେଥିପାଇଁ ସ୍ବତନ୍ତ୍ର ବ୍ୟାରିକେଡ ସହ ମନ୍ଦିର ଭିତରେ ଓ ବାହାରେ ଉଜ୍ବଳ ଆଲୋକ ବ୍ୟବସ୍ଥା କରାଯାଇଛି ।

Kanwariyas
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ