Advertisment

RepublicDay: ଦିଲ୍ଲୀରେ ସାରା ଦେଶ ଦେଖିଲା ଓଡ଼ିଶାର ପ୍ରଜ୍ଞାପନ ମେଢ

ଭାରତୀୟ ସମ୍ବିଧାନ କାର୍ଯ୍ୟକାରୀକୁ ପୂରିଛି ୭୫ ବର୍ଷ । ଏହି ଦୀର୍ଘ ଗୌରବମୟ ଇତିହାସକୁ ଉଜ୍ଜୀବିତ କରି ରଖିବା ଲାଗି ଦିଲ୍ଲୀରୁ ପଲ୍ଲୀ, ଆଜି ସବୁଠି ଫର ଫର ହୋଇ ଉଡ଼ିଛି ତ୍ରିରଙ୍ଗା ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
Republic Day

Republic Day

ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ ସାରା ଦେଶ ଦେଖିଲା ଓଡ଼ିଶାର ପ୍ରଜ୍ଞାପନ ମେଢ । ଦିଲ୍ଲୀର କର୍ତ୍ତବ୍ୟ ପଥରେ ଦେଖିବାକୁ ମିଳିଲା ଓଡ଼ିଶାର କଳା କାରିଗରୀ । ପୁରୀ ଶିଳ୍ପୀ ଗ୍ରାମ ରଘୁରାଜପୁରର ପଟ୍ଟଚିତ୍ର, ହସ୍ତଶିଳ୍ପ ଏବଂ କୁଟୀର ଶିଳ୍ପ ମାଧ୍ୟମରେ ବିକଶିତ ଭାରତ ତଥା ଗ୍ରାମୀଣ ମହିଳା ସଶକ୍ତିକରଣର ବାର୍ତ୍ତା ଦେଇଛି ଏହି ପ୍ରଜ୍ଞାପନ ମେଢ଼ ।

Advertisment

ଗୋଟିଏ ପଟେ ଓଡ଼ିଶାର ମହିଳା କାରିଗର ମାନେ ପିପିଲିର ଚାନ୍ଦୁଆ ଏବଂ ପଟ୍ଟଚିତ୍ର ତିଆରି କରୁଥିବାର ପ୍ରଦର୍ଶନ ଏବଂ ଅନ୍ୟ ପଟେ ମହିଳା କଳାକାରମାନେ ପ୍ରଜ୍ଞାପନ ମେଢର ଉଭୟ ପାର୍ଶ୍ୱରେ ସମ୍ବଲପୁରୀ ନୃତ୍ୟ ପ୍ରଦର୍ଶନ କରି କର୍ତ୍ତବ୍ୟ ପଥରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଛନ୍ତି ।

ସେପଟେ ଭାରତୀୟ ସମ୍ବିଧାନ କାର୍ଯ୍ୟକାରୀକୁ ପୂରିଛି ୭୫ ବର୍ଷ । ଏହି ଦୀର୍ଘ ଗୌରବମୟ ଇତିହାସକୁ ଉଜ୍ଜୀବିତ କରି ରଖିବା ଲାଗି ଦିଲ୍ଲୀରୁ ପଲ୍ଲୀ, ଆଜି ସବୁଠି ଫର ଫର ହୋଇ ଉଡ଼ିଛି ତ୍ରିରଙ୍ଗା । ଏହି ଅବସରରେ ନୂଆଦିଲ୍ଲୀର କର୍ତ୍ତବ୍ୟପଥରେ ଜାତୀୟ ପତାକା ଉତ୍ତୋଳନ ସହ ପରେଡର ଅଭିବାଦନ ଗ୍ରହଣ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

Advertisment

ଏହି ଅବସରରେ ଦେଖିବାକୁ ମିଳିଥିଲା ଗଣତନ୍ତ୍ର ଦିବସ ଉତ୍ସବର ଚିତ୍ତାକର୍ଷକ ମୂହୂର୍ତ୍ତ ଆଉ ଦୃଶ୍ୟ । ୩ ସେନା ସହ ଅନ୍ୟାନ୍ୟ କଣ୍ଟିଜେଣ୍ଟର ଚିତ୍ତାକର୍ଷକ ପରେଡ୍ ଅଭିଭୁତ କରିଥିଲା ନିମନ୍ତ୍ରିତ ଅତିଥିଙ୍କୁ, ଗର୍ବିତ କରିଥିଲା ପ୍ରତ୍ୟେକ ଭାରତୀୟଙ୍କୁ । ବିଶେଷ କରି ୭୫ ତମ ସାଧାରଣତନ୍ତ୍ର ଦିବସରେ ଯୁଦ୍ଧାସ୍ତ୍ର ପରିପାଟୀରେ ଗର୍ବରେ ଦୋହଲି ଉଠିଥିଲା କର୍ତ୍ତବ୍ୟପଥ ।

ଏଥର ନିମନ୍ତ୍ରିତ ଅତିଥି ସାଜିଥିଲେ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ । ପରେଡ୍ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡିଆ ଗେଟ୍ ନିକଟ ଜାତୀୟ ଯୁଦ୍ଧ ସ୍ମାରକୀରେ ବୀର ସହିଦଙ୍କୁ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେଡ୍ ପରେ ପରେ କର୍ତ୍ତବ୍ୟପଥ ଆକାଶରେ ନିଜର ଦୂର୍ଦ୍ଦଶ ରଣ କୌଶଳ ଓ ଅସୀମ ଶକ୍ତିର ପରକାଷ୍ଠା ଦେଖାଇଥିଲା ଭାରତୀୟ ବାୟୁସେନା ଏବଂ ସ୍ଥଳସେନା ।

ପ୍ରଥମ ଥର ପାଇଁ ଦିଲ୍ଲୀ କର୍ତ୍ତବ୍ୟ ପଥରେ ବୋର୍ଡର ସିକ୍ୟୁରିଟି ଫୋର୍ସ ବା ବିଏସଏଫ ମହିଳା ବ୍ରାସ୍ ବ୍ୟାଣ୍ଡ ଦେଖାଇଲେ ପରାକାଷ୍ଠା । ଦେଶର ନାରୀ ଶକ୍ତି ପ୍ରଦର୍ଶନ କରିଛନ୍ତି ବିଏସଏଫ ମହିଳା ଯବାନ । ସେହିପରି କର୍ତ୍ତବ୍ୟ ପଥରେ ତିନି ସେନାବାହିନୀର ମହିଳା ଯବାନ ଦେଖାଇଛନ୍ତି ପରାକାଷ୍ଠା । ସ୍ଥଳସେନାର ମେଡିକାଲ ସେବାରେ ନିୟୋଜିତ ଯବାନ ପ୍ରଥମ ଥର ଲାଗି ପରେଡରେ ଅଂଶ ଗ୍ରହଣ କରିଥିଲେ । ଏଥିରେ ନେତୃତ୍ୱ ନେଇଥିଲେ ମେଜର ସୃଷ୍ଟି ଖୁଲାର । ସେହିପରି ନାଭାଲର ଆର୍ମି ଡେଣ୍ଟାଲ କର୍ପସ ଏବଂ ଭାରତୀୟ ବାୟୁସେନାର ମହିଳା ଯବାନ ଏଥିରେ ଅଂଶଗ୍ରହଣ କରିଥିଲେ ।

Republic Day
Advertisment
Advertisment