Advertisment

ଓଟିଭି ଫୋରସାଇଟ୍ ୨୦୨୨: ଟେକ୍ନୋଲଜି ପ୍ରୟୋଗରେ ଚାଷୀଙ୍କ ଆୟ ଦ୍ୱିଗୁଣ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର

କୋଭିଡ୍ ବେଳେ ମଧ୍ୟ କୃଷି ଅର୍ଥନୀତି ନିଜର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି । ଏହି କ୍ଷେତ୍ରରେ ଡ୍ରୋନ୍ ଟେକ୍ନୋଲୋଜି ପ୍ରୟୋଗ ଆରମ୍ଭ ହୋଇଛି ।

OTV Foresight 2022

OTV Foresight 2022

Advertisment

କୃଷି କ୍ଷେତ୍ରରେ ଟେକ୍ନୋଲଜି ପ୍ରୟୋଗରେ ଚାଷୀଙ୍କ ଆୟ ଦ୍ୱିଗୁଣ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର । ଓଟିଭିର ଦ୍ୱାଦଶ ବାର୍ଷିକ ଉତ୍ସବ ଓଟିଭି ଫୋର୍ସାଇଟ୍ -୨୦୨୨ରେ ଭର୍ଚୁଆଲ୍‌ରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହା କହିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର । IMPACT ON AGRICULTURE AND FARMERS DUE TO THE PANDEMIC-ମହାମାରୀ ପାଇଁ କୃଷି ଓ କୃଷକଙ୍କ ଉପରେ ପ୍ରଭାବ ଶୀର୍ଷକ ଆଲୋଚନାରେ ମତ ରଖି ତୋମାର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ କରୋନା ମହାମାରୀ ମୁକାବିଲାରେ ଆମେ ଉଦାହରଣ ସୃଷ୍ଟି କରିଛୁ ।

Advertisment

କୋଭିଡ୍ ବେଳେ ମଧ୍ୟ କୃଷି ଅର୍ଥନୀତି ନିଜର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି । ଏହି କ୍ଷେତ୍ରରେ ଡ୍ରୋନ୍ ଟେକ୍ନୋଲୋଜି ପ୍ରୟୋଗ ଆରମ୍ଭ ହୋଇଛି । ଟେକ୍ନୋଲୋଜି ବ୍ୟବହାର କରି ଚାଷୀ କମ୍ ପରିଶ୍ରମରେ କିପରି ଆୟକୁ ଦି ଗୁଣା କରିବେ, ତାହା ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି । ଓଡ଼ିଶା ଚାଷୀ ମଧ୍ୟ ଟେକ୍ନୋଲୋଜିର ବ୍ୟବହାର କରି ଆଗକୁ ବଢ଼ନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ତୋମାର ।

ଏଥର ଫୋରସାଇଟ୍‌ର ଅନ୍ୟତମ ଆକର୍ଷଣ ଥିଲା ସେଭ୍ ଦ ସଏଲ୍ ବା ମୃତ୍ତିକା ସଂରକ୍ଷଣ । ଶୀର୍ଷକ ପ୍ରସଙ୍ଗରେ ଆଧ୍ୟାତ୍ମିକ ଗୁରୁ ସଦଗୁରୁଙ୍କ ପରାମର୍ଶ ଓଟିଭି ଏମ୍‌ଡି ଜଗି ମଙ୍ଗତ୍ ପଣ୍ଡାଙ୍କ ସହ ଆଲୋଚନା ବେଳେ ସଦଗୁରୁ ମୃତ୍ତିକା ସଂରକ୍ଷଣ ନେଇ ପଲିସି ଉପରେ ଗୁରୁତ୍ୱ ଦେବା ସହ ରାଜନୈତିକ ଦଳ ସଏଲ୍, ଇକୋଲୋଜିକୁ ସେମାନଙ୍କ ଇସ୍ତାହାରରେ ରଖିବାକୁ ପରାମର୍ଶ ଦେଇଥିଲେ।

Advertisment

ଗୋଟିଏ ମଞ୍ଚରେ ବିବିଧ ପ୍ରସଙ୍ଗରେ ମାନସ ମନ୍ଥନରେ ସାମିଲ ହୋଇଥିଲେ ଜାତୀୟ ଅନ୍ତର୍ଜାତୀୟ ସ୍ତରର ଖ୍ୟାତି ସଂପନ୍ନ ବ୍ୟକ୍ତିବିଶେଷ । ସେ ଭିତରୁ THE RISING FORCE IN THE NEW WORLD ORDER ଶୀର୍ଷକ ଆଲୋଚନାରେ ଟିସିଏସ୍ ଆୟନ୍‌ର କଣ୍ଟ୍ରି ହେଡ୍ ମାର୍କେଟ୍ ଫଙ୍କନ୍ ଓ ପ୍ରଡ ଗ୍ରୁପ୍ ହେଡ୍ ଗୋପାଳକ୍ରିଷ୍ନା ଜିଏସ୍ଏସ୍ ଭାଗ ନେଇଥିଲା ବେଳେ DIFFERENTIATING IN A COMMODITISED MARKET ଶୀର୍ଷକ ବିଜ୍ନେସ୍ ଡିସ୍କସନ୍‌ରେ ସାମିଲ ହୋଇଥିଲେ । TATA PLAY ର ଏମ୍‌ଡି ଓ ସିଇଓ ହରିତ୍ ନାଗପାଲ୍ ଓ ଆସୋଟେକ୍‌ର ସିଓଓ ଆଦିତ୍ୟ ପ୍ରକାଶ ଏହି ସବୁ ପ୍ରସଙ୍ଗରେ ଉପସ୍ଥିତ ବୁଦ୍ଧିଜୀବୀଙ୍କ ପ୍ରଶ୍ନର ଉତ୍ତର ବି ରଖିଥିଲେ ପ୍ୟାନେଲିଷ୍ଟ ।

OTV Foresight 2022 Union Minister Narendra Singh Tomar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ