Advertisment

ଗୁରୁ ଦିବସରେ ଆପଣ କୌଣସି ଭାଷଣ ଦେବାକୁ ଚାହୁଁଛନ୍ତି କି, ଦେଖନ୍ତୁ…

ଆଜି ସାରା ଦେଶର ବିଭିନ୍ନ ଶୈକ୍ଷିକ ଅନୁଷ୍ଠାନରେ ପାଳନ ହେଉଛି ଗୁରୁଦିବସ। ଏହି ଅବସରେ ବିଭିନ୍ନ ସ୍କୁଲ୍, କଲେଜ୍ ଓ ବିଶ୍ୱବିଦ୍ୟାଳୟର ପିଲାମାନେ ଗୁରୁଙ୍କୁ ନେଇ ଭାଷଣ ଦେବାକୁ ନିଜକୁ ପ୍ରସ୍ତୁତ କରୁଥିବେ। ଯେଉଁମାନେ ଏମିତି କରୁଛନ୍ତି ସେମାନଙ୍କ ପାଇଁ ଏହି ଲେଖା ଅତ୍ୟନ୍ତ ଉପକାରୀ।

ଅଦ୍ୟତନ ହୋଇଛି
Teachers day speech in odia

Teachers day speech in odia

Advertisment

ଏକ ଭଲ ସମାଜ ପାଇଁ ଗୁରୁଙ୍କ ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜଣେ ଶିକ୍ଷକଙ୍କ ଶିକ୍ଷା ତାଙ୍କ ଛାତ୍ରଙ୍କ ସଫଳତାରେ ହିଁ ଦେଖାଯାଏ। ଯେତେବେଳେ ଭଗବାନ ପୃଥିବୀରେ ଅବତାରିତ ହେଲେ, ସେ ମଧ୍ୟ ନିଜ ପାଇଁ ଏକ ଗୁରୁ ବାଛିଥିଲେ।

Advertisment

ଏହି କାରଣରୁ, ବିଶ୍ୱର ପ୍ରାୟ ସମସ୍ତ ଦେଶ ନିଜ ଦେଶରେ ରହୁଥିବା ଶିକ୍ଷକମାନଙ୍କୁ ସମ୍ମାନ ଦେବା ପାଇଁ ଏକ ବିଶେଷ ଦିନ ବାଛିଥାନ୍ତି। ଭାରତରେ ଏହି ପବିତ୍ର ଦିନ ଆମର ଦ୍ୱିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନରେ ପଡେ ଯାହା ସମଗ୍ର ଭାରତରେ ଶିକ୍ଷକ ଦିବସ ଭାବରେ ପାଳନ କରାଯାଏ। ଆଉ ଏହି ଦିନ ହେଲା ସେପ୍ଟେମ୍ବର ୫।

ଗୁରୁ ଦିବସର ଶୁଭ ଅବସରରେ ବିଭିନ୍ନ ବିଦ୍ୟାଳୟ, କଲେଜ କିମ୍ବା ବିଶ୍ୱବିଦ୍ୟାଳୟରେ ଗୁରୁଙ୍କ ଉପରେ ଭାଷଣ ଦେବା ବା ପ୍ରବନ୍ଧ ପ୍ରତିଯୋଗିତାର ପରମ୍ପରା ରହିହି। ଆପଣ ଯଦି ଗୁରୁ ଦିବସ ଉପରେ କୌଣସି ଭାଷଣ ଦେବାକୁ ଚାହୁଛନ୍ତି କିନ୍ତୁ କ’ଣ କହିବେ ଜାଣି ପାରୁ ନାହାନ୍ତି ତେବେ ଏହାକୁ ପଢନ୍ତୁ।

Advertisment

ଗୁରୁ ଦିବସରେ ଓଡିଆରେ ଭାଷଣ:

ମୋର ସମସ୍ତ ସମ୍ମାନିତ ଶିକ୍ଷକ ଏବଂ ମୋର ପ୍ରିୟ ବନ୍ଧୁମାନଙ୍କୁ ନମସ୍କାର। ଆଜି ଗୁରୁ ଦିବସର ଏହି ଶୁଭ ଅବସରରେ, ମୁଁ ଆପଣ ସମସ୍ତଙ୍କ ସାମ୍ନାରେ ଗୁରୁ ଦିବସରେ ଏକ ଭାଷଣ ଉପସ୍ଥାପନ କରିବାକୁ ଅନୁମତି ଚାହୁଁଛି।

ଯଦି ଆମେ ମାନବ ସଭ୍ୟତାକୁ ଧ୍ୟାନର ସହ ଦେଖିବା, ଆମେ ଦେଖିବା ଯେ ଆମେ ବହୁତ ଦ୍ରୁତ ଅଗ୍ରଗତିରେ ଆଗେଇ ଚାଲିଛେ। ଏହାର କେବଳ ଗୋଟିଏ କାରଣ ହେଉଛି ମଣିଷର ଶିକ୍ଷା। କେବେ ସେ ନିଜ ଭୁଲରୁ ଶିଖିଛି, କେବେ ଗୁରୁଜନମାନଙ୍କ ଠାରୁ, କେବେ ଅନ୍ୟମାନଙ୍କ ଅନୁଭୂତିରୁ, କେବେ ନିଜ ଅନୁଭୂତିରୁ ଏବଂ ଯଦି ଆମେ ବହୁତ କିଛି ଶିଖିଛୁ ତେବେ କେହି ଆମକୁ ନିଶ୍ଚୟ ଶିଖାଇଥିବେ। ଯେକୌଣସି ସମାଜ ହେଉ ପଛେ ଆମକୁ ଆମକୁ ଶିକ୍ଷା ଦେଉଥିବା ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛନ୍ତି ଶିକ୍ଷକ।

Advertisment

ଆମ ଜୀବନରେ ଶିକ୍ଷକଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ସବୁଠାରୁ ବଡ ଅବଦାନ ଅଛି। ଜଣେ ଶିକ୍ଷକ ସାଧାରଣ ଲୋକଙ୍କ ପରି ବିଭିନ୍ନ ସମସ୍ୟା ଦେଇ ଗତି କରନ୍ତି, କିନ୍ତୁ ତାଙ୍କର ସମସ୍ତ ଅସୁବିଧାକୁ ଅତିକ୍ରମ କରି ଛାତ୍ରମାନଙ୍କୁ ଉପଯୁକ୍ତ ଶିକ୍ଷା ପ୍ରଦାନ କରନ୍ତି।

ଯଦି କୌଣସି ବ୍ୟକ୍ତି ନିଜ ପାଦରେ ଠିଆ ହୋଇ ଜୀବନର ଅସୁବିଧାଗୁଡ଼ିକୁ ଅତିକ୍ରମ କରିସାରିଛନ୍ତି, ତେବେ ନିଶ୍ଚିତ ଭାବରେ କିଛି ଶିକ୍ଷକ ତାଙ୍କ ଖରାପ ସମୟରେ ତାଙ୍କ ପଛରେ ଠିଆ ହୋଇଛନ୍ତି। ଅନ୍ୟ କାହା ବିଷୟରେ ବା କ’ଣ କହିବି ଯେତେବେଳେ ଭଗବାନ ପୃଥିବୀରେ ଅବତାରିତ ହେଲେ, ସେ ମଧ୍ୟ ଜଣେ ଶିକ୍ଷକ ବାଛିଲେ।

ଅର୍ଜୁନଙ୍କ ପ୍ରତ୍ୟେକ ଲକ୍ଷ୍ୟରେ ଆପଣ ଗୁରୁ ଦ୍ରୋଣଙ୍କ ଅବଦାନକୁ ଦେଖିପାରିବେ, କୃଷ୍ଣଙ୍କ କ୍ଷେତ୍ରରେ ସନ୍ଦୀପନୀ ଓ ରାମଙ୍କ କ୍ଷେତ୍ରରେ ବଶିଷ୍ଠଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ଭାରତୀୟ ଇତିହାସକୁ ଭଲଭାବେ ଦେଖିବେ, ତେବେ ପାଇବେ ଯେ ଶିକ୍ଷକଙ୍କ ସମ୍ମାନ ପାଇଁ କୌଣସି ବି ଦିନ ମନୋନୀତ ହୋଇ ନାହିଁ, କାରଣ ନିଜ ଶିକ୍ଷକଙ୍କୁ ସମ୍ମାନ ଦେବା ଆମ ସଂସ୍କୃତିରେ ହିଁ ରହିଛି।

ଯଦି ଆଜିର ଗୁରୁ ଶିଷ୍ୟର ପରମ୍ପରା ଦେଖିବା ତେବେ ଗୁରୁଙ୍କୁ ସମ୍ମାନୀତ କରିବା ନେଇ ଯେଉଁ ଏକ ବିଶେଷ ଦିନ ଠିକ କରାଯାଇଛି ତାହା ହେଉଛି ଭାରତର ଦ୍ୱିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିନ।

ଏହି ଶୁଭ ଅବସରରେ, ପ୍ରତିବର୍ଷ ଆମେ ବିଦ୍ୟାଳୟ, କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଆମର ଶିକ୍ଷକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସମାରୋହର ଆୟୋଜନ କରିଥାଉ ଏବଂ ସେମାନଙ୍କୁ ସର୍ବୋତ୍ତମ ଉପାୟରେ ସମ୍ମାନିତ କରିବାକୁ ଚେଷ୍ଟା କରୁ।

ଆଜିର ଯୁଗ ଦ୍ରୁତ ଗତିରେ ଇଣ୍ଟର୍‌ନେଟ୍ ଆଡକୁ ଗତି କରୁଛି, ଏହି କାରଣରୁ ହ୍ୱାଟ୍ସଆପ୍, ଫେସ୍‌ବୁକ୍, ଇନ୍‌ଷ୍ଟାଗ୍ରାମ୍‌ ମାଧ୍ୟମରେ ବି ଶିକ୍ଷକମାନଙ୍କୁ ଅଭିନନ୍ଦନ ଜଣାଇବା ଏବଂ ବିଭିନ୍ନ ପ୍ରକାରର ଷ୍ଟାଟସ୍ ବ୍ୟବହାର କରି ଶିକ୍ଷକ ଦିବସର ହାର୍ଦ୍ଦିକ ଶୁଭକାମନାକୁ ଯଥାସମ୍ଭବ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ଚେଷ୍ଟା କରାଯାଇଛି।

ଏହି ଦିନଟି ଆଜି ସମସ୍ତ ଶିକ୍ଷକଙ୍କ ପାଇଁ ସମର୍ପିତ। ଏମିତିରେ ବି ଯେଉଁ ଦେଶରେ ଏକଲବ୍ୟଙ୍କ ପରି ଶିଷ୍ୟ ଅଛନ୍ତି, ସେଠାରେ ଶିକ୍ଷକଙ୍କ ସମ୍ମାନ ଉପରେ କୌଣସି ଉଣା ବା ହେବ କିପରି। ତଥାପି ପ୍ରତ୍ୟେକ ଛାତ୍ରଛାତ୍ରୀ ଏହି ଦିନରେ ଯଥାସମ୍ଭବ ଚେଷ୍ଟା କରନ୍ତି ସେମାନଙ୍କ ଶିକ୍ଷକମାନଙ୍କୁ ତାଙ୍କର ସମ୍ମାନଜନକ ଉପହାର ଦେବା ପାଇଁ।

ଏମିତି ୧୯୬୨ ମସିହାରୁ ଆମେ ପ୍ରତିବର୍ଷ ଶିକ୍ଷକ ଦିବସ ପାଳନ କରୁଛୁ ଏବଂ ଆଶା କରୁଛୁ ଯେ ଆଗାମୀ ଦିନରେ, ପ୍ରତିବର୍ଷ ସେପ୍ଟେମ୍ବର ୫ ରେ ଆମେ ଆମର ଶିକ୍ଷକମାନଙ୍କ ପାଇଁ ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରିବୁ ଏବଂ ସେମାନଙ୍କୁ ସର୍ବୋତ୍ତମ ଉପାୟରେ ସମ୍ମାନିତ କରିବାକୁ ଚେଷ୍ଟା କରିବୁ। ଯାହାଫଳରେ ଦିନେ ଏ ଦୁନିଆ ଆମକୁ ଆମ ଶିକ୍ଷକଙ୍କ ନାମରେ ହିଁ ସ୍ମରଣ କରିବ। ନମସ୍କାର। ଧନ୍ୟବାଦ।

Teacher's Day In India Teacher's Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ