Tatoo Trend
କୁହନ୍ତି ନା ଦେହରେ ଚିତା କୁଟାଇଲେ ଯମ ନେବନି । ସେଥିପାଇଁ ଆଗରୁ ସମସ୍ତେ ଦେହରେ କିଛି ନା କିଛି ଚିତା କୁଟାଉଥିଲେ । ଏବେ ସମୟ ବଦଳିଛି ଚିତା କୁଟାଇବା ବା ଟାଟୁ କରିବା ଏବେ ଟ୍ରେଣ୍ଡରେ ପରିଣତ ହୋଇଛି । ଆଉ ବାଲିଯାତ୍ରା ବୁଲା ସାଙ୍ଗକୁ ଟାଟୁ କରିବା ମଜା ତ ଟିକେ ନିଆରା । ଏଣୁ ବାଲିଯାତ୍ରାରେ ଖୋଲିଥିବା ଟାଟୁ ଷ୍ଟଲ ମାନଙ୍କରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି ।
ବାଲିଯାତ୍ରାରେ ଟାଟୁ କରିବାର ଏକ ନିଆରା ମଜା । ଗ୍ରାହକଙ୍କ ପସନ୍ଦକୁ ଦେଖି ବାଲିଯାତ୍ରାକୁ କଲିକତାରୁ ଆସିଛନ୍ତି ଟାଟୁ କାରିଗର । ଗ୍ରାହକଙ୍କ ପସନ୍ଦ ମୁତାବକ ଭଳିକି ଭଳି ଡିଜାଇନ୍ ଟାଟୁ କରୁଛନ୍ତି କାରିଗର । ସେପଟେ ଟାଟୁ ଲଭର ବିଭିନ୍ନ ପ୍ରକାରର ଟାଟୁ କରି ତାକୁ ସବୁଦିନ ପାଇଁ ସ୍ମରଣୀୟ କରିବାକୁ ଟାଟୁ ଷ୍ଟଲ ଆଗରେ ଭିଡ଼ ଲଗାଉଥିବା ଦେଖିବାକୁ ମିଳିଛି ।
ଗ୍ରାହକଙ୍କ ପାଇଁ ଦେବାଦେବୀ, ମୟୂର ଚନ୍ଦ୍ରିକା, ତ୍ରିଶୁଳ ପରି ବିଭିନ୍ନ ଡିଜାଇନର ଟାଟୁ ରହିଛି । କିଏ କିଏ ନିଜ ନାଁ ସହ ବାପା ମାଆ ଙ୍କ ଟାଟୁ ଓ ଲଭ୍ ଟାଟୁ କରୁଛନ୍ତି । ଟାଟୁର ଦର ଇଞ୍ଚ୍ ପିଛା ବ୍ଲାକ ଆଣ୍ଡ ହ୍ୱାଇଟ ୨୦୦ ଶହ ଟଙ୍କା ଓ କଲର୍ ଟାଟୁ ୩୦୦ ଟଙ୍କା ରହିଛି । ସେହିପରି ଟେମ୍ପରାରି ଟାଟୁ ୨୦ ଟଙ୍କା ରହିଛି । ଟାଟୁ କରିବା ଲାଗି ୧୦ ମିନିଟରୁ ଏକ ଘଣ୍ଟା ପର୍ଯ୍ୟନ୍ତ ଲାଗୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701708084.jpg)