Astrospeak
  • Live TV
  • Read In English

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା ତିନି ରଥ । ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ । ତାଲଧ୍ୱଜ, ଦର୍ପଦଳନ ପରେ ଶେଷରେ ପହଞ୍ଚିଲା ମହାପ୍ରଭୁଙ୍କ ନନ୍ଦିଘୋଷ ରଥ । ବିନା ଭକ୍ତରେ ତିନି ରଥକୁ ଟାଣି ଟାଣି ମାଉସୀ ଘର ନେଲେ ସେବାୟତ । କୋଭିଡ୍ କଟକଣା ଯୋଗୁଁ ଦିବ୍ୟସେବାରୁ ବଂଚିତ ହେଲେ ଭକ୍ତ । ନିର୍ଦ୍ଧାରିତ ସମୟର ୩ ଘଣ୍ଟା ଆଗରୁ ଆଜି ଆରମ୍ଭ ହୋଇଥିଲା ରଥଟଣା ।

rathajatra
ତାଲଧ୍ୱଜ, ଦର୍ପଦଳନ ପରେ ଶେଷରେ ପହଞ୍ଚିଲା ମହାପ୍ରଭୁଙ୍କ ନନ୍ଦିଘୋଷ ରଥ

News Summary

ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା ତାଳଧ୍ୱଜ, ଦର୍ପଦଳନ, ନନ୍ଦିଘୋଷ ରଥ

ନବଦିନାତ୍ମକ ଯାତ୍ରାରେ ରତ୍ନବେଦୀରୁ ବାହାରିଛନ୍ତି ତିନି ଠାକୁର

ଏବର୍ଷ ମଧ୍ୟ ବିନା ଭକ୍ତରେ ରଥ ଟାଣିଲେ ସେବାୟତ

ପୁରୀ : ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା ତିନି ରଥ । ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ । ଭାଉ ଭଉଣୀଙ୍କୁ ଧରି ମାଉସୀ ମା’ ଘରେ ପହଞ୍ଚିଲେ କାଳିଆ ଠାକୁର । ତାଲଧ୍ୱଜ, ଦର୍ପଦଳନ ପରେ ଶେଷରେ ପହଞ୍ଚିଲା ମହାପ୍ରଭୁଙ୍କ ନନ୍ଦିଘୋଷ ରଥ । ବିନା ଭକ୍ତରେ ତିନି ରଥକୁ ଟାଣି ଟାଣି ମାଉସୀ ଘର ନେଲେ ସେବାୟତ । କୋଭିଡ୍ କଟକଣା ଯୋଗୁଁ ଦିବ୍ୟସେବାରୁ ବଂଚିତ ହେଲେ ଭକ୍ତ । ନିର୍ଦ୍ଧାରିତ ସମୟର ୩ ଘଣ୍ଟା ଆଗରୁ ଆଜି ଆରମ୍ଭ ହୋଇଥିଲା ରଥଟଣା ।

ଶ୍ରୀକ୍ଷେତ୍ରରେ ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା । ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀମନ୍ଦିରରୁ ବାହାରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଛନ୍ତି । ସକାଳେ ପାରମ୍ପରିକ ରୀତିନୀତି ସମାପନ ପରେ ପହଣ୍ଡି ଆରମ୍ଭ ହୋଇଥିଲା । ଧାଡ଼ି ପହଣ୍ଡିରେ ପ୍ରଥମେ ଚକ୍ରରାଜ ସୁଦର୍ଶନ ମହାପ୍ରଭୁ ବଡ଼ ଦାଣ୍ଡରେ ସିଂହଦ୍ୱାର ସାମନାରେ ଥିବା ରଥକୁ ବିଜେ କରିଥିଲେ । ଏହାପରେ ବଡ଼ ଠାକୁର ବଳଭଦ୍ର ପହଣ୍ଡିରେ ଆସିଥିଲେ ପରେ ପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ହୋଇଥିଲା । ଶେଷରେ ମହାପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ପହଣ୍ଡି ବିଜେ ହୋଇଥିଲା ।

ମହାପ୍ରଭୁ ୨୨ ପାହାଚ ଅତିକ୍ରମ କରି ନନ୍ଦିଘୋଷକୁ ଆସିଥିଲେ । ପରେ ପରେ ମଦନମୋହନ ବିଜେ ଓ ଚିତାଲାଗି ସମାପନ ହୋଇଥିଲା ଚତୁର୍ଦ୍ଧା ମୂର୍ତ୍ତି ରଥାରୁଢ଼ ହେବା ପରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଆସି ଦର୍ଶନ କରିଥିଲେ । ପରେ ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଆସି ତିନି ରଥରେ ଛେରାପହଁରା କରିଥିଲେ । ମହାରାଜା ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ, ପରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ଓ ଶେଷରେ ମାଆ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ଛେରାପହରାଁ କରିଥିଲେ ।