Advertisment

ମହଣ ମହଣ ସୁନା ପିନ୍ଧି ଝଲସୁଛନ୍ତି ଚତୁର୍ଦ୍ଧା ମୁରତୀ

ଆସନ୍ତାକାଲି ରତ୍ନଭଣ୍ଡାର ଖୋଲିବାକୁ ଥିବାରୁ ଆଜି ସୁନାବେଶ ଦର୍ଶନ ସମୟ ରାତି ୧୧ଟା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି।

ଅଦ୍ୟତନ ହୋଇଛି
Sunabesha

Sunabesha

Advertisment

ଶ୍ରୀକ୍ଷେତ୍ରରେ ରାଜରାଜେଶ୍ୱର ବା ସୁନାବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ ଦେଖିବାକୁ ଜନସମୁଦ୍ର ପାଲଟିଛି ପୁରୀ ବଡ଼ଦାଣ୍ଡ। ଆଜି ସଂଧ୍ୟା ଆଳତୀ ଓ ଏକାଦଶୀ ସର୍ବାଙ୍ଗ ପରେ ଆରମ୍ଭ ହୋଇଥିଲା ସୁନାବେଶ ପ୍ରସ୍ତୁତି। ସିଂହଦ୍ବାର ଦେଇ ସେବାୟତମାନେ ରଥ ଉପରକୁ ଗୋଟିକ ପରେ ଗୋଟିଏ ଦୁର୍ମୂଲ୍ୟ ଅଳଙ୍କାର ବୋହି ନେବା ବେଳେ ଝଲସି ଉଠିଥିଲା ଶ୍ରଦ୍ଧାଳୁଙ୍କ ଆଖି।

Advertisment

ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଶୋଭା ପାଉଛି ମହଣ ମହଣ ସୁନା ଅଳଙ୍କାର। ଶ୍ରୀପୟର, ଶ୍ରୀଭୂଜ ସାଙ୍ଗକୁ ମସ୍ତକରେ ଝଟକୁଛି ସୁବର୍ଣ୍ଣ କିରିଟି। ଅଣ୍ଟାରେ ସୁନାପଟି ଓଡ଼ିଆଣିି, କର୍ଣ୍ଣରେ କୁଣ୍ଡଳ, ଆଖି ପତା ଉପରେ ଚନ୍ଦ୍ର ସୂର୍ଯ୍ୟ, ବେକରେ ଘାଗଡ଼ା, ବାହାଡ଼ା, ସେବତୀ, କଦମ୍ବ ଓ ବାଘନଖି ଭଳି ଗହଣା ଗାଣ୍ଠିରେ ବିଭୁଷିତ ହୋଇଛନ୍ତି ଶ୍ରୀଜିଉ। ବ୍ରହ୍ମାଣ୍ଡ ଠାକୁରଙ୍କ ଶ୍ରୀଅଙ୍ଗରେ ଏମିତି ୧୩୮ ପ୍ରକାରର ରତ୍ନ ଖଚିତ ଅଳଙ୍କାର ଲାଗି ହୋଇଛି। ଏହା ସାଙ୍ଗକୁ ତିନି ଦିଅଁ ସ୍ବତନ୍ତ୍ର ଆୟୁଧ ଏବଂ ସ୍ବତନ୍ତ୍ର ଆଭୂଷଣରେ ସଜେଇ ହୋଇଛନ୍ତି।

ସୁବର୍ଣ୍ଣ ଅଳଙ୍କାରରେ ଶ୍ରୀଅଙ୍ଗ ସଜ୍ଜା ପରେ ସୁନାବେଶ ବା ବଡ଼ତଢ଼ାଉ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ। ଆଜି ପାଗ ଭଲ ଥିବାରୁ ସୁନାବେଶ ଦେଖିବା ଲାଗି ବଡ଼ଦାଣ୍ଡରେ ଜମିଛି ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ ଜମିଛି। ତେବେ ଆସନ୍ତାକାଲି ରତ୍ନଭଣ୍ଡାର ଖୋଲିବାକୁ ଥିବାରୁ ଆଜି ସୁନାବେଶ ଦର୍ଶନ ସମୟ ରାତି ୧୧ଟା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି।

Advertisment

ଅନ୍ୟପଟେ ଦେଖିବାକୁ ଗଲେ ସିଏ ଅଳଙ୍କାର ପ୍ରିୟ। ସିଏ କୋଟି ଓଡ଼ିଆଙ୍କ ମଉଡ଼ ମଣି। ଯାହାଙ୍କ ରତ୍ନଭଣ୍ଡାରରେ ଅଛି ମହଣ ମହଣ ସୁନା। ହେଲେ କେବେ ଭଙ୍ଗା ତ କେବେ ପୁରୁଣା ଅଳଙ୍କାର ପିନ୍ଧୁଛନ୍ତି ବ୍ରହ୍ମାଣ୍ଡ ଠାକୁର। ସୁନାବେଶ ହେଉ କି ଦୈନନ୍ଦିନ ନୀତିକାନ୍ତି, ସବୁଥିରେ ଠାକୁରଙ୍କୁ ଲାଗି ହେଉଛି ନିର୍ଦିିଷ୍ଟ ଗୋଟିଏ ସେଟର ଅଳଙ୍କାର। ଯାହାକୁ ନେଇ ଉଦବେଗ ପ୍ରକାଶ ପାଇବା ସହ, ଏବେ ରତ୍ନଭଣ୍ଡାର ଖୋଲିଥିବାରୁ ଶ୍ରୀଜିଉଙ୍କର ଅନ୍ତତଃ 4-5 ସେଟ୍ ନୂଆ ଅଳଙ୍କାର ଗଢ଼ାଯିବାକୁ ଦାବି ଉଠିଛି।

Srimandir Lord Jagannath SunaBesha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ