Advertisment

Farmer Day: ୭୨ ବୟସରେ ଚାଷ ନିଶା, ଟାଙ୍ଗରା ଭୂମିରେ ଫଳଉଛନ୍ତି ପାମୋଲିନ

ଭଦ୍ରକ ଜିଲ୍ଲା ବାସୁଦେବପୁରର ଶଙ୍କର୍ଷଣ ମଲିକ। ବୟସ ହେଲାଣି ୭୨। ଏହି ବୟସରେ ବିଶ୍ରାମ ନେବା ବଦଳରେ ସେ କରୁଛନ୍ତି ଚାଷ। ନଦୀ ପଠା ବନ୍ୟା ପ୍ରପିଡୀତ ଟାଙ୍ଗରା ଭୂମିରେ ଫଳଉଛନ୍ତି ପାମୋଲିନ। ଖାଲି ପାମୋଲିନ ନୁହେଁ ଆହୁରି ଅନେକ ଅର୍ଥକାରୀ ଫସଲ କରି ଚୂଡାମଣି ଗାଁର ଶଙ୍କର୍ଷଣ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

Successful old farmer Shankarsana mallick

ପରିଣତ ବୟସରେ ସେ ନିଜେ ଟାଙ୍ଗିଆ ଧରି ହାଣି ପକଉଛନ୍ତି ବାହୁଙ୍ଗା। ଏହାକୁ ଦେଖିଲେ ଯେ କେହି ପାଇବା ପ୍ରେରଣା। ତାଙ୍କ ହାତ ତିଆରି ଗଛରେ ଫଳିଛି ପେନ୍ଥା ପେନ୍ଥା ପୋମାଲିନ୍। ତାଙ୍କ ବଗିଚାରେ ରହିଛି ଶହ ଶହ ପାମୋଲିନ୍ ଗଛ ଆଉ ସବୁ ଗଛରେ ଅଙ୍ଗୁର ପେନ୍ଥା ଭଳି ଝୁଲୁଛି ପାମୋଲିନ୍ ଫଳ। ଖାଲି ପାମୋଲିନ୍ ନୁହଁ, ସେ କରୁଛନ୍ତି ଆମ୍ବ, ଧାନ, କଦଳୀ ସହିତ ମାଛ ଚାଷ ମଧ୍ୟ।

କ୍ଷେତରେ ପମୋଲିନ୍ ଚାଷ କରି ବେଶ ଦି’ ପଇସା ରୋଜଗାର କରିବା ଆଉ କରି ଦେଖେଇବା ନିଶା ଓ ଆଶାରେ ଜଣେ ସଫଳ ଚାଷୀ ହୋଇଯାଇନ୍ତି ଶଙ୍କର୍ଷଣ। ପରିଣତ ବୟସ, କଠିନ ପରିଶ୍ରମ ଓ ନିଜର ଇଛାଶକ୍ତି ପାଇଁ ସେ ଏହା କରି ଦେଖେଇଛନ୍ତି ଆଉ ନିଜ ଜମିରେ ଚାଷ କରି ରୋଜକାରକ୍ଷମ ହେବାର ସପ୍ନକୁ ସାକାର କରିପାରିଛନ୍ତି। ଏହା କରି ସେ ଯୁବପିଢିଙ୍କ ପାଇଁ ପ୍ରେରଣା ସାଜିଥିବା ବେଳେ କେତେକ ଶ୍ରମିକଙ୍କୁ କାମରେ ଲଗେଇ ତାଙ୍କ ଭାତହାଣ୍ଡି କଥା ଚିନ୍ତା କରିଛନ୍ତି।

Advertisment

ଚାଷ ନିଶା ତାଙ୍କୁ ଏମିତି ଘାରିଛି ଯେ ଖରା ବର୍ଷାକୁ ସେ ଖାତିରି କରନ୍ତି ନାହିଁ। ନିଜେ କରିକି ଦେଖାଇବା ନିଶା ସତେ ଯେପରି ତାଙ୍କୁ ମତୁଆଲା କରିଛି। ପାମୋଲିନ ଚାଷ କରି ବର୍ଷକୁ ୮ ରୁ ୯ ଲକ୍ଷ ରୋଜଗାର କରି ନିଜ ଗୁଜୁରାଣ ମେଣ୍ଟାଇବା ସହିତ ଅନ୍ୟମାନଙ୍କୁ ମଧ୍ୟ ରୋଜଗାର ଦେଇ ପାରିଛନ୍ତି। ତାଙ୍କ ଏହି ସଫଳତା ପାଇଁ ସେ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସଙ୍ଗଠନ ପାଖରୁ ସମ୍ବର୍ଦ୍ଧିତ ମଧ୍ୟ ହୋଇଛନ୍ତି।

‘ଚାଷ ଅଛି ଯାହାର କି ଆନନ୍ଦ ତାହାର, ସେଇ ଦିନ ଦୁନିଆକୁ ଦେଇଥାଏ ଆହାର’ ଏହି ମତକୁ ପ୍ରମାଣିତ କରିଛନ୍ତି ଶଙ୍କର୍ଷଣ।

Advertisment

(ବାସୁଦେବପୁରରୁ ସୂର୍ଯ୍ୟଦୟଙ୍କ ରିପୋର୍ଟ)

Special Story Successful Farmer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ