Advertisment

ଜାଣନ୍ତୁ, କାହିଁକି ନେତାଜୀ ଇଣ୍ଡିଆନ ସିଭିଲ ସର୍ଭିସ ଚାକିରି ଛାଡ଼ିଥିଲେ ?

ଆଜି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ହେଉଛନ୍ତି ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା।

ଅଦ୍ୟତନ ହୋଇଛି
Subhas Chandra Bose Jayanti 2023

Subhas Chandra Bose Jayanti 2023

Advertisment

ଆଜି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ। ଏହି ଅବସରରେ ବାଲିରେ ତାଙ୍କର ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ସୁଦର୍ଶନ ୭ ଫୁଟ୍‌ର ନେତାଜୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ ହୋଇଛି। ଏଥିରେ ବାଲି ସହ ବାଲୁକା ଶିଳ୍ପୀ ଷ୍ଟିଲ୍ ପାତ୍ରର ବ୍ୟବହାର କରିଛନ୍ତି। ପ୍ରତିମୂର୍ତ୍ତିରେ ୪୫୦ଟି ଷ୍ଟିଲ୍ ପାତ୍ର ବ୍ୟବହାର ହୋଇଛି। ବାଲିରେ ନେତାଜୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ ସହ ଷ୍ଟିଲ୍ ପାତ୍ରକୁ ସୁନ୍ଦର ଭାବେ ସଜା ଯାଇଛି। 

Advertisment

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ହେଉଛନ୍ତି ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା। ଆସନ୍ତୁ ଜାଣିବା ସୁଭାଷ ବୋଷଙ୍କ ଉପରେ କିଛି ଗୁରୁତ୍ୱପୂର୍ଣ୍ଣ କଥା...

ଇଣ୍ଡିଆନ ସିଭିଲ ସର୍ଭିସ ଚାକିରି କାହିଁକି ଛାଡ଼ିଥିଲେ ନେତାଜୀ ?

୧୮୯୭ ଜାନୁଆରୀ ୨୩ ତାରିଖ ଓଡ଼ିଶାକଟକ ରେ ଜନ୍ମଗ୍ରହଣ କରିଥିଲେ ନେତାଜୀ ସୁଭାଷ ବୋଷ । ତାଙ୍କ  ପରିବାରରେ ଥିଲେ ୧୪ ଜଣ ସଦସ୍ୟ। ୧୯୨୦ରେ ଇଂଲଣ୍ଡରେ ଇଣ୍ଡିଆନ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲଆ ସୁଭାଷ। ହେଲେ ପରବର୍ତ୍ତୀ ସମୟରେ ଯେତେବେଳେ ସେ ଭାରତର ସ୍ୱାଧୀନତା ସଂଘର୍ଷ ବିଷୟରେ ଚାକିରି ଛାଡି ଦେଇଥିଲେ।  ୧୯୨୧ ଏପ୍ରିଲ ୨୩ରେ ସେ ଚାକିରିରୁ ଇସ୍ତଫା ଦେଲେ।

Advertisment

ଅଧିକ ପଢ଼ନ୍ତୁ: ଭାରତ ବିରୋଧୀ ମନ୍ତବ୍ୟ କହିବାରୁ ଅଧ୍ୟାପକଙ୍କୁ କଡ଼ା ଜବାବ ଦେଇଥିଲେ ସୁଭାଷ ବୋଷ, ଆଉ ତାପରେ...

ନେତାଜୀ କଂଗ୍ରେସ ର ଜଣେ ଯୁବ ନେତା ଥିଲେ। ୧୯୩୮ ଏବଂ ୧୯୩୯ରେ କଂଗ୍ରେସର ଅଧ୍ୟକ୍ଷ ହୋଇଥିଲେ। କିନ୍ତୁ ମହାତ୍ମା ଗାନ୍ଧି ଏବଂ କଂଗ୍ରେସ ହାଇକମାଣ୍ଡଙ୍କ ମଧ୍ୟରେ ମତଭେଦ ଦେଖାଦେବାରୁ ସେ ୧୯୩୯ରେ କଂଗ୍ରେସ ପଦରୁ ଇସ୍ତଫା ଦେଇଥିଲେ। ଏପରିକି ନେତାଜୀଙ୍କର ମଧ୍ୟ ଗାନ୍ଧିଜୀଙ୍କ ସହ ମତଭେଦ ଥିଲା।

Advertisment

ବିମାନ ଦୁର୍ଘଟଣାରୁ ନେତାଜୀ ବର୍ତ୍ତି ଯାଇଥିଲେ ?

ତେବେ ନେତାଜୀଙ୍କ ମୃତ୍ୟୁ ଏବେ ବି ରହସ୍ୟ ଘେରରେ ରହିଛି। କୁହାଯାଏ, ୧୯୪୫ ଅଗଷ୍ଟ ୧୮ ତାରିଖ ଏକ ବିମାନ ଦୁର୍ଘଟଣାରେ ତାଙ୍କର ରହସ୍ୟମୟ ମୃତ୍ୟୁ ହୋଇଥିଲା। ତାଙ୍କ ଶେଷ ଜୀବନକୁ ନେଇ ଅନେକ କାହାଣୀ ଶୁଣିବାକୁ ମିଳେ। କିଏ କୁହନ୍ତି ସେ ଅନେକ ବର୍ଷ ଯାଏ ବଞ୍ଚିଥିଲେ। ନେତାଜୀ ତାଇୱାନରୁ ଜାପାନ ପାଇଁ ଉଡ଼ାଣ ଭରିଥିଲେ। ହେଲେ ବିମାନଟି ତାଇୱାନର ରାଜଧାନୀ ତାଇପେଇରେ ହିଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେ ଟୋକିଓ ଯାଉଥିଲେ। ଅଚାନକ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ବିମାନ ଜଳି ଯାଇଥିଲା ।

କୁହାଯାଏ, ଏହି ଦୁର୍ଘଟଣାରେ ନେତାଜୀ ଜଳି ଯାଇଥିଲେ। ଜାପାନର ଏକ ଡାକ୍ତରଖାନାରେ ଆଖି ବୁଜିଥିଲେ। ଏକଥା ବି ଶୁଣାଯାଏ, ବିମାନ ଦୁର୍ଘଟଣାରେ ଯେଉଁ ବ୍ୟକ୍ତି ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଆଖି ବୁଜିଲେ ସେ ନେତାଜୀ କି ନୁହେଁ ତାହା ସ୍ପଷ୍ଟ ଜଣା ପଡ଼ି ନ ଥିଲା। କେହି କେହି କୁହନ୍ତି, ସେ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ଏହି ଘଟଣାର ଯାଞ୍ଚ ପାଇଁ ସରକାର ଅନେକ ସମିତି ଗଠନ କରିଛନ୍ତି। ହେଲେ ତାଙ୍କ ମୃତ୍ୟୁକୁ ନେଇ କୌଣସି ପ୍ରମାଣ ମିଳି ପାରି ନାହିଁ।

ଗୁମନାମୀ ବାବାଙ୍କ ସହ କି ସମ୍ପର୍କ ଥିଲା ?

କୁହାଯାଏ, ନେତାଜୀ ଗୁମନାମୀ ବାବାଙ୍କ ରୂପରେ ଫୈଜାବାଦ୍‌ରେ ଦୀର୍ଘ ଦିନ ଧରି ରହିଥିଲେ। ୧୯୮୫ରେ ଯେତେବେଳେ ଗୁମନାମୀ ବାବାଙ୍କ ମୃତ୍ୟୁ ହୋଇଥିଲା ତାଙ୍କ ଜିନିଷପତ୍ର ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଗୁମନାମୀ ବାବା ଇଂରାଜୀ, ବଙ୍ଗଳା ଏବଂ ଜର୍ମାନ ଭାଷା ଜାଣିଥିଲେ ଏବଂ କହି ପାରୁଥିଲେ। ତାଙ୍କ ପାଖରେ ଦାମୀ ସିଗାରେଟ, ମଦ, ଖବରକାଗଜ, ପତ୍ରିକା ଆଦି ଥିଲା। ତାଙ୍କର ଏହି ଜିନିଷପତ୍ର ଭିତରୁ ନେତାଜୀଙ୍କର ଫଟୋ ମଧ୍ୟ ବାହାରିଥିଲା। ଏହି ଫଟୋ ଦେଖିବା ପରେ ସେ ଯେ ନେତାଜୀ ଏହି ବିଶ୍ୱାସ ଦୃଢୀଭୂତ ହୋଇଥିଲା। ଏହା ବ୍ୟତୀତ ତାଙ୍କ ପାଖରୁ ମିଳିଥିଲା ରାଲେକ୍ସ ଘଡ଼ି, ଆଜାଦ ହିନ୍ଦ ଫୌଜର ୟୁନିଫର୍ମ, ୧୯୭୪ର ଆନନ୍ଦବଜାର ପତ୍ରିକା ଏବଂ ଏହି ପତ୍ରିକାରେ ଛପା ଯାଇଥିବା ‘ବିମାନ ଦୁର୍ଘଟଣା କାହାଣୀ’, ଶାହନବାଜ ଏବଂ ଖୋସଲା ଆୟୋଗର ରିପୋର୍ଟ। ଏସବୁ ଦେଖିବା ପରେ ସେ ନେତାଜୀ ବୋଲି ଲୋକଙ୍କ ଭାବନା ଦୃଢୀଭୂତ ହୋଇଥିଲା। କୁହାଯାଏ, ଗୁମନାମୀ ବାବାଙ୍କ ଅନ୍ତିମ ସଂସ୍କାର ସେହି ଜାଗାରେ ହେଇଥିଲା, ଯେଉଁଠି ଭଗବାନ ଶ୍ରୀରାମ ଜଳସମାଧୀ ନେଇଥିଲେ।

Netaji Subhas Chandra Bose Subhas Chandra Bose Birth Anniversary
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ