Advertisment

ଦଶହରା, କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିର ବନ୍ଦ

ଦଶହରା ଏବଂ କାର୍ତ୍ତିକ ପୂର୍ଣ୍ଣିମାରେ ସର୍ବସାଧାରଣଙ୍କ ପାଇଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ। ସର୍ବସାଧାରଣଙ୍କ ଦର୍ଶନ ପାଇଁ ଦଶହରା ଦିନ ବନ୍ଦ ରହିବ ଶ୍ରୀମନ୍ଦିର।

ଅଦ୍ୟତନ ହୋଇଛି
sri mandir

sri mandir

Advertisment

ପୁରୀ: ଦଶହରା ଦିନ ସର୍ବସାଧାରଣଙ୍କ ପାଇଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ। ସେହିପରି ୧୬ ତାରିଖ ଭସାଣୀରେ ଦିନ ୧୨ଟା ପରଠାରୁ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ନୂଆ ଏସ୍ଓପିରେ ସର୍ବସାଧାରଣ ଦର୍ଶନ ଲାଗି ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। 

Advertisment

କାର୍ତ୍ତିକ ପୂର୍ଣ୍ଣିମା, ଦୀପାବଳି, ବଡ଼ ଏକାଦଶୀ ଏବଂ କାର୍ତ୍ତିକ ପୂର୍ଣ୍ଣିମାରେ ମଧ୍ୟ ସର୍ବସାଧାରଣଙ୍କ ପାଇଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ।  ତେବେ କୁମାର ପୂର୍ଣ୍ଣିମାରେ ମନ୍ଦିର ଖୋଲା ରହିବ। ମନ୍ଦିରକୁ ବିଶୋଧନ କରିବା ଲାଗି ପ୍ରତି ରବିବାର ଦର୍ଶନ ମଧ୍ୟ ବନ୍ଦ ରହିବ ବୋଲି ନୂଆ ଏସ୍ଓପିରେ କୁହାଯାଇଛି।  ଅନ୍ୟ ଦିନରେ ଭକ୍ତମାନେ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଚତୁର୍ଦ୍ଧା ମୂରତିଙ୍କ ଦର୍ଶନ କରିପାରିବେ। 

ଶ୍ରୀମନ୍ଦିର ପରିସରକୁ ପଲିଥିନ ନେବା ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଯଦି କେହି ଶ୍ରୀମନ୍ଦିରକୁ ପଲିଥିନ ନେଇ ଯାଆନ୍ତି, ଏଥିପାଇଁ ତାଙ୍କୁ ୧୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। 

Advertisment
Puri Sri Mandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ