Advertisment

ଚଳଚଞ୍ଚଳ ଭଦ୍ରକ ସହର; ମାସେ ପର୍ଯ୍ୟନ୍ତ ପୂଜା ପାଇବେ ବୁଢ଼ା ଗଣେଶ

ରାତି ପାହିଲେ ଗଣେଷ ପୂଜା। କିନ୍ତୁ ଏଠିକାର ପରମ୍ପରା ବହୁ ପୁରୁଣା...ସେଇଥି ପାଇଁ ତ ଦିନେ ନୁହେଁ କି ଦୁଇ ନୁହେଁ ବରଂ ପୂରା ମାସେ କାଳ ପୂଜା ପାଇବା ପରେ ବିସର୍ଜନ ହୁଅନ୍ତି ଶ୍ରୀଗଣେଷ। ମାନସିକ କଲେ ପୂର୍ଣ୍ଣ ହୁଏ ମନସ୍କାମନା..

Ganesh Puja

Ganesh Puja

Advertisment

ବିଘ୍ନ ବିନାଶକ, ସେ ଲମ୍ବୋଦର, ପୁଣି ସେ ଗୌରୀ ନନ୍ଦନ । ଗଜାନନଙ୍କ ଅନେକ ରୂପ । ଚାରି ଯୁଗରେ ଚାରୋଟି ଅବତାରରେ ପୂଜା ପାଇ ଆସୁଛନ୍ତି ଆଦିଦେବ ଗଣେଶ । ଶିଶୁ ରୂପେ ସେ ପିଲା ଗଣେଶ, ଯୁବାବସ୍ଥାରେ ସେ ଟୋକା ଗଣେଶ ଓ ବୃଦ୍ଧାବସ୍ଥାରେ ସେ ବୁଢା ଗଣେଶ । ୧୦ ବର୍ଷର କି ୨୦ ବର୍ଷର କଥା ନୁହେଁ ବରଂ ଦୀର୍ଘ ୭୦୦ ବର୍ଷ ଧରି ଗଣପତିଙ୍କ ଏହି ନିଆରା ପରମ୍ପରାକୁ ପାଳି ଆସୁଛି ଭାଇଚାରାର ସହର ଭଦ୍ରକ । ଆଉ ମାତ୍ର ଦିନକ ପରେ ଦୁଲୁକିବ ପୂଜା ମଣ୍ଡପ, ଧରାବତରଣ କରିବେ ବିଘ୍ନ ବିନାଶକ । ସେଥିପାଇଁ ତ ସବୁଠି ଏଥର ପ୍ରସ୍ତୁତି ଜୋରସୋରରେ ଚାଲିଛି ।

Advertisment

ଏଭଳି ନିଆରା ପରମ୍ପରାରେ ପୂଜାର୍ଚ୍ଚନା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ । ଆଉ ପୂଜା ହେଉଥିବା ମଣ୍ଡପ ବି ବହୁ ପୁରାତନ । ମୋଗଲ ସାମ୍ରାଜ୍ୟର ଏହି ମଣ୍ଡପରେ ଛାପ ଥିବା ବେଳେ ମୋଗଲ ତାମସାରେ ମଧ୍ୟ ବାବା ବୁଢା ଗଣେଶଙ୍କ ବିଷୟରେ ବର୍ଣ୍ଣନା ହୋଇଛି । ତେବେ ପ୍ରତ୍ୟେକ ବର୍ଷ ବାବାଙ୍କ ମୂର୍ତ୍ତି ସମାନ ଭାବେ ତିଆରି ବି ହୁଏ । ବିଶ୍ୱାସ ରହିଛି, ବାବାଙ୍କ ପାଖରେ ଭକ୍ତ ଯାହା ମାନସିକ କରନ୍ତି, ତାହା ସେମାନଙ୍କୁ ନିଶ୍ଚୟ ମିଳେ । ଆଉ ଚାନ୍ଦିମେଢ ଦେଖିବାକୁ ତ ଭକ୍ତଙ୍କ ପ୍ରବଳ ଗହଳି ହୁଏ ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅନ୍ୟ ସ୍ଥାନରେ ଆପଣମାନେ ଦେଖିଥିବେ ଗଣେଶଙ୍କ ମୂର୍ତ୍ତି ୪ ରୁ ୫ ଦିନ ରହିବା ପରେ ବିସର୍ଜନ ହୁଏ । ହେଲେ ଏଠାରେ ପୂରା ୩୦ ଦିନ ପୂଜା ପାଆନ୍ତି ପ୍ରଭୁ ଗଣେଶ । ଆଉ ଗଣପତିଙ୍କ ଦର୍ଶନ ପାଇଁ କାହିଁ କେତେ ଦୂରରୁ ଭକ୍ତ ଛୁଟି ଆସନ୍ତି ଯେ, ତାହାର ହିସାବ ବି ନାହିଁ। ଗଣପତି ବାବା ମାସେ ପୂଜା ପାଇବା ପରେ ବହୁ ଜାକ ଯମକରେ ବିସର୍ଜନ ହୁଏ । ହେଲେ ଏଠାରେ ପରମ୍ପରା ଅନୁସାରେ ମଣ୍ଡପରେ ଲାଗି ହୁଏ ବଡଭୋଗ । ଏହାସହ ବାବା ଯେତେଦିନ ରୁହନ୍ତି ଗାଁରେ ଆମିଷ ମଧ୍ୟ ହେଉନଥିବା କୁହାଯାଏ । ମୋଟ୍ ଉପରେ ଟୋକା ଗଣେଶ ପୂଜା ପାଇଁ ଏବେ ଚଳଚଂଚଳ ହୋଇ ଉଠିଛି ପୂରା ଭଦ୍ରକ ସହର।

Advertisment

ରିପୋର୍ଟର- ଭଦ୍ରକରୁ ପାର୍ଥସାରଥୀ ନାୟକ

Ganesh Puja Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ