Dandiya dances
ଜଗତ ଜନନୀଙ୍କ ଆରାଧନରା ପର୍ବ ନବରାତ୍ର ଏବେ ସାରାଦେଶରେ ବେଶ ଧୁମଧାମରେ ପାଳନ କରାଯାଉଛି । ଏହି ଅବସରରେ ଭକ୍ତି ରସରେ ଭିଜି ଗର୍ବା ଓ ଦାଣ୍ଡିଆ ନୃତ୍ୟରେ ମଜିଥା’ନ୍ତି ଶ୍ରଦ୍ଧାଳୁ। ଆଉ ଗୁଜରାଟରେ ସବୁଠୁ ଆକର୍ଷିଣୀୟ ସାଜିଥାଏ ଏହି ଗରବା ନାଚ ।
ତେବେ ଗୁଜରାଟରେ ଗରବାର ଭିନ୍ନ ଭିନ୍ନ ଶୈଳୀ ଓ ଅନ୍ଦାଜର ନୃତ୍ୟ ସମସ୍ତଙ୍କୁ ଆନନ୍ଦିତ କରିଥାଏ । ଏଥି ମଧ୍ୟରୁ ‘ମଟ୍କା ଗରବା’ର ଶୈଳୀ ଟିକେ ଭିନ୍ନ ପ୍ରକାରର ହୋଇଥାଏ। ସୁରତରେ ଏକ ଡ୍ୟାନ୍ସ ଗ୍ରୁପ ଏହି ମଟକା ଗରବା ପରିବେଷଣ କରିବା ଦେଖାଦେଇଥିଲା ।
ଗୁଜରାଟରେ ଗରବାର ବିଭିନ୍ନ ରୂପ ମଧ୍ୟରୁ ଗରବାର ଏହି ଶୈଳୀ ବେଶ ଆକର୍ଷଣୀୟ । ପାରମ୍ପରିକ ଭାବେ ଏହା କେଉଁ କାଳରୁ ପାଳନ କରାଯାଇଥାଏ । ଏଥିରେ ନୃତ୍ୟଙ୍ଗନା ମାନେ ହାତରେ ମାଠିଆ ଧରି ନୃତ୍ୟ କରିଥା’ନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697888859.jpg)